କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

ମାଲକାନଗିରି,୨୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଗତ ୪ ଦିନ ହେଲା ବନ ବିଭାଗ (କେନ୍ଦୁପତ୍ର) ଏବଂ କେତେକ ଘରୋଇ ସଂସ୍ଥା ଜିଲାର ବିଭିନ୍ନ ଫଡିରେ କେନ୍ଦୁପତ୍ର ତୋଳାଳିଙ୍କଠାରୁ କେନ୍ଦୁପତ୍ର ଖରିଦ କରିବା ଆରମ୍ଭ କରିଛନ୍ତି। ମାତ୍ର ମାଲକାନଗିରି ସଦର ବ୍ଲକ ଗୋରାଖଣ୍ଟା ପଞ୍ଚାୟତର ୧୧ଟି ଗ୍ରାମର ଗ୍ରାମବାସୀ କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି। ସେହି ଗ୍ରାମଗୁଡିକ ହେଲା ଗୋରାଖଣ୍ଟା, କ୍ରୁସୁବାଡା, କମାଲିଗୁଡା, ପୋନାରଗୁଡା, ଏମ୍‌.ଭି.- ୨୦, ଏମ୍‌.ଭି. ୨୧, ଏମ୍‌.ପି.ଭି.-୨, ମଟୁମଗୁଡା, ସିଙ୍ଗାଣିଗୁଡା, ବାଙ୍ଗାରୁଗୁଡା, ଶିବାନୀଗୁଡା। ଏହି ୧୧ଟି ଗ୍ରାମର ଆଦିବାସୀ ଏବଂ ବେଙ୍ଗଲି ସମ୍ପ୍ରଦାୟର ଲୋକେ  କେନ୍ଦୁପତ୍ର ବିକ୍ରି କରିପାରୁ ନ ଥିବାରୁ ଶୁକ୍ରବାର ଏକ ବୈଠକରେ ଏକାଠି ହୋଇଛନ୍ତି। ଏଦିଗରେ ତୁରନ୍ତ ପଦକ୍ଷେପ ନେଇ ୩ଦିନ ମଧ୍ୟରେ ପ୍ରଶାସନ କେନ୍ଦୁପତ୍ର ନ କିଣିଲେ ସେମାନେ  ମାଲକାନଗିରି-ମୋଟୁ ଜାତୀୟ ରାଜପଥ ଶିଖପାଲିଠାରେ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଗୋରାଖଣ୍ଟା ସରପଞ୍ଚ ଏରା ପଡିଆମି, ସମିତିସଭ୍ୟା ଆର୍‌. ଭାରତୀ କ୍ରୁସୁବାଡା ଗ୍ରାମର ମାଙ୍ଗିଡି ରୁମେ, ସୁଭଦ୍ରା ଦୁଆରି, ଉଙ୍ଗି ପଡିଆମି, କମଳା ଦୁଆରି, ସମାରୀ ପଡିଆମି, ଶ୍ୟାମେ ମାଡକାମି, ଉଙ୍ଗି ରାମେ, ପ୍ରମିଳା ତକାଲି, ଗାଙ୍ଗି ପଡିଆମି, ଆଲତେ ପଡିଆମି, ମୁକେ ମାଡକାମିଙ୍କ ସହ ୨ଶହରୁ ଊର୍ଦ୍ଧ୍ୱ  ମହିଳା ପୁରୁଷ ବୈଠକରେ ଉପସ୍ଥିତ ଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ତାଙ୍କ ପଞ୍ଚାୟତରେ ୧୧ଟି ଗ୍ରାମରେ ଲୋକଙ୍କ ଜମି ଏବଂ ଜଙ୍ଗଲ ଅଞ୍ଚଳରେ ଥିବା ଛୋଟଛୋଟ କେନ୍ଦୁଗଛଗୁଡିକର ବୁସ୍‌ କଟିଂ ଗ୍ରାମବାସୀ ୨ମାସ ପୂର୍ବରୁ କରିଛନ୍ତି, ଯାହାକି ସେହି ସମୟରେ ବନବିଭାଗ ପକ୍ଷରୁ ଜିଲାର ସବୁ ଅଞ୍ଚଳରେ ବୁସ୍‌ କଟିଂ କରାଯାଇଥାଏ ା ପ୍ରତିବର୍ଷ ସେମାନେ ବୁସ୍‌ କଟିଂ କଲାପରେ ଏପ୍ରିଲ ମାସ ଶେଷ ସପ୍ତାହରେ ସରକାରଙ୍କ କେନ୍ଦୁପତ୍ର ଧାର୍ଯ୍ୟ ଦିନ ଠାରୁ ସଂଗ୍ରହ ହୋଇଥାଏ। ୨ରୁ ୩ ସପ୍ତାହ ପର୍ଯ୍ୟନ୍ତ କେନ୍ଦୁପତ୍ର ସଂଗ୍ରହ କରି ସେମାନେ ଏମ୍‌.ଭି.-୧୭ ଏବଂ ଏମ୍‌.ଭି.- ୧୮ ଫଡିରେ ବିକ୍ରି କରିଥାନ୍ତି। ଗତବର୍ଷ ଏମ୍‌.ଭି.- ୧୮ ଫଡିରେ କେନ୍ଦୁପତ୍ର ଏକ ଘରୋଇ ସଂସ୍ଥା ଖରିଦ କରିଥିଲା। ଏବେ ତାଙ୍କ ଅଞ୍ଚଳର ପତ୍ର ଗୁଡିକ କେହି ଖରିଦ କରୁ ନ ଥିବାରୁ ପତ୍ରଗୁଡିକ ପାକଳ ଅବସ୍ଥାରେ ପହଞ୍ଚତ୍ ଶୁଖିବା ଅବସ୍ଥାକୁ ଆସିଲାଣି ା ଏଯାବତ୍‌ କୌଣସି ଘରୋଇ ସଂସ୍ଥା କିମ୍ବା କେନ୍ଦୁପତ୍ର ବିଭାଗ ପତ୍ର ନ କିଣିବା ଦ୍ୱାରା ଗ୍ରାମବାସୀ ଚିନ୍ତାରେ ଅଛନ୍ତି।  ଆସନ୍ତା ସୋମବାର ମଧ୍ୟରେ କେନ୍ଦୁପତ୍ର କିଣା ନ ଗଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜିଲାପାଳ, ମାଲକାନଗିରି, ଆଇ.ଆଇ.ସି., ଜିଲା ଶ୍ରମ ଅଧିକାରୀ, କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିବା ସରପଞ୍ଚ ପଡିଆମି କହିଛନ୍ତି। ଏ ସମ୍ପର୍କରେ ମାଲକାନଗିରି କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ ସୁନନ୍ଦ ପଟ୍ଟନାୟକଙ୍କୁ  ପଚାରିବାରୁ ସେ  କହିଥିଲେ ଯେ, ରାଜ୍ୟ ସରକାର ମାଲକାନଗିରି ଜିଲାରେ ବନ ବିଭାଗ ଦ୍ୱାରା କେତେକ ଅଞ୍ଚଳରେ ପତ୍ର ସଂଗ୍ରହ କରିବା ପାଇଁ ଅନୁମତି ଦେଇଛନ୍ତି। ବିଭିନ୍ନ ପଞ୍ଚାୟତରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସେମାନଙ୍କ ଅଞ୍ଚଳର କେନ୍ଦୁପତ୍ର ସଂଗ୍ରହ କରି ଯେ କୌଣସି ଘରୋଇ ସଂସ୍ଥାକୁ ବିକ୍ରି କରିବା ପାଇଁ ନିୟମ କରିଛନ୍ତି। ପଞ୍ଚାୟତର ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଘରୋଇ ସଂସ୍ଥାଙ୍କୁ ସେହି ଅଞ୍ଚଳର ପତ୍ର ଖରିଦ କରିବା, ପରିବହନ କରିବା ଏବଂ ଶ୍ରମିକଙ୍କ ପ୍ରାପ୍ୟ ପ୍ରଦାନ କରିବା ଦାୟିତ୍ୱ ପ୍ରଦାନ କରିଛନ୍ତି। ଗୋରାଖଣ୍ଟା ପଞ୍ଚାୟତବାସୀ ବୁସ୍‌ କଟିଂ କରିଥିବା ଏବେ ଦୃଷ୍ଟିକୁ ଆସିଛି ା ଆଉ ୨/୪ ଦିନ ମଧ୍ୟରେ ଗଛରେ ଥିବା ପତ୍ର ଶୁଖିଯିବା ସହ ବ୍ୟବହାର ଯୋଗ୍ୟ ହେବନାହିଁ। ବର୍ତ୍ତମାନ ପରିସ୍ଥିତିରେ ଗୋରୁଖୋଣ୍ଟା ପଞ୍ଚାୟତରେ ପତ୍ର ଖରିଦ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ପଟ୍ଟନାୟକ କହିଛନ୍ତି। ଏ କ୍ଷେତ୍ରରେ ପଞ୍ଚାୟତର ସମ୍ପ୍ରସାରଣ ଅଧିକାରୀ କିପରି ଅଞ୍ଚଳବାସୀଙ୍କୁ ସଚେତନ କରାଇଲେ ନାହିଁ କିମ୍ବା କୌଣସି ସ୍ବୟଂ ସହାୟକ ଗୋଷ୍ଠୀ ପତ୍ର ଖରିଦ ପାଇଁ କାହିଁକି ପଦକ୍ଷେପ ନେଲେ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛ


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

୮ରେ ରାୟଗଡ଼ା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ୮ ତାରିଖରେ ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ଲୋକ ସଭା ଭାଜପା ପ୍ରାର୍ଥୀ ଓ...

ପ୍ରାର୍ଥୀଙ୍କ ଟାର୍ଗେଟ୍‌ରେ ତେଲୁଗୁ ଭୋଟର

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ଆସନ୍ତା ନିର୍ବାଚନରେ ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ସହ କୋରାପୁଟ ଲୋକ ସଭା ଆସନ ଜିତିବା ପାଇଁ ସବୁ ଦଳର ପ୍ରାର୍ଥୀ...

କଂଗ୍ରେସ ଜିତିଲେ ସମ୍ବିଧାନ ସୁରକ୍ଷିତ ରହିବ: ରାହୁଲ

ରାୟଗଡ଼ା,୪।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ କଂଗ୍ରେସ ସମାବେଶକୁ ଶୁକ୍ରବାର ଭର୍ଚୁଆଲ ମୋଡ୍‌ରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଜନସଭାରେ ସେ କଂଗ୍ରେସର...

ଶୁକ୍ରବାର ରାହୁଲ, ଶନିବାର ନବୀନଙ୍କ ପ୍ରଚାର

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା):କଂଗ୍ରେସ ନିଜ ଗଡ଼କୁ ଫେରିପାଇବା ପାଇଁ ଲାଗିଥିବାବେଳେ ବିଜେଡି ଗଡ଼ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଗାଁ ସମସ୍ୟା ନ ସୁଧୁରିଲେ ଭୋଟ ଦେବୁନି

ରାୟଗଡ଼ା,୧।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାବୁଗୁଡ଼ା ଗ୍ରାମରେ ଆଜି ବି ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଗାଁରେ...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri