ବଲିଉଡ୍‌ ଫିଲ୍ମରେ ହୋଲିର ଝଲକ୍‌

ମୁମ୍ବାଇ: ବିଗତ ଦିନରେ ବଲିଉଡର କିଛି ଫିଲ୍ମରେ ହୋଲିର ଝଲକ ଦେଖିବାକୁ ମିଳିଥିଲା। ହୋଲି ଗୀତ ସହିତ ଅଭିନେତ୍ରୀ, ଅଭିନେତାଙ୍କ ଡ୍ୟାନ୍ସ ଦର୍ଶକଙ୍କ ଦୃଶ୍ୟପଟରେ ଆଜି ବି ଅଭୁଲା।

ସିଲ୍‌ସିଲା:


ଏହି ଫିଲ୍ମର ହୋଲି ଗୀତରେ ଅମିତାଭ, ଜୟା ବଚ୍ଚନ ଏବଂ ରେଖା ବେଶ୍‌ ମତୁଆଲା ହୋଇଥିଲେ। ଗୀତଟି ଥିଲା ‘ହୋ ରଙ୍ଗ ବର୍‌ସେ ଭିଗେ ଚୁନ୍‌ରିବାଲି ରଙ୍ଗ ବର୍‌ସେ’। ଏହା ଖୁବ୍‌୍‌ ଲୋକପ୍ରିୟ ହୋଇଥିଲା। ହୋଲି ଆସିବା କ୍ଷଣି ସବୁଠି ଏହି ଗୀତ ବାଜିଥାଏ।

ଗୁଲାବ୍‌ ଗ୍ୟାଙ୍ଗ୍‌:

ଏହି ଫିଲ୍ମ ଗୀତ ‘ରଙ୍ଗ୍‌ ଦେ ହୋଲି’ରେ ଧକ୍‌ଧକ୍‌ ଗାର୍ଲ ମାଧୁରୀଙ୍କ ଡ୍ୟାନ୍ସ ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଇଥିଲା।

ୟେ ଜଓ୍ବାନୀ, ହୈ ଦିଓ୍ବାନୀ:


ଏଥିରେ ଦୀପିକା ପାଦୁକୋନ୍‌ ଏବଂ ରଣବୀର କପୁର ଅଭିନୟ କରିଥିଲେ। ଗୀତ ‘ବଲମ୍‌ ପିଚ୍‌କାରୀ’ରେ ଦୀପିକା-ରଣବୀରଙ୍କ ହୋଲି ଖେଳ ବହୁ ମଜାଦାର ଥିଲା। ରଣବୀର ଦୀପିକାଙ୍କ ମୁହଁକୁ ପୂରା ଗୋଲାପି ରଙ୍ଗରେ ରଙ୍ଗାଇ ଦେଇଥିଲେ। ଏହି ଫିଲ୍ମରେ ହିଁ ଦୀପିକା – ରଣବୀରଙ୍କ ପ୍ରେମସମ୍ପର୍କ ଚାଲିଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା।

ହମ୍‌ ଦିଲ୍‌ ଦେ ଚୁକେ ସନମ୍‌:


ଏହି ଫିଲ୍ମରେ ସଲମାନ୍‌ ଖାଁ ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟ ହୋଲି ଗୀତରେ ଧୁମ୍‌ ମଚାଇଥିଲେ। ‘ଢୋଲ୍‌ ତାର ବାଜେରେ ବାଜେରେ ଢମ୍‌ ଢମ୍‌ ବାଜେ ଢୋଲ୍‌’ ଗୀତଟି ବେଶ୍‌ ମନଛୁଆଁ ହୋଇଥିଲା।


ସେହିପରି ରାମଲୀଲା, ରଙ୍ଗିଲା, ଦିଲ୍‌ ସେ, ଦେବଦାସ ପରି ଫିଲ୍ମରେ ହୋଲି ଗୀତ ବେଶ୍‌ ଲୋକପ୍ରିୟ। ଆଜି ବି ଏସବୁ ଫିଲ୍ମର ହୋଲି ଗୀତ କେଉଁଠି ବାଜିଲେ ଶ୍ରୋତା କିଛି ସମୟ ପାଇଁ ଆନମନା ହୋଇଯା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri