Posted inଖେଳ

ୟୁଏସ୍‌ ଓପନ୍‌ ଟେନିସ୍‌: ଥିମ୍‌-ଜେଭେରେଭ ଫାଇନାଲ ଫାଇଟ୍‌

ନ୍ୟୁୟର୍କ, ୧୩।୯(ଏପି): ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନ୍‌ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମହିଳା ସିଙ୍ଗଲ୍ସ ପରେ ଏବେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ରବିବାର ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରିଆର ଦ୍ୱିତୀୟ ସିଡ୍‌ ଖେଳାଳି ଡୋମିନିକ୍‌ ଥିମ୍‌ ଓ ପଞ୍ଚମ ସିଡ୍‌ ଜର୍ମାନୀ ତାରକା ଖେଳାଳି ଆଲେକ୍‌ଜାଣ୍ଡର ଜେଭେରେଭ ପରସ୍ପରକୁ ଭେଟିବେ। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଜେଭରେଭ ୩-୬, ୨-୬, ୬-୩, ୬-୪, ୬-୩ ମାରାଥନ୍‌ ସେଟ୍‌ରେ ସ୍ପେନ୍‌ର ୨୦ତମ ସିଡ୍‌ ଖେଳାଳି ୨୯ ବର୍ଷୀୟ ପାବ୍ଲୋ କାରେନୋ ବୁଷ୍ଟାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହୋଇଥିଲା। ପ୍ରଥମ ଦୁଇଟି ସେଟ୍‌ରେ ଜେଭେରେଭ ପରାସ୍ତ ହୋଇ ପଛରେ ପଡିଥିଲେ। ତେବେ ଏହାପରେ ଦମ୍‌ଦାର ପ୍ରଦର୍ଶନ କରି ଜେଭରେଭ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ବାକି ୩ଟି ସେଟ୍‌ ଜିତି ନେଇ ବାଜି ମାରିଥିଲେ। ବିଜୟୀ ହେବାକୁ ବେଶ୍‌ କଷ୍ଟ କରିବାକୁ ପଡିଥିଲା ବୋଲି ୨୩ ବର୍ଷୀୟ ଜେଭରେଭ ସ୍ବୀକାର କରିଛନ୍ତି। ବିଜୟୀ ହୋଇଥିବାରୁ ନିଜ ପ୍ରଦର୍ଶନରେ ସେ ଖୁସି ଜାହିର କରିଛନ୍ତି।
ସେହିପରି ଦ୍ୱିତୀୟ ସେମିଫାଇନାଲରେ ଥିମ୍‌ ୬-୨, ୭-୬, ୭-୬ ସେଟ୍‌ରେ ରୁଷିଆର ତୃତୀୟ ସିଡ୍‌ ମାନ୍ୟତାପ୍ରାପ୍ତ ଖେଳାଳି ଡାନିଲି ମେଡ୍‌ଭେଡେଭଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ବିଜୟୀ ହେବା ପାଇଁ ୨୭ ବର୍ଷୀୟ ଥିମ୍‌ଙ୍କୁ ୨ ଘଣ୍ଟା ୫୬ ମିନିଟ୍‌ ସମୟ ଆବଶ୍ୟକ ହୋଇଥିଲା। ମ୍ୟାଚ୍‌ରେ ଜବରଦସ୍ତ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ମେଡଭେଡେଭ ଗତବର୍ଷ ୟୁଏସ୍‌ ଓପନ୍‌ରେ ରନର୍ସଅପ୍‌ ହୋଇଥିଲେ। ସେ ମଧ୍ୟ ଗତ ଦୁଇବର୍ଷ ହେବ ଫ୍ରେଞ୍ଚ୍‌ ଓପନ୍‌ରେ ସ୍ପେନ୍‌ର ରାଫାଲ ନାଡାଲଙ୍କଠାରୁ ପରାସ୍ତ ହୋଇଥିଲେ। ସେହିପରି ଫେବୃୟାରୀରେ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ନୋଭାକ ଜୋକୋଭିକଙ୍କଠାରୁ ମଧ୍ୟ ପରାସ୍ତ ହୋଇଥିଲେ। ଥିମ୍‌ଙ୍କୁ ଭେଟିବା ପୂର୍ବରୁ ମେଡଭେଡେଭ୍‌ ସାରା ଟୁର୍ନାମେଣ୍ଟରେ ଗୋଟିଏ ହେଲେ ବି ସେଟ୍‌ ଡ୍ରପ୍‌ କରି ନ ଥିଲେ। ଜବରଦସ୍ତ ଫର୍ମରେ ଥିଲେ ମଧ୍ୟ ମେଡଭେଡେଭ୍‌ଙ୍କୁ ଥ୍‌ମ୍‌ କୌଣସି ସୁଯୋଗ ଦେଇ ନ ଥିଲେ।

ଦୀର୍ଘ ୧୬ ବର୍ଷ ପରେ କୌଣସି ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ୩ଜଣ ବଡ଼ ଖେଳାଳି ନୋଭାକ ଜୋକୋଭିଚ୍‌, ରୋଜର ଫେଡେରର କିମ୍ବା ରାଫାଲ ନାଡାଲଙ୍କୁ ଦେଖିବାକୁ ମିଳି ନ ଥିଲା। କୋଭିଡ୍‌-୧୯ ମହାମାରୀ ପାଇଁ ନାଡ଼ାଲ ଏଥର ୟୁଏସ୍‌ ଓପନ୍‌ରେ ଅଂଶଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହିପରି ଫେଡରର ଆଣ୍ଠୁରେ ଅସ୍ତ୍ରୋପଚାର କରାଇଥିବା କାରଣରୁ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିପାରି ନ ଥିଲେ। ସେହିପରି ଏକ ବିବାଦୀୟ ଢଙ୍ଗରେ ଜୋକୋଭିଚ୍‌ ବୁଷ୍ଟାଙ୍କ ବିପକ୍ଷ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ ଖେଳୁଥିବା ବେଳେ ଅଜାଣତରେ ବଲ୍‌ରେ ଲାଇନ୍‌ ଜଜ୍‌ଙ୍କୁ ଆଘାତ ଦେଇ ପ୍ରତିଯୋଗିତାରୁ ବାଦ୍‌ ପଡିଥିଲେ।
ଏହାପୂର୍ବରୁ ଜେଭରେଭ ଜାନୁୟାରୀରେ ଅଷ୍ଟ୍ରେଲିଆନ ଓପନ୍‌ ସେମିଫାଇନାଲରେ ପ୍ରବେଶ କରିଥିଲେ ଓ ଏହା ତାଙ୍କର ପ୍ରଥମ ମେଜର ସେମିଫାଇନାଲ ଥିଲା। ଅବଶ୍ୟ ସେ ଥିମ୍‌ଙ୍କଠାରୁ ପରାସ୍ତ ହୋଇଥିଲେ। ଶନିବାର ମହିଳା ସିଙ୍ଗଲ୍ସ ଫାଇନାଲରେ ନାଓମି ଓସାକା ଓ ଭିକ୍ଟୋରିଆ ଆଜାରେଙ୍କା ଟାଇଟଲ ପାଇଁ ପରସ୍ପରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri