କିଏ ଦହି ତ ଆଉ କିଏ ନଡିଆ ତେଲ, ଏମିତି କେଶର ଯତ୍ନ ନିଅନ୍ତି ୭ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀଙ୍କ ସୁନ୍ଦର କେଶ ପ୍ରାୟତଃ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଅଭିନେତ୍ରୀ ନିଜ ଶରୀର ସହିତ କେଶର ବିଶେଷ ଯତ୍ନ ନିଅନ୍ତି। ଅଧିକାଂଶ ଅଭିନେତ୍ରୀମାନେ କେଶକୁ କ୍ଷତିକାରକ କେଶ ଦ୍ରବ୍ୟରୁ ରକ୍ଷା କରନ୍ତି। କେଶକୁ ସୁନ୍ଦର ରଖିବା ପାଇଁ ଘରୋଇ ଉପଚାର କରିବାକୁ ଚେଷ୍ଟା କରନ୍ତି।

ଏହି ଅଭିନେତ୍ରୀମାନଙ୍କ ମଧ୍ୟରେ କଙ୍ଗନା ରାନାୱତ ଅନ୍ୟତମ। ତାଙ୍କ କେଶ ବହୁତ କୁଞ୍ଚ କୁଞ୍ଚିଆ ଏବଂ ସୁନ୍ଦର। ସେ କେଶ ଯତ୍ନ ପାଇଁ ତାଙ୍କ ଜେଜେମା’ଙ୍କ ଟିପ୍ସ ଅନୁସରଣ କରନ୍ତି। ସପ୍ତାହକୁ ୩ ଥର କେଶରେ ସେ ତେଲ ମାଲିସ୍‌ କରନ୍ତି।

ଅନୁଷ୍କା ଶର୍ମା କେଶ ମଜଭୁତ ରଖିବା ପାଇଁ ଗରମ ତେଲ ବ୍ୟବହାର କରନ୍ତି। ସେ ଗରମ ନଡିଆ ତେଲରେ ପ୍ରଥମେ କେଶ ମସାଜ୍‌ କରିବା ପରେ ହଁି ସଫା କରନ୍ତି।

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ କେଶରେ ଫୁଟ୍‌ ଅଏଲ୍‌ରେ ମସାଜ୍‌ କରନ୍ତି। ଏହାଛଡା ଲଗାତର ସ୍ପା ଏବଂ କଣ୍ଡିସନିଂ କରିବାକୁ ମଧ୍ୟ ସେ ଭୁଲନ୍ତି ନାହିଁ।

ପ୍ରିୟା ଚୋପ୍ରା କେଶକୁ ସୁନ୍ଦର ରଖିବା ପାଇଁ ଦହି ପ୍ରୟୋଗ କରନ୍ତି। ଅଧା କପ୍‌ ଦହିରେ ଲେମ୍ବୁ ପକାଇ ମସାଜ କରନ୍ତି। ଏହାର ୩୦ ମିନିଟ୍‌ ପରେ ସଫା କରନ୍ତି।

କରିନା କପୁର କପୁର ମଧ୍ୟ ନଡିଆ ତେଲରେ ମସାଜ କରନ୍ତି। ଏହାଛଡା ଅଲିଭ୍‌ ଏବଂ ବାଦାମ ଅଏଲ୍‌ରେ ମଧ୍ୟ ସେ ମସାଜ୍‌ କରିବାକୁ ପସନ୍ଦ କରନ୍ତି।

ଦୀପିକା ପାଦ୍ୟୁକୋନ୍‌ ଅଲିଭ୍‌ ଅଏଲ୍‌ ମସାଜ୍‌ କରନ୍ତି।

ଆଲିଆ ଭଟ୍ଟ କେଶକୁ ମଜଭୁତ୍‌ ରକବବା ପାଇଁ ପ୍ରତିଦିନ ଭିଟାମିନ୍‌ ଏ ଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଏହାଛଡା ପ୍ରତି ଦୁଇ ଦିନରେ ଥରେ ସାମ୍ପୁ କରନ୍ତି।

ଜ୍ୟାକଲିନ୍‌ ଫର୍ନାଡିଜ୍‌
କେଶକୁ ସୁନ୍ଦର ରଖିବା ପାଇଁ ଅଣ୍ଡା ଲଗାନ୍ତି। ଏହାଛଡା ନଡିଆ ତେଲ ମସାଜ୍‌ ମଧ୍ୟ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri