ଏହି କ୍ରିକେଟରଙ୍କୁ ବିବାହ ନ କରି ତାଙ୍କ ପିଲାର ମା’ ହୋଇଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ଛୋଟ ପରଦାରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ନୀନା ଗୁପ୍ତା ଆଜି ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏକ ପରିଚିତ ନାମ। ସିରିୟଲ ‘ଖାନ୍‌ଦାନ’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଛୋଟପରଦା ଏବଂ ବଲିଉଡ୍‌ରେ କାମ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନୀନା। ମାତ୍ର ତାଙ୍କ ବ୍ୟକ୍ତିଗତ ଜୀବନ ଏତେ ସହଜ ନ ଥିଲା। ଯୌବନରେ ସେ ଜଣେ କ୍ରିକେଟରଙ୍କ ପ୍ରେମରେ ପଡ଼ିଥିଲେ। ତେବେ ଜାଣନ୍ତୁ ଏହା ପରେ କ’ଣ ଘଟିଥିଲା ନୀନାଙ୍କ ଜୀବନରେ…


ନୀନା ଓ୍ବେଷ୍ଟ୍‌ଇଣ୍ଡିଜ୍‌ କ୍ରିକେଟର ଭିଭିଆନ୍‌ ରିଚାର୍ଡସଙ୍କ ସହ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଏହି ସମ୍ପର୍କକୁ ନେଇ ସେତେବେଳେ ଦୁଇଜଣ ବେଶ୍‌ ଚର୍ଚ୍ଚାରେ ଥିଲେ। କାରଣ ପ୍ରେମସମ୍ପର୍କର କିଛିଦିନ ପରେ ନୀନା ଗର୍ଭବତୀ ହୋଇଥିଲେ। କିନ୍ତୁ ନୀନା ରିଚାର୍ଡସଙ୍କୁ ବିବାହ କଲେ ନାହିଁ। ହେଲେ ତାଙ୍କ ପିଲାକୁ ଜନ୍ମ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଫଳରେ ତାଙ୍କ ଗର୍ଭରୁ ଝିଅ ନସାବା ଜନ୍ମ ନେଇଥିଲେ। ୮୦ ଦଶକରେ ଓ୍ବେଷ୍ଟ୍‌ ଇଣ୍ଡିଜ୍‌ ଟିମ୍‌ ଭାରତକୁ କ୍ରିକେଟ ଖେଳିବା ପାଇଁ ଆସିଥିଲା। ସେତେବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯଦିଓ ଦୁହିଁଙ୍କ ମଧ୍ୟରେ ପ୍ରେମ କେମିତି ହେଲା କାହାକୁ ସ୍ପଷ୍ଟ ଜଣା ନାହିଁ ତଥାପି ମୁମ୍ବାଇର ଏକ ପାର୍ଟିରେ ତାଙ୍କର ସାକ୍ଷାତ ହୋଇଥିଲା। ସେଠାରେ ପରିଚୟ ସୃଷ୍ଟି ହୋଇଥିଲା।

ଦୁଇଜଣଙ୍କ ସମ୍ପର୍କ ଟିକେ ଭିନ୍ନ ଥିଲା। ଯେତେବେଳେ ରିଚାର୍ଡସଙ୍କର ନୀନାଙ୍କ ସହ ଭେଟ ହେଲା, ସେହି ସମୟରେ ରିଚାର୍ଡସ ବିବାହିତ ଥିଲେ। ତାଙ୍କର ଦୁଇ ପିଲା ମଧ୍ୟ ଥିଲେ। ଶୁଣିବାକୁ ମିଳେ ଏହି ସମୟରେ ଭିଭିଆନ୍‌ ତାଙ୍କ ସ୍ତ୍ରୀଙ୍କଠାରୁ କୁଆଡ଼େ ଅଲଗା ରହୁଥିଲେ। ଏହା ଜାଣି ମଧ୍ୟ ନୀନା ଭିଭିଆନ୍‌ଙ୍କ ପ୍ରେମରେ ପଡ଼ିଥିଲେ। ଦୁହିଁଙ୍କ ସମ୍ପର୍କ ଦୀର୍ଘଦିନ ଧରି ବେଶ୍‌ ଭଲ ଚାଲିଥିଲା। ଏହି ସମୟରେ ଶୁଣିବାକୁ ମିଳିଥିଲା ନୀନା ମା’ ହେବାକୁ ଯାଉଛନ୍ତି। ନୀନା ଏବଂ ଭିଭିଆନ୍‌ କେବେ ବିବାହ କରିପାରିବେ ନାହିଁ। ଆରମ୍ଭରୁ ହିଁ ନୀନାଙ୍କ ପରିବାର ଏବଂ ସାଙ୍ଗସାଥୀ ଏକଥା ଜାଣିଥିଲେ। କିନ୍ତୁ ନୀନା ନିଷ୍ପତ୍ତି ନେଇଥିଲେ ବିବାହ ନ କରି ମଧ୍ୟ ତାଙ୍କ ପିଲାକୁ ଜନ୍ମ ଦେବେ। ନୀନା ଯେତେବେଳେ ଗର୍ଭବତୀ ଥିଲେ ସେହି ସମୟରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା। ସେତେବେଳେ ତାଙ୍କ ପିତା ଦିଲୀରୁ ମୁମ୍ବାଇ ଆସି ତାଙ୍କ ସହ ରହୁଥିଲେ। ଶେଷରେ ୧୯୮୯ରେ ଝିଅ ମସାବାକୁ ଜନ୍ମ ଦେଇଥିଲେ। ମସାବା ଆଜିର ଦିନରେ ଜଣେ ଜଣାଶୁଣା ଫ୍ୟାଶନ ଡିଜାଇନର।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri