ଅର୍ଥମନ୍ତ୍ରୀଙ୍କୁ ଅଭିଜିତ ବାନାର୍ଜୀଙ୍କ ପରାମର୍ଶ; କର୍ପୋରେଟ ଟିକସ କମାଅ ନାହିଁ

ନୂଆଦିଲ୍ଲୀ,୫-୧: କର୍ପୋରେଟ କ୍ଷେତ୍ର ଲାଗି ଆଉ ଟିକସ ହ୍ରାସ ନ କରିବାକୁ ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଶନିବାର ପରାମର୍ଶ ଦେଇଛନ୍ତି। ଦେଶ ମଧ୍ୟରେ ଚାହିଦା ବୃଦ୍ଧି ପ୍ରସଙ୍ଗ ଉପରେ ସେ ଜୋରଦେଇ କହିଛନ୍ତି ଯେ, ଚାହିଦା ଖସିଯିବା କାରଣରୁ କର୍ପୋରେଟ କ୍ଷେତ୍ର ବର୍ତ୍ତମାନ ନିଜ ପାଖରେ ପୁଞ୍ଜି ଧରି ବସି ରହିଛି। ଏହାକୁ ନିବେଶ କରିବାକୁ ଅଗ୍ରସର ହେଉନାହିଁ। ଫେବୃୟାରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ବଜେଟ ଉପସ୍ଥାପନ କରିବେ। ନିକଟରେ ସରକାର ଦେଶର କମ୍ପାନୀଗୁଡିକ ଲାଗି କର୍ପୋରେଟ ଟିକସର ମୂଳ ହାର ବା ବେସ୍‌ ରେଟ୍‌କୁ ୩୦%ରୁ ଖସାଇ ୨୨% କରିଥିବା ବେଳେ ଏହି ସମୟରେ ବାନାର୍ଜୀ ଟିକସ ହ୍ରାସକୁ ନେଇ ମତ ଦେଇଛନ୍ତି।
ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବାନାର୍ଜୀ କହିଛନ୍ତି ଯେ, ଦେଶର କର୍ପୋରେଟ ସେକ୍ଟର କହୁଛି ସାମଗ୍ରୀ ବିକ୍ରିବଟା ପାଇଁ ସେମାନଙ୍କ ଲାଗି ଏବେ ବଜାର ସ୍ଥିତି ଠିକ୍‌ ନାହିଁ। ଏହି ସମୟରେ ସରକାର ଚାହିଦା ବଢାଇବା ସ୍ଥିତିକୁ ସଜାଡିବାକୁ ହେବ। ଉକ୍ତ ସ୍ଥିତି ଆଣିବା ଲାଗି ଲୋକଙ୍କ ହାତକୁ ଅଧିକ ଟଙ୍କା ଆସିବା ଦରକାର। ଏହା ହେଲେ ହିଁ ଲୋକମାନେ ଖର୍ଚ୍ଚ କରିବାକୁ ଅବସର ପାଇବେ। ବର୍ତ୍ତମାନ ଯେଉଁମାନେ ଅର୍ଥ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି ଏଭଳି ବ୍ୟବସ୍ଥା ଆଣିବା ଦରକାର, ଯାହା ଦ୍ୱାରା ଲୋକମାନଙ୍କ ପାଖକୁ ପୁଞ୍ଜି ଆଗମନ ହେବ। ଗରିବ ଲୋକଙ୍କ ପାଖକୁ ଅର୍ଥ ଆସିଲେ ସେମାନେ ମଧ୍ୟ ଖର୍ଚ୍ଚ କରିବାକୁ ଆଗଭର ହେବେ। ହେଲେ ଏଥିଲାଗି ଏକ ସୁଚିନ୍ତିତ ଯୋଜନା ସହ ଅଗ୍ରସର ହେବାକୁ ପଡିବ। ଲୋକଙ୍କ ପାଖକୁ ଅର୍ଥ ଆସିଲେ ସେମାନେ ଏହାକୁ ଖର୍ଚ୍ଚ କରିବାର ନଜିର ରହିଛି। ଏହା ଅଧ୍ୟୟନରୁ ମଧ୍ୟ ସାମ୍ନାକୁ ଆସିଛି। ମାତ୍ର ବିଲିୟନେୟାରଙ୍କୁ ଅର୍ଥ ପ୍ରଦାନ କରି ସେମାନେ ଏହାକୁ ଖର୍ଚ୍ଚ କଲେ କି ନହିଁ ତାହା ପରୀକ୍ଷା କରାଯାଇ ନ ଥାଏ ବୋଲି ସେ ମତ ରଖିଛନ୍ତି।
ଚଳିତବର୍ଷ ଅଭିଜିତ ବାନାର୍ଜୀ ଏବଂ ତାଙ୍କ ସହଧର୍ମିଣି ଏସ୍ଥର ଡୁଫ୍ଲୋ ନୋବେଲ ପୁରସ୍କାର ଲାଭ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଡୁଫ୍ଲୋ କହିଛନ୍ତି ଯେ, ଲୋକଙ୍କ ହାତକୁ ପଇସା ପ୍ରତ୍ୟକ୍ଷ ଭାବେ ପହଞ୍ଚାଇବା କାମ ସରକାର କରିପାରିବେ। ଏଥିଲାଗି ବ୍ୟାଙ୍କ ଆକାଉଣ୍ଟ ଏବଂ ଭିତ୍ତିଭୂମି ବ୍ୟବସ୍ଥା ସରକାର କରିପାରିଛନ୍ତି। ଋଣ ଛାଡ ବ୍ୟବସ୍ଥାକୁ ଡୁଫ୍ଲୋ ନାପସନ୍ଦ କରିବା ସହ ଅସୁବିଧାରେ ରହୁଥିବା କୃଷକଙ୍କ ନିକଟରେ ପହଞ୍ଚିବା ଲାଗି ସରକାର ଏବେ ଯାଏ ମଧ୍ୟ ଏକ ଉଚିତ ବ୍ୟବସ୍ଥା କରିପାରି ନାହାନ୍ତି ବୋଲି ମତ ରଖିଛନ୍ତି। ନାଗରିକ ସଂଶୋଧନ ଆଇନ ଉପରେ ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ ବାନାର୍ଜୀ କହିଛନ୍ତି, ଏହି ଆଇନରେ ଅନେକ ପ୍ରସଙ୍ଗ ଅଛି ଯାହା ଅତ୍ୟନ୍ତ ଚିନ୍ତାଜନକ। ଏହି ବିଷୟରେ ସେ ବିଶେଷଜ୍ଞ ନ ଥିବା ମତ ରଖିଛନ୍ତି। ଚଳିିତ ଆର୍ଥତ୍କବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ବିକାଶ ହାର ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଯାଇଛି। ଏହା ସରକାରଙ୍କ ଚିନ୍ତାକୁ ବଢାଉଛି। ବଜାରରେ ମାନ୍ଦାବସ୍ଥା ଲାଗି ରହିବା, ଚାହିଦା ଏବଂ ନିବେଶ କମିବା ଯୋଗୁ ସ୍ଥିତି ବିଗିଡିଛି। ବର୍ତ୍ତମାନ ବାନାର୍ଜୀ ସରକାରଙ୍କୁ ଦେଇଥିବା ପରାମର୍ଶ କାମରେ ଆସିଲେ ଏହା ଅର୍ଥ ବ୍ୟବସ୍ଥା ଉପରେ ଭଲ ପ୍ରଭାବ ପକାଇବ ବୋଲି ବଜାର ବିଶେଷଜ୍ଞ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri