Posted inଖେଳ

ବାତ୍ରାଙ୍କୁ କ୍ଲିନ୍‌ ଚିଟ୍‌

ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଉପସଭାପତି ସୁଧାଂଶୁ ମିତ୍ତଲଙ୍କ ଅଭିଯୋଗକୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଅଗ୍ରାହ୍ୟ କରିବା ସହ ଏହାର ସଭାପତି ନରିନ୍ଦର ବାତ୍ରାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଦେଇଛି। ୨୦୧୬ ନିର୍ବାଚନ ବେଳେ ବାତ୍ରା ଏଫ୍‌ଆଇଏଚ୍‌ ନିୟମାବଳୀର ଉଲ୍ଲଂଘନ କରିଥିବା ମିତ୍ତଲ ଅଭିଯୋଗ କରିଥିଲେ। ଏଫ୍‌ଆଇଏଚ୍‌ର ଇଣ୍ଡିପେଣ୍ଡେଣ୍ଟ ଇଣ୍ଟିଗ୍ରିଟି ୟୁନିଟ୍‌ ଚେୟାରମ୍ୟାନ ଓ୍ବେନ୍‌ ସ୍ନେଲ କିନ୍ତୁ ବାତ୍ରାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି। ମିତ୍ତଲ ଅଭିଯୋଗ କରିଥିଲେ ୨୦୧୬ ନଭେମ୍ବରରେ ଏଫ୍‌ଆଇଏଚ୍‌ର ମୁଖ୍ୟ ଭାବେ ନିର୍ବାଚିତ ହେବା ବେଳେ ବାତ୍ରା ହକି ଇଣ୍ଡିଆର ସଭାପତି ପଦବୀରେ ରହିଥିଲେ। ତେବେ ବାତ୍ରା ଏଫ୍‌ଆଇଏଚ୍‌ର ସଭାପତି ହେବାପରେ ହକି ଇଣ୍ଡିଆରୁ ଓହରିଯାଇଥିବାରୁ ସେ କୌଣସି ନିୟମ ଉଲ୍ଲଂଘନ କରି ନାହାନ୍ତି। ବାତ୍ରା ସଫେଇ ଦେଇ କହିଥିଲେ ଯେ, ସେ ଏଫଆଇଏଚ୍‌ ସଭାପତି ଭାବେ ନିର୍ବାଚିତ ହେବା ପଛରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ନାହିଁ। କାରଣ ସେ ୨୦୧୬ ନଭେମ୍ବର ୨୫ରେ ହକି ଇଣ୍ଡିଆ ସଭାପତି ପଦବୀରୁ ଇସ୍ତଫା ଦେଇସାରିଥିଲେ। ସୂଚନାଯୋଗ୍ୟ, ମିତ୍ତଲ ପୂର୍ବରୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)କୁ ଏକ ଚିଠି ଲେଖିଥିଲେ। ବାତ୍ରା ବେଆଇନ ଭାବେ ଆଇଓଏ ସଭାପତି ଭାବେ ନିର୍ବାଚିତ ହୋଇଥିବା ଅଭିଯୋଗ କରିଥିଲେ। ତେବେ ଶୁକ୍ରବାର ଆଇଓସି ମଧ୍ୟ ବାତ୍ରାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛି। ଆଇଓଏ ସଭାପତି ପଦବୀ ହାସଲ କରିବା ଲାଗି ବାତ୍ରା କୌଣସି ଅସାଧୁ ଉପାୟ ଅବଲମ୍ବନ କରି ନ ଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ଟି-୨୦ରେ ୧୬ ଛକା ମାରି କ୍ରିକେଟ୍‌ ଜଗତରେ ଚହଳ ପକାଇଲେ ଏହି କ୍ରିକେଟର୍‌ ମାତ୍ର ୬୩ ବଲ୍‌ରେ କଲେ…

ନୂଆଦିଲ୍ଲୀ,୮।୧୨: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ, ୨୦୦ରୁ ଅଧିକ ରନର ଟାର୍ଗେଟକୁ ବିଜୟୀ ଲକ୍ଷ୍ୟ ଭାବରେ ବିବେଚନା କରାଯାଏ। କିନ୍ତୁ ଗୋଟିଏ ମ୍ୟାଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri