Posted inଖେଳ

ପଞ୍ଚମ ବିଜୟ ସହ ଶୀର୍ଷରେ ଦିଲ୍ଲୀ

ଶାରଜା, ୧୦।୧୦-
ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୪୬ ରନରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ ୮ ଉଇକେଟ ହରାଇ ୧୮୪ ରନ କରିଥିବାବେଳେ ରାଜସ୍ଥାନ ୧୯.୪ ଓଭରରେ ୧୩୮ ରନ କରି ଅଲଆଉଟ ହୋଇ ଯାଇଥିଲା। ଦିଲ୍ଲୀ ୬ ମ୍ୟାଚରୁ ୫ମ ବିଜୟ ସହ ୧୦ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ରାଜସ୍ଥାନ ୬ ମ୍ୟାଚରୁ ୪ର୍ଥ ପରାଜୟ ସହ ୭ମ ସ୍ଥାନରେ ଅପରିବର୍ତ୍ତିତ ରହିଛି।
ଶାରଜା କ୍ରିକେଟ ଷ୍ଟାଡିୟମରେ ୨୨୩ ରନ ଚେଜ୍‌ କରି ରେକର୍ଡ କରିଥିବା ରାଜସ୍ଥାନ ଏଥର କିନ୍ତୁ ଫେଲ୍‌ ମାରିଥିଲା। କୌଣସି ବ୍ୟାଟ୍ସମ୍ୟାନ ଦିଲ୍ଲୀ ବୋଲରଙ୍କୁ ଦକ୍ଷତାର ସହ ମୁକାବିଲା କରିପାରି ନ ଥିଲେ। ରାହୁଲ ଟଓ୍ବୋଟିଆ ସର୍ବାଧିକ ୩୮(୨୯ ବଲ, ୩ ଚୌକା, ୨ ଛକା) ରନ କରିଥିବାବେଳେ ଯୁବ ଓପନର ଯଶସ୍ବୀ ଜୟସ୍ବାଲ ୩୪(୩୬ ବଲ, ୧ ଚୌକା, ୨ ଛକା) ଓ ଅଧିନାୟକ ଷ୍ଟିଭେନ ସ୍ମିଥ ୨୪(୨ ଚୌକା, ୧ ଛକା) ରନ କରିଥିଲେ। ଦିଲ୍ଲୀ ବୋଲରଙ୍କ ମଧ୍ୟରେ କାଗିଶୋ ରାବାଡ଼ା ସର୍ବାଧିକ ୩ଟି, ମାର୍କୁସ ଷ୍ଟୋଇନିସ ଓ ରବିଚନ୍ଦ୍ରନ ଅଶ୍ୱିନ ୨ଟି ଲେଖାଏ ଏବଂ ଏନରିଚ୍‌ ନର୍ଜେ, ଅକ୍ଷର ପଟେଲ ଓ ହର୍ଷଲ ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଷ୍ଟିଭ୍‌ ସ୍ମିଥଙ୍କ ନିଷ୍ପତ୍ତିକୁ ବୋଲରମାନେ ଉଚିତ ସାବ୍ୟସ୍ତ କରି କୌଣସି ଉଇକେଟ ଯୋଡ଼ିରେ ବଡ଼ ପାର୍ଟନରଶିପ୍‌ ହେବାକୁ ଦେଇ ନ ଥିଲେ। ଦିଲ୍ଲୀ ସ୍କୋର ମାତ୍ର ୧୨ ଥିବାବେଳେ ଅଭିଜ୍ଞ ଓପନର ଶିଖର ଧାଓ୍ବନ ମାତ୍ର ୫ ରନ କରି ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ଫର୍ମରେଥିବା ପୃଥ୍‌ବୀ ଶ’ ୧୯ (୧୦ ବଲ, ୨ ଚୌକା, ୧ ଛକା) ରନ କରି ସେହି ଆର୍ଚରଙ୍କ ବଲ୍‌ରେ ଆଉଟ ହୋଇଥିବାବେଳେ ଅଧିନାୟକ ଶ୍ରେୟାସ ଆୟାର(୨୨ ରନ, ୧୮ ବଲ, ୪ ଚୌକା) ରନ ଆଉଟ ହେବା ଦଳକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। ବିପକ୍ଷ ଦଳର ଯୁବ ଖେଳାଳି ଯଶସ୍ବି ଜୟସ୍ବାଲ ଡାଇରେକ୍ଟ ଥ୍ରୋ କରି ଆୟାରଙ୍କୁ ପ୍ୟାଭିଲିୟନ ପଥ ଦେଖାଇଥିଲେ। ୫୦ ରନ ମଧ୍ୟରେ ଦଳ ୩ଟି ଉଇକେଟ ହରାଇଥିଲା। ମଧ୍ୟଭାଗରେ ରିଷଭ ପନ୍ତ ଆଶାନୁରୂପ ଖେଳି ନ ପାରି ୯ ବଲ୍‌ରୁ ମାତ୍ର ୫ ରନ କରି ରନଆଉଟ ହୋଇଥିଲେ। ମାର୍କୁସ ଷ୍ଟୋଇନ୍ସ ଓ ଶିମରନ ହେଟମେର କିଛି ସମୟ ପ୍ରତିପକ୍ଷ ବୋଲରଙ୍କୁ ମୁକାବିଲା କରି ଦଳକୁ ସମ୍ମାନଜନକ ସ୍କୋର ପଥରେ ଅଗ୍ରସର କରାଇଥିଲେ। ତେବେ ଷ୍ଟୋଇନ୍ସ ୩୦ ବଲ୍‌ରୁ ୩୯(୪ ଛକା) ରନକରି ଏବଂ ହେଟମେର ବିପକ୍ଷ ଦଳର ଯୁବ ବୋଲର କାର୍ତ୍ତିକ ତ୍ୟାଗୀଙ୍କୁ କ୍ରମାଗତ ୨ଟି ଛକା ମାରିବାପରେ ପରବର୍ତ୍ତୀ ବଲ୍‌ରେ ଆଉଟ ହୋଇ କ୍ରିଜ୍‌ ଛାଡ଼ିଥିଲେ। ସେ ୨୪ ବଲ୍‌ରୁ ୧ ଚୌକା ଓ ୫ ଛକା ସହ ଦ୍ରୁତ ୪୫ ରନ ସ୍କୋର କରିଥିଲେ। ଶେଷଭାଗରେ ଅକ୍ଷର ପଟେଲ ୧୭(୮ ବଲ, ୨ ଚୌକା, ୧ ଛକା) ଓ ହର୍ଶଲ ପଟେଲ ୧୬ ରନ କରିବାରୁ ଦିଲ୍ଲୀ ସ୍କୋର ୧୮୪/୮ରେ ପହଞ୍ଚତ୍ଥିଲା। ରାଜସ୍ଥାନ ବୋଲରଙ୍କ ମଧ୍ୟରେ ଜୋଫ୍ରା ଆର୍ଚର ୩ଟି ଏବଂ କାର୍ତ୍ତିକ ତ୍ୟାଗୀ, ରାହୁଲ ଟଓ୍ବୋଟିଆ ଓ ଆଣ୍ଡ୍ର୍ୟୁ ଟାଏ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୮୪/୮(ହେଟମେର-୪୫, ଷ୍ଟୋଇନ୍ସ-୩୯, ଆୟାର-୨୨, ଆର୍ଚର-୩/୨୪, ତ୍ୟାଗୀ-୧/୩୫, ଟଓ୍ବୋଟିଆ-୧/୨୦, ଟାଏ-୧/୫୦)। ରାଜସ୍ଥାନ ରୟାଲ୍ସ ୧୯.୪ ଓଭରରେ ୧୩୮/ଅଲଆଉଟ (ଟଓ୍ବୋଟିଆ-୩୮, ଜୟସ୍ବାଲ-୩୪, ରାବାଡ଼ା-୩/୩୫, ଅଶ୍ୱିନ-୨/୨୨, ଷ୍ଟୋଇନିସ-୨/୧୭, ନର୍ଜେ-୧/୨୫, ଅକ୍ଷର-୧/୮, ହର୍ଷଲ-୧/୨୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri