Posted inଫୁରସତ

ଆମେରିକାରେ ବିବାହ କଲେ ଏହି ଭାରତୀୟ ଯୋଡ଼ି, ଅନ୍‌ଲାଇନ୍‌ରେ ଆଶୀର୍ବାଦ ଦେଲେ ପରିବାର

କରୋନା ଭାଇରସ୍‌ ସମଗ୍ର ବିଶ୍ୱକୁ ବଦଳାଇ ଦେଇଛି। ବିଶେଷକରି ବିବାହ ଉତ୍ସବ ସମ୍ପୂର୍ଣ୍ଣ ଭାବରେ ବଦଳିଯାଇଛି। ଏମିତି ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି ଆମେରିକାରେ। ଏଠାରେ ରହୁଥିବା ଭାରତୀୟ ପ୍ରେମୀଯୁଗଳ ଜୁମ୍‌ ଆପ୍‌ରେ ଭର୍ଚୁଆଲ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ୯୫ ଅତିଥିଙ୍କ ସହ ୧୧ଟି ଦେଶରେ ରହୁଥିବା ସମ୍ପର୍କୀୟମାନେ ସାମିଲ ହୋଇଥିଲେ।


ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ରହୁଥିବା ଡକ୍ଟର ଅଜୟ ଆଗା ଏବଂ ଡକ୍ଟର ପୁନମ ଆଗାଙ୍କ ସାନ ପୁଅ ଅକ୍ଷତ ଆମେରିକାରେ ଏକ ନାମୀ କମ୍ପାନୀରେ ଇଞ୍ଜିନିୟର ଭବେ କାମ କରନ୍ତି। ତାଙ୍କ ବିବାହ ପରିବାରବର୍ଗ ହୋଲି ପୂର୍ବରୁ ପୁଣେରେ ରହୁଥିବା ଶ୍ୱେତାଙ୍କ ସହ ସ୍ଥିର କରିଥିଲେ। ଯିଏକି ଆମେରିକାର ଟେକ୍‌ସାସ ସହରରେ ଚାକିରି କରୁଛନ୍ତି। ବିବାହ ସ୍ଥିର ହେବା ପରେ ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କଲା। ଫଳରେ ଚାରିଆଡ଼େ ଲକ୍‌ଡାଉନ୍‌ ଜାରି କରାଗଲା। ଏହି କାରଣରୁ ବିବାହ ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଲା। ଏହି ସମୟରେ ଫ୍ଲାଇଟ୍‌ ବନ୍ଦ। କେହି କେଉଁଠାରୁ ମଧ୍ୟ ଆସିପାରିବେ ନାହିଁ। ତେଣୁ ଦୁଇଜଣ ଆମେରିକାରେ ହିଁ ବିବାହ କରିବାକୁ ଚାହିଁଲେ।

ଦୁଇଜଣ ଜୁମ୍‌ ଆପ୍‌ରେ ଏକ ମିଟିଂ କରି ବିବାହ ତାରିଖ ଆଉ ଘୁଞ୍ଚାଇବା ଠିକ୍‌ ନୁହେଁ ବୋଲି ନିଷ୍ପତ୍ତି ନେଲେ।
ଏହା ପରେ ଅକ୍ଷତ ୧୫୦ ଆମେରିକୀୟ ଡଲାର ଦେଇ ଜଣେ ଜଜ୍‌ଙ୍କୁ ଘରକୁ ଡାକି ବିବାହ ଉତ୍ସବର ଆୟୋଜନ କଲେ। ଏହି ସମୟରେ ଦୁଇଜଣଙ୍କ ପରିବାରର କିଛି ସଦସ୍ୟ ଏବଂ ଆତ୍ମୀୟ ସ୍ବଜନ ଜୁମ୍‌ ଆପ୍‌ ଜରିଆରେ ଯୋଡ଼ି ହୋଇ ବିବାହର ମଜା ନେଇଥିଲେ। ସମସ୍ତେ ନବଦମ୍ପତିଙ୍କୁ ଅନ୍‌ଲାଇନ୍‌ ଶୁଭେଚ୍ଛା ଜଣାଇଛନ୍ତି।


ଅକ୍ଷତଙ୍କ ମାତାପିତା କୁହନ୍ତି, ଏହି ବିବାହରେ ସେ ବହୁତ ଖୁସି। ଆମେ ପୁଅ ପାଇଁ ଝିଅ ଦେଖିବାକୁ ଅନ୍‌ଲାଇନ୍‌ରେ ପ୍ରସ୍ତାବ ଦେଇଥିଲୁ। ପୁଣେରେ ରହୁଥିବା ସିହ୍ନା ପରିବାର କହିଥିଲେ କି, ତାଙ୍କର ଏକ ଝିଅ ଆମେରିକାରେ ମାଷ୍ଟର ଡିଗ୍ରୀ କରୁଛି। ଦୁଇଜଣଙ୍କ ଆମେରିକାରେ ଦେଖା ସାକ୍ଷାତ ହୋଇଥିଲା। ଦୁହେଁ ଦୁହିଁଙ୍କୁ ଖୁବ୍‌ ପସନ୍ଦ କରିଥିଲେ। ପରେ ବିବାହ କଲେ। ଏଥିରେ ଆମେ ସମସ୍ତେ ଖୁସି। ଏହି ବିବାହ ଭାରତୀୟ ରୀତିନୀତିରେ ସମ୍ପନ୍ନ ହୋଇଛି। ଭାରତୀୟ ଦମ୍ପତି ଉଭୟ ଉଭୟଙ୍କୁ ବରଣମାଳା ପିନ୍ଧାଇବା ସହ ଶ୍ୱେତାଙ୍କ ମୁଣ୍ଡରେ ସିନ୍ଦୂର ପିନ୍ଧାଇଥିଲେ ଅକ୍ଷତ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri