Odisha Elections 2024

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଢେଙ୍କାନାଳ ଅଫିସ,୯ା୧୧- ବିଲ୍‌ ପାସ୍‌ କରାଇଦେବା ପାଇଁ ମଧ୍ୟସ୍ଥଙ୍କ ଜରିଆରେ ୧୬ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଢେଙ୍କାନାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆର୍‌ଡିଏ)ର ସହକାରୀ ଯନ୍ତ୍ରୀ ବିପିନ ଦାସ ସୋମବାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ତାଙ୍କ ସହ ମଧ୍ୟସ୍ଥ ଗୋବିନ୍ଦପୁର ଗ୍ରାମର ଶକ୍ତି ପ୍ରସାଦ ମହାନ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲାର ୬ଟି ବ୍ଲକର ପ୍ରତି ଗ୍ରାମରେ ୬ଟି ଲେଖାଏ ଏଲ୍‌ଇଡି ଲାଇଟ୍‌ ଲଗାଇବା ପାଇଁ କଟକର ଆଖଣ୍ଡଳମଣି ଇଲେକ୍ଟ୍ରିକାଲ କନଷ୍ଟ୍ରକଶନ ୨ କୋଟି ୨୫ ଲକ୍ଷ ୬୫ ହଜାର ୫୨୦ ଟଙ୍କାର କାମ ଟେଣ୍ଡର ଜରିଆରେ ପାଇଥିଲା। ତେବେ ୧୦ଟି ବିଲ୍‌ ମଧ୍ୟରୁ ୪ଟି ପାସ୍‌ କରାଇବା ପାଇଁ ଡିଆର୍‌ଡିଏ ସହକାରୀ ଯନ୍ତ୍ରୀ ବିପିନ ଦାସ କମ୍ପାନୀର ପ୍ରୋଜେକ୍ଟ କୋଅର୍ଡିନେଟର ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଗମୋହନ ପଣ୍ଡାଙ୍କ ଠାରୁ ପୂର୍ବରୁ ୧ ଲକ୍ଷ ୪ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ସୋମବାର ୫ନଂ ଓ ୬ନଂ ବିଲ୍‌ ପାସ୍‌ କରାଇବା ପାଇଁ ସହକାରୀ ଯନ୍ତ୍ରୀ ଆଉ ୩୨ ହଜାର ଟଙ୍କା ଦାବି କରିଥିଲେ। କମ୍ପାନୀର ପ୍ରୋଜେକ୍ଟ କୋଅର୍ଡିନେଟର ୧୬ ହଜାର ଟଙ୍କା ଦେବାକୁ ରାଜି ହେବାରୁ ସହକାରୀ ଯନ୍ତ୍ରୀ ମଧ୍ୟସ୍ଥ ଶକ୍ତି ପ୍ରସାଦଙ୍କୁ ଟଙ୍କା ପ୍ରଦାନ କରିବାକୁ କହିଥିଲେ। କମ୍ପାନୀ ଅଧିକାରୀ ଟଙ୍କା ପ୍ରଦାନ କରିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଢେଙ୍କାନାଳ ଓ କଟକ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ସହକାରୀ ଯନ୍ତ୍ରୀ ଏବଂ ମଧ୍ୟସ୍ଥଙ୍କୁ ଟଙ୍କା ସହ ଧରିଥିଲେ। ଅତିରିକ୍ତ ଏସ୍‌ପି ତ୍ରିଲୋଚନ ସ୍ବାଇଁ, ଇନ୍ସପେକ୍ଟର ଅନୁପମା ସାହୁ, ବିଜୟ କୁମାର ସେଠୀ, ଅନିରୁଦ୍ଧ ନାୟକ ପ୍ରମୁଖ ଉଭୟଙ୍କୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟଦାନରୁ ବଞ୍ଚିତ ହେଲେ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର

ଢେଙ୍କାନାଳ,୨୬ା୫(ରତନ ନାୟାର): ଢେଙ୍କାନାଳର ବିଶିଷ୍ଟ ସାହିତି୍ୟକ, ଗବେଷକ ଓ ଭାଷାବିତ୍‌ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଶନିବାର ଭୋଟଦାନରୁ ବଞ୍ଚିତ ହୋଇଛନ୍ତି। ସେ ଓ ତାଙ୍କ...

ଢେଙ୍କାନାଳରେ ଭୋଟ ଦେଲେ ତଥାଗତ

ଢେଙ୍କାନାଳ,୨୫।୫(ରତନ ନାୟାର): ତେଙ୍କାନାଳ ଜିଲାରେ ଶନିବାର ସମସ୍ତ ବୁଥରେ ଭୋଟ ଗ୍ରହଣ ହେଉଛି। ପୂର୍ବାହ୍ନ ୧୧ଟା ସୁଦ୍ଧା ଜିଲାରେ ୨୦. ୯୨ ପ୍ରତିଶତ ମତଦାନ ହୋଇଛି।...

ବଢୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା,୨୩ା୫(ଜଗନ୍ନାଥ ଧଳ): ଅନୁପ୍ରବେଶ ଓ ଆତଙ୍କବାଦ ସହିତ କେନ୍ଦ୍ରାପଡ଼ା ଜିଲାର ସଂଯୋଗ ରହିଥିବା ବେଳେ ଜିଲା ପ୍ରଶାସନ ଅଥବା ରାଜ୍ୟ ସରକାର କୌଣସି ଦୃଷ୍ଟି ଦେଉ ନ...

ଲୋକଙ୍କ ଆଶୀର୍ବାଦ ମାଗିଲେ ବ୍ରଜ

ତାଳଚେର,୨୩।୫ (ମନୋଜ ପ୍ରଧାନ): ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ପଦ୍ମାବତୀପୁର ଓ ଡେରା ପଞ୍ଚାୟତର...

ଭାଜପା ପାଇଁ ଭୋଟ ମାଗିଲେ ଅରୁଣ ଗୋଭିଲ

ଢେଙ୍କାନାଳ,୨୩ା୫(ରତନ ନାୟାର): ରାମାୟଣ ଧାରାବାହିକର ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ତଥା ଭାଜପା ନେତା ଅରୁଣ ଗୋଭିଲ ବୁଧବାର ଢେଙ୍କାନାଳ ସହରରେ ଭାଜପା ପାଇଁ ଭୋଟ...

ବୋହୂ ପାଇଁ ଭୋଟ ମାଗିଲେ କେପି ସିଂହଦେଓ

ଢେଙ୍କାନାଳ,୨୩ା୫(ରତନ ନାୟାର): ନିର୍ବାଚନ ପ୍ରଚାରର ଅନ୍ତିମ ପର୍ଯ୍ୟାୟରେ ଢେଙ୍କାନାଳ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁସ୍ମିତା ସିଂହଦେଓଙ୍କ ପାଇଁ ବୁଧବାର ଅପରାହ୍ନରେ ପ୍ରଚାର କରିଥିଲେ ବରିଷ୍ଠ କଂଗ୍ରେସ...

ଶୀର୍ଷରେ ବିଜେଡି-ଭାଜପା ଲଢ଼େଇ

ଢେଙ୍କାନାଳରୁ ଅନିଲ ଦାସ,୨୩।୫: ଆସନ୍ତା ୨୫ ତାରିଖରେ ଢେଙ୍କାନାଳ ସମେତ ୬ ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ହେବ।...

ମର୍ମନ୍ତୁଦ ଦୁର୍ଘଟଣା: ମା’, ବାପାଙ୍କ ସହ ୨ ସନ୍ତାନ ମୃତ

ଢେଙ୍କାନାଳ,୨୦।୫: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅଧୀନ ପିଙ୍ଗୁଆ ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri