Posted inଖେଳ

ରାଣୀଙ୍କୁ ‘ଓ୍ବାର୍ଲ୍ଡ୍‌ ଗେମ୍ସ ଆଥଲେଟ୍‌ ଅଫ୍‌ ଦି ଇୟର’ ପୁରସ୍କାର

ନୂଆଦିଲ୍ଲୀ, ୩୧।୧ (ପି.ଟି.)- ଭାରତୀୟ ମହିଳା ହକି ଦଳ ଅଧିନାୟିକା ରାଣୀ ରାମପାଲ ଗୁରୁବାର ସମ୍ମାନଜନକ ‘ଓ୍ବାଲର୍‌ଡ ଗେମ୍ସ ଆଥଲେଟ୍‌ ଅଫ୍‌ ଦି ଇୟର’ ପୁରସ୍କାର ଜିତିଛନ୍ତି। ଏହି ପୁରସ୍କାର ହାସଲ କରିବାରେ ସେ ପ୍ରଥମ ହକି ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ବିଶ୍ୱ ବ୍ୟାପୀ ଏ ନେଇ ୨୦ ଦିନ ଧରି ମତଦାନ କରାଯାଇଥିଲା। ବହୁ ସଂଖ୍ୟାରେ ପ୍ରଶଂସକମାନେ ଭୋଟ ଦେଇ ରାଣୀଙ୍କୁ ଏହି ପୁରସ୍କାର ପାଇଁ ବାଛିଥିଲେ। ଏଥିପାଇଁ ରାନୀଙ୍କୁ ଓ୍ବାଲର୍‌ଡ ଗେମ୍ସ ଅଭିନନ୍ଦନ ଜଣାଇଛି। ଏହି ପୁରସ୍କାର ଜିତିଥିବାରୁ ଭାରତୀୟ ହକି ସୁପରଷ୍ଟାର ରାନୀଙ୍କୁ ବହୁତ ବହୁତ ଅଭିନନ୍ଦନ ବୋଲି ଓ୍ବାଲର୍‌ଡ ଗେମ୍ସ ତରଫରୁ କୁହାଯାଇଛି।
ମତଦାନରେ ରାନୀ ୧,୯୯, ୪୭୭ ଭୋଟ ହାସଲ କରି ଅନ୍ୟମାନଙ୍କୁ ବହୁ ବ୍ୟବଧାନରେ ପଛରେ ପକାଇଥିଲେ। ମତଦାନରେ ମୋଟ ୭,୦୫, ୬୧୦ ଟି ଭୋଟ ମିଳିଥିଲା। ଗତବର୍ଷ ଭାରତ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ଜିତିଥିଲା। ଏଥିରେ ରାଣୀ ପ୍ଲେୟାର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ରାଣୀଙ୍କ ନେତୃତ୍ୱରେ ଭାରତ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା।
ମୋ ଦେଶ ଓ ଦଳକୁ ଏହି ପୁରସ୍କାର ଉତ୍ସର୍ଗ କରୁଛି ବୋଲି ରାଣୀ କହିଛନ୍ତି। ଭାରତ ସରକାର, ହକି ଇଣ୍ଡିଆ, ଦଳ, ପ୍ରଶଂସକ, ହକି ପ୍ରେମୀ, ପରିବାର ସଦସ୍ୟ, ବନ୍ଧୁ, ସାଥୀ କ୍ରୀଡ଼ାବିତ୍‌, ଦେଶବାସୀ ଓ କୋଚ୍‌ମାନଙ୍କୁ ସେ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି। ଏମାନେ ବହୁ ସଂଖ୍ୟାରେ ଭୋଟ ଦେଇ ମୋତେ ଏହି ପୁରସ୍କାର ପାଇଁ ଯୋଗ୍ୟ ମଣିଛନ୍ତି ବୋଲି ସେ କହିଛନ୍ତି। ରାଣୀଙ୍କୁ ମଧ୍ୟ କିଛିଦିନ ତଳେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ପାଇଁ ମୋତେ ସୁପାରିସ କରିଥିବାରୁ ରାଣୀ ଏଫ୍‌ଆଇଏଚ୍‌କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହିତ ସେ ଦି ଓ୍ବାଲର୍‌ଡ ଗେମ୍ସ ଫେଡେରେଶନଙ୍କୁ ବିଶେଷ ଭାବେ ଧନ୍ୟବାଦ ଜଣାଇଛନ୍ତି।
ରାଣୀଙ୍କୁ ଏଥିପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଅଭିନନ୍ଦନ ଜଣାଇଛନ୍ତି। ରାଣୀ ଏବେ ଯୁବ ପିଢି ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ଓ୍ବାଲର୍‌ଡ ଗେମ୍ସ ଆସୋସିଏଶନ ଅଧ୍ୟକ୍ଷ ଜୋସ ପେରୁରେନା ମଧ୍ୟ ରାଣୀଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ତର୍ଜାତୀୟ ହକି ଫେଡେରେଶନ ମଧ୍ୟ ତାଙ୍କୁ ଏହି ପୁରସ୍କାର ମିଳିଥିବାରୁ ଶୁଭେଚ୍ଛା ଜଣାଇଛି। ରାଣୀ ଜଣେ ସମର୍ପିତ ହକି ଖେଳାଳି ଓ ସେ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବୋଲି ଏଫ୍‌ଆଇଏଚ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଏରୀ ଓ୍ବେଲ କହିଛନ୍ତି। ଏହି ପୁରସ୍କାର ବିଶ୍ୱ ହକି ପାଇଁ ମଧ୍ୟ ଏକ ବଡ଼ ଉପଲ୍‌ବ୍ଧି ବୋଲି ସେ କହିଛନ୍ତି।
ମୋଟ ଉପରେ ଏହି ପୁରସ୍କାର ପାଇଁ ବିଭିନ୍ନ କ୍ରୀଡ଼ାରୁ ୨୫ଜଣ ଆଥଲେଟଙ୍କ ନାମ ସୁପାରିସ କରାଯାଇଥିଲା। ଅନ୍ତର୍ଜାତୀୟ ଫେଡେରେଶନଗୁଡିକ ସେମାନଙ୍କ ଆଥଲେଟଙ୍କ ନାମ ସୁପାରିସ କରିଥିଲେ। ପୁରସ୍କାର ପାଇଁ ଏଫ୍‌ଆଇଏଚ୍‌ ତାଙ୍କ ନାମ ସୁପାରିସ କରିଥିଲା। ରାଣୀଙ୍କ ପଛକୁ ରହି ୟୁକ୍ରେନ କରାଟେ ଷ୍ଟାର ଷ୍ଟାନିସ୍‌ଲାଭ ହୋରୁନା ଓ କାନାଡ଼ାର ଫାଓ୍ବାର ଲିଫ୍ଟିଙ୍ଗ୍‌ ଓ୍ବାଲର୍‌ଡ ଚାମ୍ପିୟନ ରାନଆ ଷ୍ଟିନ୍‌ ୯୨,୦୦୦ ଭୋଟ ପାଇ ମତଦାନରେ ଦ୍ୱିତୀୟ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri