Posted inଜାତୀୟ

ରାଜଧାନୀରୁ ବିଦାୟ ନେବାକୁ ଯାଉଛି କରୋନା

ନୂଆଦିଲ୍ଲୀ,୨୧।୭: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ କାୟା ବିସ୍ତାର କରିଥିବା ବେଳେ ଏବେ ଏହା ବିଦାୟ ନେବାକୁ ଯାଉଥିବା କୁହାଯାଉଛି। ଜୁନ୍‌ରେ ଏଠାରେ ପିଜିଟିଭଙ୍କ ସଂଖ୍ୟା ଚିନ୍ତାର କାରଣ ପାଲଟିଥିବା ବେଳେ ସେତେବେଳେ ଦିଲ୍ଲୀରେ ପଜିଟିଭ ହାର ୩୨ ପ୍ରତିଶତ ଥିଲା। ଏବେ ଏହା କେବଳ ୭ ପ୍ରତିଶତ ରହିଥିବା କୁହାଯାଇଛି। ଦିଲ୍ଲୀରେ କରୋନା ଟେଷ୍ଟକୁ ବଢାଇ ଦେବା ପରେ ଗୋଟିଏ ଦିନରେ ପାଖାପାଖି ୪ ହଜାର ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିଲା। ହେଲେ ଏବେ ପ୍ରାୟ ୪୯ ଦିନ ପରେ ଏଠାରେ ମାତ୍ର ୯୫୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୨୩ ହଜାର ଅତିକ୍ରମ କରିଥିଲେ ବି ଏବେ କେବଳ ୧୫ ହଜାର ରୋଗୀଙ୍କର ଚିକିତ୍ସା ଚାଲିଛି। ଲଗାତାର ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରଥମଥର ଲାଗି କେବଳ ଦିଲ୍ଲୀରେ ପଜିଟିଭଙ୍କ ସଂଖ୍ୟା କମ୍‌ ହୋଇଛି ବୋଲି କୁହାଯାଉଛି। ଦେଶ ମଧ୍ୟରେ କେବଳ ଦିଲ୍ଲୀରେ ହିଁ ପ୍ରତିଦିନ ସବୁଠାରୁ ଅଧିକ କରୋନା ଟେଷ୍ଟ କରାଉଥିବା ଦାବି କରାଯାଉଛି। ଏଠାରେ ଏବେ ପାଖାପାଖି ୭୭ ପ୍ରତିଶତ ବେଡ୍‌ ଖାଲି ପଡିଛି। ଅଧିକାଂଶ ଲୋକେ ଘରେ ରହି ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପଟେ ଧମକ, ସେପଟେ ଆକ୍ରମଣ

ପାଲାମ୍‌/ଭୁବନେଶ୍ୱର/ପୁଞ୍ଚ,୫ା୫ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଶନିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଜଣେ ଯବାନ ଶହୀଦ ଓ ୪ ଆହତ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

କଂଗ୍ରେସ ନେତାଙ୍କ ମିଳିଲା ଦଗ୍ଧ ମୃତଦେହ

ଚେନ୍ନାଇ,୫ା୫ତାମିଲନାଡୁର କଂଗ୍ରେସ ନେତା କେ.ପି.କେ. ଜୟକୁମାର ଧନସିଂଙ୍କ ଦଗ୍ଧ ମୃତଦେହ ତିରୁନେଲଭେଲିସ୍ଥିତ ତାଙ୍କ ଫାର୍ମରୁ ଶନିବାର ମିଳିଛି। ତାଙ୍କ ଦୁଇଗୋଡ଼କୁ ତାରରେ ବନ୍ଧାଯାଇଥିବା ଦେଖାଯାଇଛି। ୨...

କର୍ନାଟକ ସେକ୍ସ ସ୍କାଣ୍ଡାଲରେ ଏଚ୍‌.ଡି ରେଭନ୍ନା ଗିରଫ

ବେଙ୍ଗାଲୁରୁ,୪ା୫: କର୍ନାଟକ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ ବିଧାୟକ ଏଚ୍‌.ଡି. ରେଭନ୍ନାଙ୍କୁ ଏସ୍‌ଆଇଟି ଶନିବାର ଗିରଫ କରିଛି। ରେଭନ୍ନାଙ୍କ ଘରେ କାମ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌, ନିର୍ଦ୍ଦେଶ ଜାରି କଲେ ଜିଲାପାଳ

ପୁରୀ,୪ା୫: ପ୍ରଧାନମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। ଚିକିଲିରେ ପ୍ରଧାନମନ୍ତ୍ରୀଙ୍କ ସଭା ଥିବାରୁ ଡ୍ରୋନ ଉଡ଼ାଣ ଉପରେ ରୋକ୍‌ ଲଗାଯାଇଛି।...

‘ମୋଦି ନିଜେ ରାଜା, ହେଲେ ମୋ’ ଭାଇକୁ ରାଜକୁମାର କହୁଛନ୍ତି’

ଗାନ୍ଧିନଗର,୪।୫: ମୋଦି ନିଜେ ରାଜା, ହେଲେ ମୋ’ ଭାଇଙ୍କୁ ରାଜକୁମାର କୁହନ୍ତି। କିଛି ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ...

ବାୟୁସେନା ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୩ ଆହତ

ନୂଆଦିଲ୍ଲୀ,୪ା୫: ଶନିବାର ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ସୁରାନକୋଟ ଅଞ୍ଚଳରେ ଆତଙ୍କବାଦୀମାନେ ବାୟୁସେନା କର୍ମଚାରୀ ଯାଉଥିବା ଦୁଇଟି ଗାଡିରେ ଆକ୍ରମଣ କରିଛନ୍ତି। ଯେଉଁଥିରେ ଭାରତୀୟ ବାୟୁସେନାର...

ପଦ୍ମ ଧରିଲେ ଅରବିନ୍ଦର ସିଂହ ଲଭଲୀ

ନୂଆଦିଲ୍ଲୀ,୪।୫: ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଭାଜପାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri