Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌ : ଗୋଆରେ ପହଁଚିଲେ ଖେଳାଳି

ମାରଗାଓ, ୧୩ା୧୦ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟ୍‌ବଲ ଟୁର୍ନାମେଣ୍ଟ ଖେଳିବା ଲାଗି ଅଧିକାଂଶ ଘରୋଇ ଖେଳାଳି ଗୋଆରେ ପହଞ୍ଚତ୍ସାରିଲେଣି। ଆସନ୍ତା ମାସରେ କୋଭିଡ୍‌-୧୯ ପ୍ରୋଟୋକଲ ଅଧୀନରେ ତିନୋଟି ଭେନ୍ୟୁରେ ଲିଗ୍‌ ଖେଳାଯିବ। ଆଇଏସ୍‌ଏଲର ଏହି ସିଜନ ୧୧ଟି ଦଳକୁ ନେଇ ହେବ। ତିନୋଟି ଭେନ୍ୟୁ ଯଥା ମାରଗାଓସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମ, ବାମ୍ବୋଲିମ୍‌ର ଜିଏମ୍‌ସି ଆଥଲେଟିକ୍‌ ଷ୍ଟାଡିୟମ ଏବଂ ଭାସ୍କୋସ୍ଥିତ ତିଳକ ମୈଦାନ ଷ୍ଟାଡିୟମରେ ମ୍ୟାଚ୍‌ଗୁଡ଼ିକ ବିନା ଦର୍ଶକରେ ଖେଳାଯିବ। ଏଫ୍‌ସି ଗୋଆ, ହାଇଦ୍ରାବାଦ ଏଫ୍‌ସି ଏବଂ କେରଳ ବ୍ଲାଷ୍ଟର୍ସ ଏଫ୍‌ସି ଭଳି କିଛି ଦଳ ସେମାନଙ୍କ ଭେନ୍ୟୁରେ ପ୍ରି-ସିଜନ ଟ୍ରେନିଂ ଆରମ୍ଭ କରିଛନ୍ତି। ବେଙ୍ଗାଲୁରୁ ଏଫ୍‌ସି ଚଳିତ ମାସରେ ବେଲାରିସ୍ଥିତ ସେମାନଙ୍କ ଏକାଡେମୀରେ ପ୍ରସ୍ତୁତି ଆରମ୍ଭ କରିଛି। ଧାର୍ଯ୍ୟ କ୍ୱାରାଣ୍ଟାଇନ୍‌ ପିରିୟଡ ଶେଷ କରିବା ପରେ ଅବଶିଷ୍ଟ କ୍ଲବଗୁଡ଼ିକ ଚଳିତ ସପ୍ତାହ ଶେଷରେ ସେମାନଙ୍କ ଟ୍ରେନିଂ ଆରମ୍ଭ କରିବେ ବୋଲି ଆଇଏସ୍‌ଏଲ୍‌ ପକ୍ଷରୁ ଏକ ବିବୃତିିରେ କୁହାଯାଇଛି। ଚେନ୍ନାଇନ ଏଫ୍‌ସି ଏବଂ ସେମାନଙ୍କ କୋଚିଂ ଷ୍ଟାଫ୍‌ ଗୋଆରେ କେବେ ପହଞ୍ଚତ୍ବେ ତାହା ଏପର୍ଯ୍ୟନ୍ତ ଘୋଷଣା ହୋଇ ନ ଥିବାବେଳେ ନୂଆ ଦଳ ଏସ୍‌ସି ଇଷ୍ଟବେଙ୍ଗଲ ଅକ୍ଟୋବର ୧୬ ସୁଦ୍ଧା ଗୋଆରେ ପହଞ୍ଚତ୍ୟିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

IPL ୨୦୨୬ ନିଲାମ ପରେ ହଠାତ୍‌ ଅଧିନାୟକ ହେଲେ ଭେଙ୍କଟେଶ ଆୟର, ଏହି ଖେଳାଳିଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୧୯।୧୨: IPL ୨୦୨୬ ନିଲାମର କିଛି ଦିନ ପରେ, ଭେଙ୍କଟେଶ ଆୟର ଅଧିନାୟକ ହୋଇଛନ୍ତି। ଏହା ଦେଖାଯାଉଛି ଯେ IPL ୨୦୨୫ ସିଜିନ ଖରାପ ରହିବା...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

୮.୬ କୋଟି ମିଳିବା ପରେ ବଦଳିଗଲା ମନ? IPL ୨୦୨୬ ପାଇଁ ୟୁଟର୍ନ ନେବେ ଜୋଶ ଇଂଲିଶ!

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିୟ ଉଇକେଟ୍‌କିପର-ବ୍ୟାଟସମ୍ୟାନ ଜୋଶ ଇଂଲିଶଙ୍କୁ ନେଇ IPL ୨୦୨୬ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗସ ଦ୍ୱାରା ମୁକ୍ତ ହେବା ପରେ, ଏହା...

ଖେଳ ଜଗତରେ ଶୋକର ଛାୟା: ବିମାନ ଦୁର୍ଘଟଣାରେ ଚାଲିଗଲା ଏହି ଖେଳାଳିଙ୍କ ଜୀବନ, ସ୍ତ୍ରୀ ପିଲା ବି…

ନୂଆଦିଲ୍ଲୀ,୧୯।୧୨: ରେସିଂ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଉତ୍ତର କାରୋଲିନାର ଷ୍ଟେଟସଭିଲ ଆଞ୍ଚଳିକ ବିମାନବନ୍ଦର ନିକଟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri