Posted inଖେଳ

ହାମିଲଟନ୍‌ଙ୍କୁ ବିବିସି ପୁରସ୍କାର

ଲଣ୍ଡନ, ୨୨ା୧୨ (ଏପି)- ସାତ ଥର ଫର୍ମୁଲାଓ୍ବାନ ଚାମ୍ପିୟନ ଲୁଇସ୍‌ ହାମିଲଟନ ଚଳିତ ବର୍ଷ ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ବିବିସିର ସ୍ପୋଟର୍‌ସ ପର୍ସନାଲିଟି ଅଫ୍‌ ଦି ଇୟର ପୁରସ୍କାର ଜିତିଛନ୍ତି। ମର୍ସିଡିଜ୍‌ ଟିମ୍‌ର ଏହି ୩୫ ବର୍ଷୀୟ ଡ୍ରାଇଭର ଗତମାସରେ ମାଇକେଲ ସୁମାକରଙ୍କ ୭ ଫର୍ମୁଲା ଓ୍ବାନ ଟାଇଟଲ ରେକର୍ଡ ସମକକ୍ଷ ହୋଇଥିଲେ। ଜୋର୍ଡାନ ହେଣ୍ଡରସନ ଏବଂ ହୋଲି ଡୋଏଲ୍‌ଙ୍କୁ ଅତିକ୍ରମ କରି ରବିବାର ବ୍ରିଟିଶ ବ୍ରଡକାଷ୍ଟର’ର ସମ୍ମାନଜନକ ପୁରସ୍କାର ଜିତିଛନ୍ତି। ଏଥିପାଇଁ ଜନସାଧାରଣ ଭୋଟ ହୋଇଥିଲା। ହାମିଲଟନ ପୂର୍ବରୁ ୨୦୧୪ରେ ମଧ୍ୟ ବିସିସି ପୁରସ୍କାର ଲାଭ କରିଥିଲେ। ଇଂଲଣ୍ଡ ମିଡ୍‌ଫିଲ୍ଡର ହେଣ୍ଡରସନଙ୍କ ନେତୃତ୍ୱରେ ଲିଭରପୁଲ୍‌ ୩୦ ବର୍ଷ ମଧ୍ୟରେ ପ୍ରଥମ ପ୍ରିମିୟର ଲିଗ୍‌ ଟାଇଟଲ ଜିତିଥିଲା। କରୋନାଭାଇରସ ମହାମାରୀ ସମୟରେ ନ୍ୟାଶନାଲ ହେଲ୍‌ଥ ସର୍ଭିସ ଚ୍ୟାରିଟି ପାଇଁ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ହେଣ୍ଡରସନ ଯେଉଁ ଭୂମିକା ଗ୍ରହଣ କରିଥିଲେ, ସେଥିପାଇଁ ପ୍ରଶଂସାର ପାତ୍ର ହୋଇଥିଲେ। ଅନ୍ୟପକ୍ଷରେ ଜଣେ ମହିଳା ଜକି ହିସାବରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଡୋଏଲ୍‌ ସର୍ବାଧିକ ବିଜୟ ସହ ନିଜ ରେକର୍ଡକୁ ଭଙ୍ଗ କରିଥିଲେ। ପୁରସ୍କାର ପାଇଁ ହୋଇଥିବା ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ୩ଜଣ ହେଲେ ବକ୍ସର ଟାଇସନ ଫ୍ୟୁରୀ, ସ୍ନୁକର ଖେଳାଳି ରୋନି ଓ’ସୁଲିଭାନ୍‌ ଏବଂ କ୍ରିକେଟର ଷ୍ଟୁଆର୍ଟ ବ୍ରଡ୍‌। ଇଂଲଣ୍ଡ ପ୍ରଫେସନାଲ ଫୁଟ୍‌ବଲର ମାର୍କସ ରସଫୋର୍ଡ ସ୍ବତନ୍ତ୍ର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri