ଗଣମାଧ୍ୟମର ତଣ୍ଟି ଚିପୁଛି କରୋନା

ପ୍ୟାରିସ୍‌,୨୨ା୪ : କରୋନା ମହାମାରୀ ସାରା ବିଶ୍ୱରେ ଗଣମାଧ୍ୟମ ସ୍ବାଧୀନତା ପ୍ରତି ବିପଦ ସୃଷ୍ଟି କରିଥିବା ‘ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ’ ପକ୍ଷରୁ ସତର୍କ କରିଦିଆଯାଇଛି। ବିଶ୍ୱ ଗଣମାଧ୍ୟମ ସ୍ବାଧୀନତାର ବାର୍ଷିକ ମୂଲ୍ୟାୟନ ରିପୋର୍ଟରେ ମଙ୍ଗଳବାର ଏହି ମିଡିଆ ଓ୍ବାଚ୍‌ଡଗ୍‌ କହିଛି, ସ୍ବାସ୍ଥ୍ୟ ସଙ୍କଟକୁ ବାହାନା ଭାବେ ନେଇ ବିଭିନ୍ନ ଦେଶର ସରକାର ସ୍ବାଭାବିକ ସମୟରେ ଅସମ୍ଭବ ଥିବା ପଦକ୍ଷେପମାନ ଲାଗୁ କରିପାରନ୍ତି। ମହାମାରୀ ଯୋଗୁ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ଥିବାରୁ ସରକାର ଏହାର ଫାଇଦା ନେବେ। ଏହି ସମୟରେ ଜନସାଧାରଣ ମଧ୍ୟ ପ୍ରତିବାଦ କରିପାରିବେ ନାହିଁ ବୋଲି ଏହି ସଂସ୍ଥା ପକ୍ଷରୁ କୁହାଯାଇଛି।
ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ ପକ୍ଷରୁ ସଦ୍ୟ ଜାରି କରାଯାଇଥିବା ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଉତ୍ତର କୋରିଆ ନିମ୍ନରେ ରହିଛି। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ନରଓ୍ବେ ଶୀର୍ଷରେ ରହିଛି। ମୋଟ ୧୮୦ଟି ଦେଶ ଓ ଭୂଖଣ୍ଡକୁ ନେଇ ଏହି ର଼୍ୟାଙ୍କ ପ୍ରସ୍ତୁତ କରାଯାଇଛି। ରିପୋର୍ଟରେ ଆମେରିକାର ପ୍ରେସ୍‌ ସ୍ବାଧୀନତା ସନ୍ତୋଷଜନକ ବୋଲି କୁହାଯାଇଛି। ସେଠାରେ ଖବରଦାତାଙ୍କୁ ସର୍ବସାଧାରଣରେ ଅପମାନ, ଧମକ ଓ ହଇରାଣ କରାଯିବା ଗତବର୍ଷ ବଡ଼ ସମସ୍ୟା ଥିଲା। ପ୍ରେସ୍‌ ସ୍ବାଧୀନତା ତାଲିକାରେ ଆମେରିକା ୪୫ତମ ସ୍ଥାନରେ ରହିଛି। ୟୁରୋପ, ଆଫ୍ରିକା, ଏସିଆ, ଓସ୍‌ନିଆ, ଦକ୍ଷିଣ ଆମେରିକା ଓ କାରିବିଆନ୍‌ ଦେଶଗୁଡ଼ିକ ଏହି କ୍ଷେତ୍ରରେ ଆମେରିକାଠାରୁ ଆଗରେ ରହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କେତେକ ଖବରଦାତା ଓ ଗଣମାଧ୍ୟମ ସଂସ୍ଥା ପ୍ରତି ରହିଥିବା ଶତ୍ରୁତା ମନୋଭାବ ସମ୍ପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି କାରଣରୁ ବିଭିନ୍ନ ସମୟରେ ସେଠାରେ ଗଣମାଧ୍ୟମ ପ୍ରତିନିଧି ଆକ୍ରମଣର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ କରୋନା ମହାମାରୀ ଏହି ସମସ୍ୟାକୁ ଆହୁରି ଜଟିଳ କରିଦେଇଛି।

ଦୁଇପାଦ ତଳକୁ ଖସିଛି ଭାରତ

ଓ୍ବାଲର୍‌ଡ ପ୍ରେସ୍‌ ଫ୍ରିଡମ୍‌ ଇଣ୍ଡେକ୍ସରେ ପ୍ରକାଶିତ ତଥ୍ୟାନୁସାରେ ଭାରତ ଦୁଇପାଦ ତଳକୁ ଖସିଯାଇଛି। ୨୦୧୯ରେ ଗଣମାଧ୍ୟମ ସ୍ବାଧୀନତା କ୍ଷେତ୍ରରେ ଭାରତ ୧୪୦ତମ ସ୍ଥାନରେ ଥିବାବେଳେ ଚଳିତ ବର୍ଷ ୧୪୨ତମ ସ୍ଥାନ ଅଧିକାର କରିଛି। ନରେନ୍ଦ୍ର ମୋଦି ସରକାରଙ୍କ ହିନ୍ଦୁତ୍ୱ ବିଚାରଧାରାକୁ ଏଥିପାଇଁ ଦାୟୀ କରାଯାଇଛି। ସୋସିଆଲ ମିଡିଆରେ ଖବରଦାତାମାନଙ୍କ ବିରୋଧରେ ଚାଲିଥିବା ଘୃଣା ଅଭିଯାନ ଏବଂ ପୋଲିସର ବର୍ବରତା ସ୍ଥିତିକୁ ଅଧିକ ସଙ୍ଗିନ କରିଥିବା ଏଥିରେ ଦର୍ଶାଯାଇଛି। ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଉତ୍ତର କୋରିଆ (୧୮୦), ଭିଏଟ୍‌ନାମ (୧୭୫), ସିରିଆ (୧୭୪), ସ୍ଥାନରେ ରହିଛି। ସେହିପରି ପାକିସ୍ତାନ ୧୪୫ତମ ଓ ବାଂଲାଦେଶ ୧୫୧ତମ ସ୍ଥାନ ଅଧିକାର କରିଛି। ସୂଚକାଙ୍କରେ ଶ୍ରୀଲଙ୍କା ଓ ନେପାଳର ସ୍ଥାନ ରହିଛି ଯଥାକ୍ରମେ ୧୨୭ ଓ ୧୧୨।

ଭୂତାଣୁଠାରୁ ଭୟଙ୍କର ଗୁଜବ

‘ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ’ ଅନୁସାରେ ଭବିଷ୍ୟତର ସାମ୍ବାଦିକତା ପ୍ରତି ଅର୍ଥନୈତିକ ଓ ଛଟେଇ ବିପଦ ରହିଛି। ଡିଜିଟାଲ ପ୍ରଯୁକ୍ତିର ଦୁର୍ବଳ ନିୟନ୍ତ୍ରଣ ସୂଚନା ଅରାଜକତା ସୃଷ୍ଟି କରିଛି। ତଥ୍ୟ, କାଳ୍ପନିକ କାହାଣୀ, ପ୍ରଚାର ଏବଂ ବିଜ୍ଞାପନ ମଧ୍ୟରେ ଏକ ଅସ୍ପଷ୍ଟ ରେଖା ଦେଖାଦେଇଛି। ମହାମାରୀକୁ ନେଇ ଗୁଜବ ଓ ମିଥ୍ୟା ଖବର ଭୂତାଣୁ ବ୍ୟାପିବା ଭଳି ଦ୍ରୁତଗତିରେ ପ୍ରସାରିତ ହେଉଛି। ଏପରି ସମୟରେ ସାମ୍ବାଦିକମାନଙ୍କୁ ସମାଜର ବିଶ୍ୱସ୍ତ ତୃତୀୟ ପକ୍ଷ ଭାବେ ସେମାନଙ୍କ ଭୂମିକା ନିର୍ବାହ ଲାଗି ସମର୍ଥ କରାଇବାରେ ସଚେତନତା ସୃଷ୍ଟି ଲାଗି ଜନସାଧାରଣ ଆଗେଇ ଆସିବା ଆବଶ୍ୟକ ବୋଲି ଏହି ସଙ୍ଗଠନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri