ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି: ପୁରୀ ନ ଆସିବାକୁ ଅନୁରୋଧ

ପୁରୀ ଅଫିସ,୨୯ା୧୦: ମହାମାରୀ କରୋନା ବିପଦ ସମ୍ପୂର୍ଣ୍ଣ ଭାବେ ଟଳି ନାହିଁ। ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଏହାକୁ ଆମ ସମସ୍ତଙ୍କୁ ମାନିବାକୁ ପଡ଼ିବ। ନଚେତ କରୋନା ସ୍ଥିତି ପୁଣି ସାଂଘାତିକ ହୋଇପାରେ। ତେଣୁ କାର୍ତ୍ତିକ ବ୍ରତ ପାଳନ ପାଇଁ ହବିଷିଆଳିମାନେ ଏହିବର୍ଷ ଶ୍ରୀକ୍ଷେତ୍ର ଆସନ୍ତୁ ନାହିଁ। ନିଜ ଘରେ ରହି ବ୍ରତ ପାଳନ କରନ୍ତୁ। ପୁରୀ ଜିଲା ପ୍ରଶାସନ ପକ୍ଷରୁ ହବିଷିଆଳିମାନଙ୍କୁ ଏହି ଅନୁରୋଧ କରାଯାଇଛି। ପ୍ରଶାସନ ପକ୍ଷରୁ ଉପଜିଲାପାଳ ଭବତାରଣ ସାହୁ ହବିଷିଆଳିଙ୍କୁ ପୁରୀ ନ ଆସିବା ଲାଗି ନିବେଦନ କରିଛନ୍ତି। ବିଗତ କିଛିବର୍ଷ ଧରି ପୁରୀରେ ହବିଷିଆଳିଙ୍କ ଲାଗି ଯେଉଁ ଶିବିର ଆୟୋଜନ କରାଯାଇଥାଏ ଚଳିତବର୍ଷ ତାହା କରାଯାଉ ନାହିଁ। ତେଣୁ ଘରେ ରହି ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ଲାଗି ଉପଜିଲାପାଳ ସାହୁ ସେମାନଙ୍କୁ ଅନୁରୋଧ କରିଛନ୍ତି।
ପ୍ରତିବର୍ଷ କାର୍ତ୍ତିକ ମାସ ଆରମ୍ଭରୁ ଓଡ଼ିଶାର ବିଭିନ୍ନ ଜିଲାରୁ ପୁରୀକୁ ହଜାର ହଜାର ସଂଖ୍ୟାରେ ହବିଷିଆଳି ଆସିଥାନ୍ତି। ଏଠାକାର ମଠ, ମନ୍ଦିର, ଧର୍ମାନୁଷ୍ଠାନରେ ରହି କାର୍ତ୍ତିକ ବ୍ରତ ପାଳିଥାନ୍ତି। ପ୍ରାତଃରୁ ମାର୍କଣ୍ଡ, ଶ୍ୱେତଗଙ୍ଗା, ନରେନ୍ଦ୍ର ଏବଂ ଇନ୍ଦ୍ରଦ୍ୟୁମ୍ନ ଆଦି ପବିତ୍ର ପୁଷ୍କରିଣୀରେ ସ୍ନାନ କରି ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥାନ୍ତି। ଦର୍ଶନ ପରେ ସେମାନେ ରହୁଥିବା ମଠ, ଧର୍ମଶାଳା ଏବଂ ଆଶ୍ରୟସ୍ଥଳୀର ତୁଳସୀ ଚଉରା ମୂଳେ ପୂଜା କରିଥାନ୍ତି। ସେମାନେ ଦିନରେ ଗୋଟିଏ ଥର ମହାପ୍ରସାଦ ସେବନ ଅର୍ଥାତ୍‌ ହବିଷାନ୍ନ କରି ବ୍ରତ ପାଳିଥାନ୍ତି। ୨୦୧୬ରୁ ରାଜ୍ୟ ସରକାର ହବିଷିଆଳି ଯୋଜନାରେ ପ୍ରାୟ ୩ହଜାରରୁ ଊର୍ଦ୍ଧ୍ୱ ହବିଷିଆଳିଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଆସୁଛନ୍ତି। ୩/୪ଟି (ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ, ରେଲୱେ ଯାତ୍ରୀ ନିବାସ, ମୋଚିସାହି ନିକଟ ପୌରସଂସ୍ଥା କଲ୍ୟାଣ ମଣ୍ଡପ ଓ ଜଗନ୍ନାଥ ବଲ୍ଲଭ ମଠ ପରିସର) ସ୍ଥାନରେ ହବିଷିଆଳି ଶିବିର କରି ବ୍ରତଧାରୀଙ୍କ ମାଗଣାରେ ରହିବା, ମହାପ୍ରସାଦ ସେବନ ଏବଂ ମନ୍ଦିର ଦର୍ଶନ ବ୍ୟବସ୍ଥା କରିଥାନ୍ତି। ମାତ୍ର ଏବର୍ଷ କରୋନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ହବିଷିଆଳି ଶିବିର କରାଯାଇ ନାହିଁ। ସେହିପରି କୋଭିଡ୍‌ କଟକଣା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିଛି। ହବିଷିଆଳିମାନେ ମନ୍ଦିର ଭିତରକୁ ଯାଇପାରିବେ ନାହିଁ। ତେଣୁ ପରିଣତ ବୟସରେ ଶ୍ରୀକ୍ଷେତ୍ରକୁ ବ୍ରତ ପାଳନ ପାଇଁ ଆସୁଥିବା ହବିଷିଆଳି ଏସବୁକୁ ନଜରରେ ରଖି ଅନ୍ତତଃପକ୍ଷେ ଚଳିତବର୍ଷ ନ ଆସିବା ଲାଗି ପ୍ରଶାସନ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri