ପୁରୀ ଅଫିସ, ୫।୬: ପ୍ରକୃତି ନିବାସ। ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ପର୍ଯ୍ୟଟକଙ୍କୁ ପ୍ରକୃତିର ମଜା ଦେବା ପାଇଁ ବନ ବିଭାଗ ପକ୍ଷରୁ ଏହାର ପରିକଳ୍ପନା କରାଯାଇଥିଲା। ହେଲେ ବାତ୍ୟାରେ ଉଜୁଡ଼ିଯାଇଛି ଏହାର ସବୁଜିମା। ଏହା ପରିସରରେ ଥିବା କଟେଜ୍ରୁ ଆଜ୍ବେଷ୍ଟସ ଉଡି ଯାଇଥିବା ବେଳେ ବିଦ୍ୟୁତ୍ ଖୁଣ୍ଟଗୁଡ଼ିକ ଭାଙ୍ଗି ପଡିଛି। ତେବେ କ୍ଷୟକ୍ଷତିର ମରାମତି କରାଯାଇ ପର୍ଯ୍ୟଟନ ଋତୁ ଆରମ୍ଭରୁ ଅର୍ଥାତ୍ ନଭେମ୍ବର ୧ ତାରିଖ ପୂର୍ବରୁ ପ୍ରକୃତି ନିବାସ ଖୋଲାଯିବ ବୋଲି ପୁରୀ ଡିଏଫ୍ଓ ହର୍ଷବର୍ଦ୍ଧନ ଉଦ୍ଗାତା କହିଛନ୍ତି।
ଡିଏଫ୍ଓଙ୍କ ସୂଚନା ମୁତାବକ, ବାତ୍ୟା ପୂର୍ବରୁ ପ୍ରକୃତି ନିବାସର ତମ୍ବୁ, ଏସି, ସୋଲାର, ଲାଇଟ୍ ପ୍ରଭୃତି ସରଞ୍ଜାମ ଖୋଲି ଦିଆଯାଇଥିଲା। ତେଣୁ ଅଧିକ କିଛି ନଷ୍ଟ ହୋଇନାହିଁ। ଗଛଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ କେତେକ କଟେଜ୍ର ଟିଣ ଆଜ୍ବେଷ୍ଟସ ଉଡିଯାଇଛି। ସେହିପରି ପ୍ରକୃତି ନିବାସକୁ ଯାଇଥିବା ବିଦ୍ୟୁତ୍ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଛି। ସହରର ବିଦ୍ୟୁତ୍ ପୁନରୁଦ୍ଧାର କାମ ସରିବା ପରେ ପ୍ରକୃତି ନିବାସରେ କାମ ଆରମ୍ଭ କରାଯିବ। ଯାହା ସ୍ବଳ୍ପ କ୍ଷୟକ୍ଷତି ହୋଇଛି ତାହା ବେଶିଦିନ ଲାଗିବ ନାହିଁ, ମାସକ ମଧ୍ୟରେ ସବୁ ଠିକ୍ଠାକ ହୋଇଯିବ। ନଭେମ୍ବର ୧ରୁ ଆରମ୍ଭ ହେଉଥିବା ପର୍ଯ୍ୟଟନ ଋତୁ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଏହାକୁ ପ୍ରସ୍ତୁତ କରିଦିଆଯିବ। ବୋଟର କିଛି କ୍ଷତି ହୋଇ ନ ଥିବାରୁ ବୋଟିଂ ପାଇଁ କିଛି ସମସ୍ୟା ହେବ ନାହିଁ। ପୂର୍ବପରି ଶୀତଦିନରେ ପର୍ଯ୍ୟଟକମାନେ ପ୍ରକୃତି ନିବାସକୁ ଆସି ରହିପାରିବେ ଏବଂ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିପାରିବେ ବୋଲି ଡିଏଫ୍ଓ କହିଛନ୍ତି।
ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ ସମୁଦ୍ର ମୁହାଣର ଅନତି ଦୂର ନୂଆନଈ କଡ଼ରେ ପ୍ରକୃତି ନିବାସ ତିଆରି କରାଯାଇଛି। ଏଠାରେ ଆକର୍ଷଣୀୟ ୧୦ଟି କଟେଜ ରହିଛି। ରେଷ୍ଟୁରାଣ୍ଟ ଏବଂ ନୂଆନଈରେ ବୋଟିଂ ସୁବିଧା ବି ରହିଥିଲା। ୨୦୧୭ ଫେବୃୟାରୀ ୧ ତାରିଖରେ ଏହା ଉଦ୍ଘାଟିତ ହେବା ପରେ ପର୍ଯ୍ୟଟକମାନେ ଏଠାରେ ରାତିରେ ରହିବା ସହ ପ୍ରାକୃତିକ ଦୃଶ୍ୟରାଜିକୁ ଉପଭୋଗ କରୁଥିଲେ। ଘଞ୍ଚ ଜଙ୍ଗଲ ଭିତରେ ରାତିରେ ହରିଣକୁ ମଧ୍ୟ ପାଖରେ ଦେଖିବାକୁ ପାଉଥିଲେ ପର୍ଯ୍ୟଟକ। ବିଶେଷକରି ଶୀତଦିନେ ଏହାର ଚାହିଦା ଅଧିକ ରହୁଥିଲା।
ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ
କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...
ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ
ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...
ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର
ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...
ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ
ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...
ପୃଥକ ଦୁର୍ଘଟଣା: ଅଟୋ-ବାଇକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍
ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...
ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ
ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...
ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ
ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...
ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ
ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...
Archives


