Posted inଖେଳ

ସମ୍ପୂର୍ଣ୍ଣ ଫିଟ୍‌ହେଲେ ଦଳରେ ଯୋଗଦେବେ ରୋହିତ

ନୂଆଦିଲ୍ଲୀ, ୧୨।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ ଶେଷ ହେବାପରେ ଏବେ ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ଗସ୍ତ ଉପରେ ନଜର ରହିଛି। ଭାରତୀୟ ଦଳରେ ସାମିଲ ହୋଇଥିବା ଖେଳାଳିମାନେ ଗୁରୁବାର ଦୁବାଇରୁ ସିଡ୍‌ନୀ ଯିବେ। ତେବେ ଟେଷ୍ଟ ସିରିଜ ପାଇଁ ଦଳରେ ସ୍ଥାନ ପାଇଥିବା ରୋହିତ ଶର୍ମା ଅଷ୍ଟ୍ରେଲିଆ ନ ଯାଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ଆଇପିଏଲ ସମୟରେ ସେ ହାମ୍‌ଷ୍ଟ୍ରିଙ୍ଗ ଇଞ୍ଜୁରିରେ ପୀଡ଼ିତ ହୋଇଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ସେ ଅଷ୍ଟ୍ରେଲିଆ ଗସ୍ତ କରିବେ। ଜାତୀୟ ଚୟନକର୍ତ୍ତାମାନେ ପ୍ରଥମେ ରୋହିତଙ୍କୁ ୩ଟି ଯାକ ଫର୍ମାଟରୁ ବାଦ୍‌ ଦେଇଥିଲେ। ରୋହିତ ଆହତ ଥିବା ଯୋଗୁ ମୁମ୍ବାଇ ଇଣ୍ଡିଆନ୍ସର ୪ଟି ଲିଗ୍‌ ମ୍ୟାଚ ଖେଳିପାରି ନ ଥିଲେ। ମାତ୍ର ସେ ପରେ ପ୍ରତ୍ୟାବର୍ତ୍ତନ କରି ଶେଷ ଲିଗ୍‌ ସହିତ କ୍ୱାଲିଫାୟର-୧ ଓ ଫାଇନାଲ ଖେଳି ଦଳକୁ ଚାମ୍ପିୟନ କରାଇଥିଲେ। ଆଇପିଏଲ ଫାଇନାଲ ଅବସରରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଏକ ଇସ୍ତାହାର ଜାରି କରାଯାଇ ରୋହିତଙ୍କୁ ଟେଷ୍ଟ ସିରିଜ ପାଇଁ ଦଳରେ ସାମିଲ କରାଯାଇଥିବା ଦର୍ଶା ଯାଇଥିଲା। ସମ୍ପୂର୍ଣ୍ଣ ଫିଟ୍‌ ହେବାପାଇଁ ତାଙ୍କୁ ଟି୨୦ ଓ ଦିନିକିଆ ସିରିଜ ପାଇଁ ଦଳରେ ନିଆଯାଇ ନ ଥିଲା। ରୋହିତ ଏବେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଚିକିତ୍ସିତ ହେବେ। ଫିଟ୍‌ନେସ୍‌ ଟେଷ୍ଟରେ ଉତ୍ତୀର୍ଣ୍ଣ ହେଲେ ସେ ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ନଭେମ୍ବର ୨୭ରୁ ଜାନୁୟାରୀ ୧୯ ପର୍ଯ୍ୟନ୍ତ ରହିବ। ଟେଷ୍ଟ ସିରିଜ ଆଡିଲେଡ୍‌ରେ ଡିସେମ୍ବର ୧୭ରୁ ଆରମ୍ଭ ହେବ।
ପ୍ରଥମ ସନ୍ତାନର ଜନକ ହେବାକୁ ଯାଉଥିବାରୁ ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟ ପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। କୋହଲି ଏବଂ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ଅନୁସ୍କା ଶର୍ମା ଜାନୁୟାରୀ ପ୍ରଥମଭାଗରେ ସନ୍ତାନ ଆଶା କରୁଛନ୍ତି। ତେଣୁ ପ୍ରଥମ ଟେଷ୍ଟ ପରେ ତାଙ୍କୁ ଛୁଟି ଦେବାପାଇଁ କୋହଲି ବିସିସିଆଇକୁ ଅନୁରୋଧ କରିଥିଲେ। ଏହା ମଞ୍ଜୁର ହୋଇଥିବାରୁ ଡିସେମ୍ବର ୧୭ରୁ ୨୧ ପର୍ଯ୍ୟନ୍ତ ହେବାକୁଥିବା ଦିବାରାତ୍ର ଟେଷ୍ଟ ପରେ କୋହଲି ଫେରି ଆସିବେ। ବିଦେଶ ମାଟିରେ ଭାରତର ଏହା ହେବ ପ୍ରଥମ ଦିବାରାତ୍ର ଟେଷ୍ଟ। ତେବେ କୋହଲି ଚାହିଁଲେ ମଧ୍ୟ ପୁଣି ଅଷ୍ଟ୍ରେଲିଆ ଯାଇ ୩ୟ କିମ୍ବା ୪ର୍ଥ ଟେଷ୍ଟ ଖେଳିପାରିବେ ନାହିଁ। କାରଣ କୋଭିଡ-୧୯କୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ସରକାରଙ୍କ ଭ୍ରମଣ ଗାଇଡଲାଇନ୍‌ ଅନୁସାରେ କୌଣସି ବ୍ୟକ୍ତି ଦେଶକୁ ଆସିଲେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ। ତେଣୁ କୋହଲିଙ୍କୁ ଆଉ ଏତେ ସମୟ ମିଳିବନାହିଁ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ଅବଗତ ଅଛି। ବର୍ଡର-ଗାଭାସ୍କର ସିରିଜର ଅନ୍ତିମ ଦୁଇଟି ଟେଷ୍ଟ ସିଡ୍‌ନୀରେ ଜାନୁୟାରୀ ୭ରୁ ୧୧ ଏବଂ ବ୍ରିସ୍‌ବେନ୍‌ରେ ଜାନୁୟାରୀ ୧୫ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ବିସିସିଆଇ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସ୍ବତନ୍ତ୍ର ଚାର୍ଟାର୍ଡ ବିମାନରେ ଭାରତୀୟ ଦଳ ସହ କୋହଲି ସପରିବାରେ ଅଷ୍ଟ୍ରେଲିଆ ଯିବେ। ୧୩ ତାରିଖରେ ପହଞ୍ଚତ୍ବାପରେ ଭାରତୀୟ ଖେଳାଳିଙ୍କ ୨ ସପ୍ତାହ କ୍ୱାରାଣ୍ଟାଇନ୍‌ ଅବଧି ଆରମ୍ଭ ହେବ। ତେବେ ଏହି ସମୟ ମଧ୍ୟରେ ଭାରତୀୟ ଦଳକୁ ଟ୍ରେନିଂ ସୁବିଧା ଉପଲବ୍ଧ ହେବ। ଆସନ୍ତା ୧୪ ତାରିଖରୁ ସିଡ୍‌ନୀରେ ଟିମ୍‌ ଇଣ୍ଡିଆ ଅଭ୍ୟାସ ଆରମ୍ଭ କରିବ। ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳ ୨ଟି ଓ୍ବାର୍ମଅପ୍‌ ମ୍ୟାଚ ଖେଳିବ। ଦ୍ୱିତୀୟ ଓ୍ବାର୍ମଅପ୍‌ ଦିବାରାତ୍ର ବିଶିଷ୍ଟ ହେବ। ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ଡିସେମ୍ବର ୬ରୁ ୮ ପ୍ରଥମ ଓ୍ବାର୍ମଅପ୍‌ ଗେମ୍‌ ସମୟରେ ଭାରତୀୟ ଦଳ ଟି୨୦ ଅନନ୍ତର୍ଜାତୀୟ ସିରିଜ ଖେଳୁଥିବ। ତେଣୁ ଅଧିକାଂଶ ଖେଳାଳି ଏଥିରେ ଯୋଗଦେଇ ପାରିବେ ନାହିଁ। କେତେଜଣ ଟେଷ୍ଟ ସ୍ପେଶାଲିଷ୍ଟ ଓ ନେଟ୍‌ ବୋଲର ଏଥିରେ ଭାଗନେଇପାରିବେ। ତେବେ ଡିସେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ହେବାକୁଥିବା ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚବେଳକୁ ସମସ୍ତ ଖେଳାଳି ଉପଲବ୍ଧ ହେବେ। ଆଇପିଏଲ ସମୟରେ ହାମ୍‌ଷ୍ଟ୍ରିଙ୍ଗ ଇଞ୍ଜୁରିରେ ଥିବା ରିଦ୍ଧିମାନ ଶାହା ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଯିବେ। ତେବେ ଏନସିଏରେ ଫିଟ୍‌ନେସ ଟେଷ୍ଟ ଦେଉଥିବା ଦ୍ରୁତ ବୋଲର ଈଶାନ୍ତ ଶର୍ମା ପରେ ଅଷ୍ଟ୍ରେଲିଆ ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

ଧୋନୀଙ୍କ ଚୌକା ଦେଖି ଏମିତି ପ୍ରତିକ୍ରିୟା ଦେଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଏମଏସ ଧୋନୀ ବ୍ୟାଟିଂ କରିବାକୁ ବାହାରିଥିଲେ। ଧୋନୀ ପ୍ରଥମ ବଲରେ ଚୌକା ମାରିଥିଲେ। ମାହିଙ୍କ...

‘ୟୁନିଭର୍ସ ବସ’ଙ୍କ ୧୧ ବର୍ଷର ରେକର୍ଡ ଭାଙ୍ଗିଲେ ୱିଲ ଜ୍ୟାକ୍ସ

ବେଙ୍ଗାଲୁରୁ,୨୯।୪:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନ ୱିଲ ଜ୍ୟାକ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୪୧ ବଲରେ ୧୦୦ ରନ ସ୍କୋର କରିଥିଲେ। ଏହି ବ୍ୟାଟ୍ସମ୍ୟାନ ତାଙ୍କ ଇନିଂସରେ...

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ: ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ଅକଲାଣ୍ଡ,୨୯।୪: ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟ ପାଇଁ କେନ ୱିଲିୟମ୍ସନଙ୍କୁ ଅଧିନାୟକ କରାଯାଇଛି। ନିକଟରେ ନ୍ୟୁଜିଲାଣ୍ଡ...

ଇତିହାସ ରଚିଲେ ଧୋନୀ: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏମଏସ ଧୋନୀ ବ୍ୟାଟିଂ କରିବାକୁ ବାହାରିଥିଲେ। ଧୋନୀ ଅପରାଜିତ...

ଗୁଜରାଟକୁ ଶକ୍ତ ଧକ୍କା: ଆର୍‌ସିବିର ଦମ୍‌ଦାର ବିଜୟ

ଅହମଦାବାଦ, ୨୮।୪:ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଏବଂ ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri