ମା’ବାପା କରୋନା ପଜିଟିଭ ଚିହ୍ନଟ ପରେ ୬ ମାସର ଶିଶୁର ଯତ୍ନ ନେଇ ଚର୍ଚ୍ଚାରେ ଏହି ଡାକ୍ତର

ମହାମାରୀ କରୋନା ସମୟରେ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଦିନରାତି ଏକ କରି ରୋଗୀମାନଙ୍କ ସେବା କରିବାରେ ଲାଗିପଡ଼ିଛନ୍ତି। ତେବେ ଏତିକିବେଳେ ଜଣେ କରୋନା ଯୋଦ୍ଧା ଆଉ ପାଦେ ଆଗକୁ ଯାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଜଣେ ୬ ମାସର ଶିଶୁଙ୍କ ମା’ବାପା କରୋନା ପଜିଟିଭ ଜଣାପଡ଼ିବା ପରେ ସେ ଶିଶୁଟିକୁ ନିଜ ପାଖରେ ରଖି ତା’ର ସମସ୍ତ ଦାୟିତ୍ୱ ନେଇଛନ୍ତି। ଏହି ଡାକ୍ତର ଜଣଙ୍କ ହେଲେ କେରଳର ମୈରୀ ଅନିତା।
ଏଲଭିନଙ୍କ ମା’ ବାପା କେରଳର ଗୁରୁଗ୍ରାମର ଏକ ହେଲ୍‌ଥ କେୟାର ସେଣ୍ଟରରେ ନର୍ସଭାବେ କାର୍ଯ୍ୟ କରୁଥିଲେ। ଗତ ମାସରେ ଏଲଭିନଙ୍କ ବାପା କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲା। ଏହା ପରେ ସେ ହସ୍ପିଟାଲରେ ରହି ଚିକିତ୍ସିତ ହେଲେ। ଏହାର କିଛି ଦିନ ପରେ ଏଲଭିନଙ୍କ ମା’ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଲେ। ପରେ ଏକ ଚାଇଲ୍ଡ ଓ୍ବେଲ୍‌ଫେୟାର କମିଟି ଏଲ୍‌ଭିନ୍‌ଙ୍କ ଦାୟିତ୍ୱ ନେଲା। କିନ୍ତୁ ଶିଶୁଟି କିଛି ଦିନ ମା’ଙ୍କ ସହ ରହିଥିବାରୁ ତାଙ୍କୁ କରୋନା ହେବାର ସମ୍ଭାବନା ଅଧିକ ଥିଲା। ତେଣୁ ଚାଇଲ୍ଡ ଓ୍ବେଲ୍‌ଫେୟାର କମିଟି ଅନୁମତିରେ ଡା. ମୈରୀ ଜୁନ୍‌ ୧୫ରୁ ଏଲଭିନଙ୍କୁ ନେଇ ନିଜର ଖାଲି ଥିବା ଏକ ଫ୍ଲାଟରେ ରଖିଥିଲେ। ମୈରୀଙ୍କର ନିଜର ୩ ପିଲା ଅଛନ୍ତି। ମୈରୀ ଏଲଭିନଙ୍କର ଦେଖାଶୁଣା କରିବା ସହ ତାଙ୍କ ମା’ବାପାଙ୍କ ସହ ପ୍ରତିଦିନ ଭିଡିଓ କଲ୍‌ରେ ମଧ୍ୟ କଥା କରାଉଛନ୍ତି। ବର୍ତ୍ତମାନ ଏଲଭିନଙ୍କ ମା’ବାପା ଠିକ୍‌ ଅଛନ୍ତି। ମୈରୀ ଆମପାଇଁ ଭଗବାନ ବୋଲି ଏଲଭିନଙ୍କ ମା’ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

‘୧୦ ବର୍ଷର ପ୍ରାର୍ଥନା ପରେ ଜନ୍ମ ହୋଇଥିଲା ପୁଅ…’, ଦୂଷିତ ପାଣି ପିଇ…

ଇନ୍ଦୋର,୧।୧: ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁର ଅଞ୍ଚଳର ମରାଠୀ ମୋହଲ୍ଲାରେ ଦୂଷିତ ପାଣି ପିଇ ଜଣେ ଛଅ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri