ସ୍ତ୍ରୀଙ୍କୁ ହତ୍ୟା କରି ଫେରାର ଥିଲେ ସ୍ବାମୀ: ବିସ୍ଫୋରକ, ବାରୁଦ ସାମଗ୍ରୀ ବୋଝେଇ ଗାଡ଼ି ସହ ପଡିଲେ ଧରା

ଯୋଡ଼ା,୧୭।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ଉପକଣ୍ଠ ଦେଇ ଯାଇଥିବା ୫୨୦ ନଂ. ଜାତୀୟ ରାଜପଥର ରଣାଶାଳ ଘାଟି ନିକଟରୁ ଗୁରୁବାର ଯୋଡ଼ା ପୋଲିସ ବିସ୍ଫୋରକ ଓ ବାରୁଦ ସାମଗ୍ରୀ ବୋଝେଇ ଏକ ଗାଡିକୁ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ପୋଲିସ ଅଟକ ରଖିଛି। ସେ ହେଲେ ଝାଡଖଣ୍ଡର ଚାଇଁବସା ବଡ଼ ନିମିଡିହି ଅଞ୍ଚଳର କୁନାଲ କୁମାର ମିଶ୍ର(୩୦)।
ସୂଚନାନୁଯାୟୀ, ରଣାଶାଳ ଘାଟି ନିକଟରେ ପୋଲିସ ଗାଡି ଯାଞ୍ଚ କରୁଥିଲା। ଏହି ସମୟରେ ଉକ୍ତ ବିସ୍ଫୋରକ ବୋଝେଇ ଗାଡିକୁ ପୋଲିସ ଜବତକରି କୁନାଲଙ୍କୁ ଅଟକ ରଖିଛି। କୁନାଲ ସ୍ତ୍ରୀଙ୍କୁ ହତ୍ୟାକରି ଫେରାର ଥିବା ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଛି । ଏ ନେଇ ତାଙ୍କ ନାମରେ ଝାଡଖଣ୍ଡ ରାଜଚାଇଁବସା ମୁଫାସିଲ ଥାନାରେ ଏକ ମାମଲା (ନଂ. ୮୨/୨୦୧୯)ରୁଜୁ ହୋଇ କେସ୍‌ ଜାରି ରହିଛି। ତେବେ କୁନାଲ ଯୋଡା ଭୂୟାଁ ବସ୍ତିରେ ଆଉ ଜଣେ ମହିଳାଙ୍କୁ ବିବାହକରି ତାଙ୍କ ସହ ରହୁଥିଲେ। ତେବେ କୁନାଲଙ୍କ ନାମରେ ବେଆଇନ ବିସ୍ଫୋରକ ଚୋରା ଚାଲାଣ ନେଇ ଯୋଡ଼ା ଥାନାରେ କେଶ୍‌ ନଂ ୧୧୫/୨୦ରେ ଆଉ ଏକ ମାମଲା ରୁଜୁ ହୋଇଥିବା ପୋଲିସ ସୂଚନା ଦେଇଛି । ଜବତ ହୋଇଥିବା ଇନୋଭା କାରଟି ଚୋରା ବୋଲି ପୋଲିସ ଜାଣିବାକୁ ପାଇଛି। ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ହେବେ ଓଡ଼ିଶାର ସଙ୍ଗମ କୁମାର ସାହୁ

କଟକ,୧୯ା୧୨: ସୁପ୍ରିମକୋର୍ଟ କଲେଜିୟମ୍ ଓଡିଶା ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁଙ୍କୁ ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ନିଯୁକ୍ତ ଦେବା ପାଇଁ ଗୁରୁବାର ସୁପାରିଶ କରିଛି। ମୁଖ୍ୟ...

ମହିଳାଙ୍କୁ ଯୌନ ଉତ୍ପୀଡନ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ

ଦିଗପହଣ୍ଡି, ୧୯।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତାକଡ଼ରେ ଥିବା ପଦ୍ମନାଭପୁର ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିସରରେଠାରେ ଆଇନ...

କଳିଙ୍ଗା ଘାଟିରେ ଡ୍ରେନକୁ ଖସିଲା ବସ: ଘନ କୁହୁଡି ଯୋଗୁ…

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରେ ମାଟି ଓ ପଥର ଖସିବା ପରଠୁ ଘାଟିରେ କିଛି ଦିନ...

ରକ୍ତ ନେଇ HIV ସଂକ୍ରମିତ ହେଲେ ଥାଲାସେମିଆ ପୀଡିତ ୫ ଶିଶୁ: ୨ ଡାକ୍ତର ସସପେଣ୍ଡ

ନୂଆଦିଲ୍ଲୀ,୧୯ା୧୨: ମଧ୍ୟପ୍ରଦେଶର ସତନା ଜିଲାରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଥାଲାସେମିଆ ରୋଗରେ ପୀଡ଼ିତ ୫ ଜଣ ଶିଶୁଙ୍କୁ ସରକାରୀ ଡାକ୍ତରଖାନାରେ ରକ୍ତ ଦିଆଯିବା...

ପୌଷ ଅମବାସ୍ୟାରେ ଖୋଲିବ ଏହି 3 ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ,୧୯ା୧୨: ଆଜି ପବିତ୍ର ପୌଷ ଅମବାସ୍ୟା । ଆଜି ଭାବପ୍ରବଣ ଗଭୀରତା ଏବଂ ନବୀକରଣ ଶକ୍ତିର ଦିନ। ଆଜି ଶାନ୍ତ ଏବଂ ସଚ୍ଚୋଟ ଆଲୋଚନା, ଅତୀତର...

ଅଞ୍ଚଳ ପାଇଁ ଗୌରବ ଆଣିଲେ କଳାହାଣ୍ଡି ଛାତ୍ର ଟେକ: ଖେଳିଗଲା ଖୁସିର ଲହରୀ

କର୍ଲାମୁଣ୍ଡା, ୧୯।୧୨ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲାସ୍ଥିତ ଅମର ଡିଗ୍ରୀ କଲେଜର ଛାତ୍ର ଟେକ ବଗର୍ତ୍ତୀ ଆସନ୍ତା ଜାନୁଆରୀ ୨୬ରେ ନୂଆଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri