୩୧ରୁ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ,୧୬-୧ : ଚଳିତ ମାସ ୩୧ରୁ ବ୍ୟାଙ୍କ ସଙ୍ଗଠନଗୁଡିକ ସାରା ଦେଶରେ ଧର୍ମଘଟ ଡାକରା ଦେଇଛନ୍ତି। ଏହା ବାଦ୍‌ ବ୍ୟାଙ୍କଗୁଡିକର ମିଳିତ ସଂଘ ୟୁଏଫ୍‌ବିୟୁ ପକ୍ଷରୁ ମାର୍ଚ୍ଚ ୩୧ରୁ ୩ ଦିନିଆ ଧର୍ମଘଟ ଏବଂ ଏପ୍ରିଲ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଧର୍ମଘଟ ହେବ ବୋଲି ସଂଘଗୁଡିକ ପକ୍ଷରୁ ସୂଚନା ରହିଛି। ସଂଘଗୁଡିକ ରଖିଥିବା ବିଭିନ୍ନ ଦାବି ପୂରଣ ନ ହେବା ଯୋଗୁ ସେମାନେ ଧର୍ମଘଟକୁ ଓହ୍ଲାଇଥିବା ଜଣାପଡିଛି। ୨୦% ବୃଦ୍ଧିରେ ବେତନ ସଂଶୋଧନ, ୫ ଦିନିଆ ବ୍ୟାଙ୍କିଙ୍ଗ୍‌ , ସ୍ବତନ୍ତ୍ର ଭତ୍ତା ଏବଂ ବେସିକ ପେ ମିଶ୍ରଣ, ନୂଆ ପେନସନ ସ୍କିମକୁ ହଟାଇବା, ପେନସନର ଅପଡେଟ, ପରିବାର ପେନସନର ଉନ୍ନତୀକରଣ, ପରିଚାଳନା ଲାଭ ଆଧାରରେ କର୍ମଚାରୀ ମଙ୍ଗଳ ପାଣ୍ଠିକୁ ପୁଞ୍ଜି ପ୍ରଦାନ, ଅବସରକାଳୀନ ସୁବିଧାସୁଯୋଗ ଲାଭ କ୍ଷେତ୍ରରେ ବିନା କୌଣସି ସିଲିଂ ଆୟକର ରିହାତି ଭଳି ଦାବି ସଂଘଗୁଡିକ ପକ୍ଷରୁ ରଖାଯାଇଛି। ଏହାବାଦ ୍‌ଶାଖା ସ୍ତରରେ ବିଜନେସ ଆଓ୍ବାର, ଲଞ୍ଚ ଆଓ୍ବାରର ଏକକ ସଂଜ୍ଞା ନିର୍ଦ୍ଧାରଣ, ଲିଭ୍‌ ବ୍ୟାଙ୍କ ଲାଗୁ କରାଇବା, କର୍ମଚାରୀଙ୍କ ଲାଗି ଓ୍ବାର୍କିଂ ଆଓ୍ବାର ନିରୂପଣ କରିବା, ସମାନ କାମ ପାଇଁ ସମାନ ବେତନ ବ୍ୟବସ୍ଥା କରିବା ନେଇ ଦାବି ରହିଛି।
ଚଳିତମାସ ୮ରେ ହୋଇଥିବା ଭାରତ ବନ୍ଦ ଡାକରାରେ ୬ ବ୍ୟାଙ୍କ କର୍ମଚାରୀ ସଂଘ ସାମିଲ ହୋଇଥିଲେ। ଏହି ଦିନ ସାରା ଦେଶରେ ଅଧିକାଂଶ ବ୍ୟାଙ୍କ ବନ୍ଦ ରହିଥିଲା। ଯେଉଁ ବ୍ୟାଙ୍କଗୁଡିକ ଖୋଲା ରହିଥିଲା କାରବାର ପ୍ରଭାବିତ ସ୍ଥିତିରେ ରହିଥିଲା। ଚଳିତ ଥର ଦିଆଯାଇଥିବା ଧର୍ମଘଟ ଡାକରା ଅତ୍ୟନ୍ତ ଗୁରୁତ୍ୱ ବହନ କରେ ବୋଲି କୁହାଯାଇଛି। କାରଣ ଫେବୃୟାରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିବେ। ଏହାର ଗୋଟିଏ ଦିନ ଆଗରୁ ୩୧ ଜାନୁୟାରୀରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆସିବ। ଏବେ ବଜେଟ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ମାନ୍ଦାବସ୍ଥାରୁ ଦେଶର ଅର୍ଥ ବ୍ୟବସ୍ଥାକୁ ବାହାର କରିବା ସରକାରଙ୍କ ସାମ୍ନାରେ ଏକ ବଡ ଚ୍ୟାଲେଞ୍ଜ ବୋଲି କୁହାଯାଉଛି। ସେହିଭଳି ଫେବୃୟାରୀ ୨ ତାରିଖ ରବିବାର ପଡୁଥିବାରୁ ଉକ୍ତ ଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଧର୍ମଘଟ ଯୋଗୁ ବ୍ୟାଙ୍କ ୩ ଦିନ ଲଗାତାର ବନ୍ଦ ହେବାକୁ ଥିବାରୁ ଏହାଦ୍ୱାରା ସାଧାରଣ ଲୋକ ବିଭିନ୍ନ ଅସୁବିଧା ସାମ୍ନା କରିବେ ବୋଲି ଆଶଙ୍କା କରାଯାଉଛି। ସେହିଭଳି ଏଟିଏମ୍‌ଗୁଡିକରେ ନଗଦ ଅଭାବ ଦେଖାଯାଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri