ଟୋକିଓ,୩୧-୫: ପୂର୍ବ ଏସିଆର ଦେଶଗୁଡ଼ିକ ନିଜ ମଧ୍ୟରେ ବାଣିଜ୍ୟ କାରବାର ପାଇଁ ଏକକ ଏସିଆନ ମୁଦ୍ରା ପ୍ରଚଳନ କରିବା ଉଚିତ୍ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ ମହମ୍ମଦ ମହାତିର ଗୁରୁବାର ପ୍ରସ୍ତାବ ଦେଇଛନ୍ତି। ତାଙ୍କର କହିବାନୁଯାୟୀ,ପ୍ରସ୍ତାବିତ ଏସିଆନ ମୁଦ୍ରା ସୁନା ଆଧାରିତ ହେବା ଉଚିତ୍। ଏହାଦ୍ୱାରା ଆଞ୍ଚଳିକ ବାଣିଜ୍ୟକୁ ପ୍ରୋତ୍ସାହନ ମିଳିବ ଏବଂ ଆମେରିକା ଡଲାର ଉପରେ ଦେଶଗୁଡ଼ିକର ନିର୍ଭରଶୀଳତା କମିବ। ମହାତିର କହିଛନ୍ତି ଯେ, ଏହି ପ୍ରସ୍ତାବିତ ମୁଦ୍ରା କେବଳ ଆଞ୍ଚଳିକ ବାଣିଜ୍ୟ ଲାଗି ବ୍ୟବହାର କରାଯିବ ଏବଂ ପ୍ରତ୍ୟେକ ଦେଶ ନିଜର ଘରୋଇ ମୁଦ୍ରା ପ୍ରଚଳନ ଜାରି ରଖିବେ। ଏଠାରେ ‘ ଫ୍ୟୁଚର ଅଫ୍ ଏସିଆ’ ସମ୍ମିଳନୀରେ ଯୋଗ ଦେଇ ମହାତିର କହିଛନ୍ତି ଯେ, ସୁଦୂର ପୂର୍ବ ଏସିଆକୁ ଏକାଠି ହେବାକୁ ପଡେ, ତେବେ ଆମକୁ ବାଣିଜ୍ୟ ଲାଗି ଏକକ ମୁଦ୍ରା ପ୍ରଚଳନ କରିବାକୁ ହେବ, ଯାହା କି ବାଣିଜ୍ୟ କାରବାର ପାଇଁ ବ୍ୟବହାର କରାଯାଇପାରିବ। ସେ କହିଛନ୍ତି ଯେ, ବିଶ୍ୱର ସବୁ ରାଷ୍ଟ୍ର ବାଣିଜ୍ୟ କାରବାର ପାଇଁ ଏବେ ଆମେରିକା ଡଲାର ଉପରେ ନିର୍ଭର କରୁଛନ୍ତି। ତେବେ ଏହା ସ୍ଥାୟୀ ନୁହେଁ। ଏଣୁ ପ୍ରସ୍ତାବିତ ମୁଦ୍ରା ସୁନା ଆଧାରିତ ହେବା ଆବଶ୍ୟକ। ଏହା ଡଲାର ତୁଳନାରେ ଅଧିକ ସ୍ଥାୟୀ ହେବ। ସେ କହିଛନ୍ତି ଯେ, ଆଞ୍ଚଳିକ ମୁଦ୍ରା ବିନିମୟ ଦର ପ୍ରତ୍ୟେକ ଶେର ପ୍ରଦର୍ଶନ ଆଧାର ଉପରେ ନିର୍ଭର କରିବ। ଏହାଦ୍ୱାରା ଆଞ୍ଚଳିକ ବାଣିଜ୍ୟକୁ ସହଜ କରାଯାଇପାରିବ। ଏହାଦ୍ୱାରା ଆମ ଉପରେ କେତେ ଋଣ ବୋଝ ରହିଛି ସହଜରେ ଜାଣି ହେବ ଏବଂ ଆମକୁ କେତେ ପରିମାଣରେ ଏସିଆନ ମୁଦ୍ରା ଦେବାକୁ ହେବ।
୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ
ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...
ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା
ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...
ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍ ଆଉ ମିଳିବନି ବାରମ୍ବାର ସୁଯୋଗ
ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...
Apple ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome
ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...
SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…
ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...
ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…
ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...
୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା
ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍ଭୋଗୀଙ୍କୁ ବଡ଼...
୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ
ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...
Archives


