Posted inଜାତୀୟ

ପ୍ରଦୂଷଣ ଯୋଗୁ ୨.୬ ଲକ୍ଷ କୋଟି କ୍ଷତି

ମୁମ୍ବାଇ, ୨।୧: ପ୍ରଦୂଷଣ କବଳରେ ପୂରା ବିଶ୍ୱ। ଦିନକୁ ଦିନ ଏହାର ମାତ୍ରାଧିକ ବୃଦ୍ଧି ଜୀବନ ଧାରଣର ମାନ କମାଇଛି। ବିଭିନ୍ନ ଦେଶ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଯଥେଷ୍ଟ ହେଉ ନ ଥିବାରୁ ଏହାର ସାମ୍‌ନା କରିବା ଏବେ ବଡ଼ ଆହ୍ବାନ। କେବଳ ଭାରତରେ ବାୟୁ ପ୍ରଦୂଷଣ ଜନିତ ରୋଗ ଓ ମୃତ୍ୟୁ ଯୋଗୁ ୨୦୧୯ରେ ୨,୬୦,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କ୍ଷତି ହୋଇଛି। ଏକ ଅନୁସନ୍ଧାନ ମୁତାବକ, ସେହିବର୍ଷ ଏହା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୧.୪ ପ୍ରତିଶତ ହ୍ରାସ ପାଇବାର କାରଣ ହୋଇଥିଲା। ଭାରତରେ ବାୟୁ ପ୍ରଦୂଷଣର ମାତ୍ରା ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ୨୦୧୯ରେ ଦେଶରେ ଏଥିଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଓ ମୃତକଙ୍କ ତଥ୍ୟକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏୟାର ପଲ୍ୟୁସନ ଦେଶର ଅର୍ଥନୀତିକୁ କିପରି ପ୍ରଭାବିତ କରିଛି ତାକୁ ନେଇ ଏମ୍ସ, ଆଇସିଏମ୍‌ଆର ଏବଂ ଦିଲ୍ଲୀ ଆଇଆଇଟିର ଅନୁସନ୍ଧାନକାରୀମାନେ ସାମିଲ କରିଥିଲେ। ଲାନ୍‌ସେଟ୍‌ ପ୍ଲାନେଟୋରି ହେଲ୍‌ଥ ଜର୍ନାଲରେ ଗ୍ଲୋବାଲ ବର୍ଡନ ଅଫ୍‌ ଡିଜିଜ ଷ୍ଟଡି ରିପୋର୍ଟ ପ୍ରକାଶିତ ହୋଇଛି।
ମୁତାବକ, ଭାରତରେ ବାୟୁ ପ୍ରଦୂଷଣ ଯୋଗୁ ପ୍ରାୟ ୧୬.୭ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ଦେଶରେ ସମୁଦାୟ ମୃତ୍ୟୁର ୧୮ ପ୍ରତିଶତ। ସେମାନଙ୍କ ମଧ୍ୟରୁ ୯.୮ ଲକ୍ଷ ଲୋକଙ୍କ ପର୍ଟିକୁଲେଟ ମ୍ୟାଟର ବା କଣିକା ପଦାର୍ଥ ଯୋଗୁ ଘଟିଛି। ଘରୋଇ ବାୟୁ ପ୍ରଦୂଷଣ ଯୋଗୁ ୬.୧ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ଆର୍ଥିକ କ୍ଷତି ରୂପେ ହିସାବକୁ ନିଆଗଲେ ତାହା ୨.୬ ଲକ୍ଷ ଟଙ୍କାର ହେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ, ଖଣିଜ ଧୂଳି ଧୂଅଁା, କୋଇଲା ବ୍ୟବହାର, ଶିଳ୍ପାନୁଷ୍ଠାନ ନିର୍ଗତ ବର୍ଜ୍ୟ, ନିର୍ମାଣ କାର୍ଯ୍ୟ, ମାତ୍ରାଧିକ ଯାନବାହନ ବ୍ୟବହାର, ଇଟା ଚୁଲା ଆଦି ଭାରତରେ ବାୟୁ ପ୍ରଦୂଷଣର ମୁଖ୍ୟ ଉତ୍ସ ପାଲଟିଛି। ଅନ୍ୟପକ୍ଷରେ ବାୟୁ ପ୍ରଦୂଷଣ ସମ୍ବନ୍ଧୀୟ ରୋଗ ପାଇଁ ନିମ୍ନମାନର ଚିକିତ୍ସା ବ୍ୟବସ୍ଥାକୁ ମଧ୍ୟ ଦାୟୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri