Posted inଜାତୀୟ

ମନମୋହନଙ୍କ ଅମଳରେ ପାକିସ୍ତାନରୁ ଅନୁପ୍ରବେଶ କରୁଥିଲେ: ଆଲିଆ, ମାଲିଆ, ଜମାଲିଆ

ଶିମ୍‌ଲା/ନୂଆଦିଲ୍ଲୀ,୨୮ା୧୨: ୧୦ ବର୍ଷ ଧରି କଂଗ୍ରେସ ସରକାର ଚାଲିଥିଲା। ସୋନିଆ ମନମୋହନଙ୍କ ସରକାର ବେଳେ ପାକିସ୍ତାନରୁ ଆଲିଆ, ମାଲିଆ ଓ ଜମାଲିଆମାନେ ରୀତିମତ ଆସି ଆମ ଯବାନଙ୍କ ମୁଣ୍ଡ କାଟି ନେଇଯାଉଥିଲେ। ଦେଶର ପ୍ରଧାନମନ୍ତ୍ରୀ ସେତେବେଳେ ପଦୁଟିଏ କହୁ ନ ଥିଲେ। ସେମାନେ ସୀମାକୁ ମୁକୁଳା ଛାଡ଼ି ଚାଲିଯାଇଥିଲେ। ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ପାକିସ୍ତାନ ଭାବିଥିଲା ସବୁକିଛି ପୂର୍ବଭଳି ଚାଲିବ। ପାକିସ୍ତାନୀମାନେ ଜାଣି ନ ଥିଲେ ଯେ, ଏହା କଂଗ୍ରେସ ସରକାର ନୁହେଁ, ଏହା ହେଉଛି ଭାଜପା ସରକାର। ନାଗରିକତ୍ୱ ଆଇନକୁ ନେଇ ଦେଶବ୍ୟାପୀ ଆନ୍ଦୋଳନକୁ କଂଗ୍ରେସ ପ୍ରସଙ୍ଗ କରିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଏଭଳି ଭାଷାରେ ବାଣ ମାରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା।
ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ଶୁକ୍ରବାର କଂଗ୍ରେସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ହିମାଚଳପ୍ରଦେଶରେ ଭାଜପା ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ରାଜଧାନୀ ଶିମ୍‌ଲାସ୍ଥିତ ରିଜ୍‌ ମଇଦାନରେ ଆୟୋଜିତ ଏକ ସଭାରେ ଯୋଗଦେଇ ଶାହା କହିଛନ୍ତି, ସଂଶୋଧିତ ନାଗରିକତ୍ୱ ଆଇନକୁ ନେଇ କଂଗ୍ରେସ ଲୋକଙ୍କୁ ବିଭ୍ରାନ୍ତ କରୁଛି। ମୁସ୍‌ଲିମମାନେ ସେମାନଙ୍କ ନାଗରିକତ୍ୱ ହରାଇବେ ବୋଲି କଂଗ୍ରେସ ଏବଂ କମ୍ପାନୀ ଗୁଜବ ବିସ୍ତାର କରୁଛି। ଏହି ଆଇନ କାହାର ନାଗରିକତ୍ୱ ଛଡ଼ାଇ ନେବନାହିଁ। ଏହି ଆଇନର କୌଣସି ସ୍ଥାନରେ କାହାର ନାଗରିକତ୍ୱ ପ୍ରତ୍ୟାହାର ସମ୍ପର୍କିତ ଗୋଟିଏ ହେଲେ ଧାଡ଼ି ରହିଥିଲେ ରାହୁଲ ବାବା ତାହା ଦେଖାନ୍ତୁ। ରାହୁଲଙ୍କୁ ମୁଁ ଚ୍ୟାଲେଞ୍ଜ କରୁଛି। ସେହିପରି ମନମୋହନ ସିଂଙ୍କ ଅମଳରେ ପାକିସ୍ତାନରୁ ନିୟମିତ ଭାବେ ‘ଆଲିଆ-ମାଲିଆ-ଜମାଲିଆ’ ଭାରତରେ ଅନୁପ୍ରବେଶ କରି ଆମ ଯବାନମାନଙ୍କୁ ହତ୍ୟା କରୁଥିଲେ। ମୋଦି ସରକାର ଆସିବା ପରେ ଆମେ ତାକୁ ବନ୍ଦ କରିଦେଇଛୁ। ଧାର୍ମିକ ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଅଧିକାରଗୁଡ଼ିକର ସୁରକ୍ଷା ପାଇଁ ନେହେରୁ-ଲିଆକତଙ୍କ ଚୁକ୍ତିକୁ କାର୍ଯ୍ୟକାରୀ କରିବାରେ ପାକିସ୍ତାନ ବିଫଳ ହୋଇଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାର ପାର୍ଲାମେଣ୍ଟରେ ନାଗରିକତ୍ୱ ବିଲ୍‌କୁ ଗୃହୀତ କରାଇଛି ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ମୋଦିଙ୍କ କଟାକ୍ଷ; ଏବେ ଗାଳି ଦେବା ବନ୍ଦ କରିଦେଲେ, କେତେ ମାଲ୍‌ ଦେଇଛନ୍ତି ଅମ୍ବାନୀ-ଆଦାନୀ

ନୂଆଦିଲ୍ଲୀ,୮।୫: ତେଲଙ୍ଗାନାର କରିମନଗରର ଏକ ନିର୍ବାଚନ ରାଲିରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଏବଂ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଉପରେ ବର୍ଷିଛନ୍ତି।...

ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର...

ବୃଦ୍ଧ ମହିଳାଙ୍କୁ ଚାପୁଡ଼ା ମାରିଲେ ଏମ୍‌ପି ପ୍ରାର୍ଥୀ, କହିଲେ ହାତକୁ ଦେବ, ଫୁଲକୁ ଦେଲେ ଏମିତି ହେବ

ହାଇଦ୍ରାବାଦ,୮।୫: ତେଲଙ୍ଗାନାରେ କଂଗ୍ରେସ ଏମ୍‌ପି ଜୀବନ ରେଡ୍ଡୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ରେଡ୍ଡୀ ନିର୍ବାଚନୀ ପ୍ରଚାର ଜଣେ ବୃଦ୍ଧ ମହିଳାଙ୍କୁ...

ବର୍ଷା ସାଜିଲା କାଳ, କାନ୍ଥ ଭୁଶୁଡ଼ି ୪ ବର୍ଷର ଶିଶୁ ସମେତ ୭ ମୃତ

ହାଇଦ୍ରାବାଦ,୮।୫: ପ୍ରବଳ ବର୍ଷା ହେତୁ ହାଇଦ୍ରାବାଦର ବାଚୁପଲ୍ଲୀ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳର ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ିବା ପରେ...

ଏୟାର ଇଣ୍ଡିଆ ୭୮ ଉଡ଼ାଣ ରଦ୍ଦ: ସମୂହ ଛୁଟିରେ ଗଲେ ୩୦୦ ବରିଷ୍ଠ କର୍ମଚାରୀ

ନୂଆଦିଲ୍ଲୀ,୮।୫: ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୮ଟି ଜାତୀୟ ତଥା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏହାର କାରଣ ହେଉଛି ଏୟାର ଇଣ୍ଡିଆର ୩୦୦ ବରିଷ୍ଠ...

ମନ୍ତ୍ରୀଙ୍କ ସଚିବ ଗିରଫ: ସହାୟକଙ୍କ ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

ରାଞ୍ଚତ୍,୮।୫:ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

ଓ୍ବେଷ୍ଟ ନାଇଲ୍‌ ଜ୍ୱର ଆତଙ୍କ: କେରଳରେ ହାଇଆଲର୍ଟ

କୋଝିକୋଡ୍‌,୮ା୫:କେରଳରେ ଓ୍ବେଷ୍ଟ ନାଇଲ୍‌ ଜ୍ୱର ଆତଙ୍କ ଖେଳାଇଛି। ଏହି ଜ୍ୱରରେ ମାଲାପ୍ପୁରମ୍‌, କୋଝିକୋଡ୍‌ ଏବଂ ଥ୍ରିଶୁର ଜିଲାର ୧୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ଏହି ରୋଗରେ...

୮୦୦ କୋଟିର ଦୁର୍ନୀତିରେ ଖାର୍ଗେଙ୍କ ଜ୍ୱାଇଁ

ବେଙ୍ଗାଲୁରୁ, ୮।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଜ୍ୱାଇଁ ତଥା ଗୁଲବର୍ଗା ଆସନରୁ ଦଳୀୟ ପ୍ରାର୍ଥୀ ରାଧାକୃଷ୍ଣ ଡୋଡ୍ଡାମଣିଙ୍କ ସମେତ ୫ ଜଣଙ୍କ ବିରୋଧରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri