Posted inଖେଳ

ପାକିସ୍ତାନର ଇଂଲଣ୍ଡ ଗସ୍ତ: ୟୁନିସ୍‌ ବ୍ୟାଟିଂ, ମୁସ୍ତାକ୍‌ ସ୍ପିନ୍‌ କୋଚ୍‌ ନିଯୁକ୍ତ

କରାଚୀ,୯।୬(ପି.ଟି.): ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନୂଆ ବ୍ୟାଟିଂ ଓ ବୋଲିଂ କୋଚ୍‌ ନିଯୁକ୍ତ କରିଛି। ପିସିବି ପୂର୍ବତନ ବ୍ୟାଟ୍ସମ୍ୟାନ ୟୁନିସ୍‌ ଖାନଙ୍କ ବ୍ୟାଟିଂ କୋଚ୍‌ ଓ ପୂର୍ବତନ ସ୍ପିନର ମୁସ୍ତାକ ଅହମ୍ମଦଙ୍କୁ ବୋଲିଂ କୋଚ୍‌ ରୂପେ ନିଯୁକ୍ତ କରିଛି। ମଙ୍ଗଳବାର ପିସିବି ତରଫରୁ ଏ ନେଇ ଘୋଷଣା କରାଯାଇଛି।

୪୨ ବର୍ଷୀୟ ୟୁନିସ୍‌ ୧୧୮ଟି ଟେଷ୍ଟ ଖେଳି ୧୦,୦୯୯ ରନ ସଂଗ୍ରହ କରିଛି। ସେ ମଧ୍ୟ ୩୧୩ ରନର ବ୍ୟକ୍ତିଗତ ସର୍ବାଧିକ ସ୍କୋର ହାସଲ କରି ଟେଷ୍ଟରେ ତ୍ରିଶତକ ହାସଲ କରିଥିଲେ। ସେତେବେଳେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ର଼୍ୟାଙ୍କିଙ୍ଗରେ ୧ ନମ୍ବର ବ୍ୟାଟ୍ସମ୍ୟାନର ମାନ୍ୟତା ପାଇଥିଲେ। ଇଂଲଣ୍ଡ ଗସ୍ତରେ ପାକିସ୍ତାନ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଓ ପରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି। ଜୁଲାଇ ୮ ତାରିଖରୁ ଟେଷ୍ଟ ସିରିଜ ଆରମ୍ଭ ହେବ।

ପାକିସ୍ତାନ ବ୍ୟାଟିଂ କୋଚ୍‌ ହେବା ପାଇଁ ୟୁନିସ ସବୁଠାରୁ ଯୋଗ୍ୟ ବ୍ୟକ୍ତି ବୋଲି ପିସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଓ୍ବାସିମ୍‌ ଖାନ କହିଛନ୍ତି। ସେହିପରି ପୂର୍ବତନ ଲେଗ୍‌ ସ୍ପିନର ମୁସ୍ତାକ ଅହମ୍ମଦ ୫୨ ଟେଷ୍ଟ ଖେଳି ୧୮୫ ଉଇକେଟ ହାସଲ କରିଛନ୍ତି। ସ୍ପିନ୍‌ କୋଚ୍‌ ହେବା ସହିତ ସେ ଦଳର ମେଣ୍ଟର ଦାୟିତ୍ୱରେ ମଧ୍ୟ ରହିବେ। ସେ ମଧ୍ୟ ପୂର୍ବରୁ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜର ସ୍ପିନ୍‌ ବୋଲିଂ କୋଚ୍‌ ଭାବେ ସଫଳତାର ସହ ଦାୟିତ୍ୱ ସମ୍ଭାଳିଛନ୍ତି। ଇଂଲଣ୍ଡର ପରିବେଶ ସହ ମୁସ୍ତାକ ବେଶ୍‌ ଅଭ୍ୟସ୍ତ। ସେ ମଧ୍ୟ ସେଠାରେ ଦୀର୍ଘ ସମୟ ରହି କାଉଣ୍ଟି କ୍ରିକେଟ ଖେଳିବା ସହ ଇଂଲଣ୍ଡ ଦଳ ସହ କାର୍ଯ୍ୟ କରିଛନ୍ତି। ତାଙ୍କ ଅଭିଜ୍ଞତାରୁ ପାକିସ୍ତାନ ଫାଇଦା ଉଠାଇପାରିବ ବୋଲି ଓ୍ବାସିମ କହିଛନ୍ତି। ମେଣ୍ଟର ଭାବେ ସେ ମୁସ୍ତାକ ମୁଖ୍ୟ କୋଚ୍‌ ମିସ୍‌ବା ଉଲ୍‌ ହକ୍‌ଙ୍କୁ ମ୍ୟାଚ୍‌ ପାଇଁ ଯୋଜନା ଓ ପ୍ରସ୍ତୁତିରେ ସହାୟତା ପ୍ରଦାନ କରିବେ। ଦ୍ରୁତ ବୋଲିଂ କୋଚ୍‌ ଓ୍ବାକର ୟୁନିସ ମଧ୍ୟ ଏହି ଗସ୍ତରେ ଦାୟିତ୍ୱରେ ରହିବେ। ନୂଆ ଦାୟିତ୍ୱ ମିଳିଥିବାରୁ ୟୁନିସ୍‌ ଓ ମୁସ୍ତାକ ଖୁସି ଜାହିର କରିଛନ୍ତି। ୟୁନିସ ଓ ମୁସ୍ତାକଙ୍କ ନିଯୁକ୍ତିକୁ ସ୍ବାଗତ କରିଛନ୍ତି ହେଡ୍‌ କୋଚ୍‌ ମିସ୍‌ବା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri