Posted inଜାତୀୟ

ପରବର୍ତ୍ତୀ ଚ୍ୟାଲେଞ୍ଜ୍‌ ବାଚସ୍ପତି ନିର୍ବାଚନ

ମୁମ୍ବାଇ,୨୫ା୧୧: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଯୁଦ୍ଧ ପରିପ୍ରେକ୍ଷୀରେ ଭାଜପା, ଶିବସେନା, ଏନ୍‌ସିପି ଓ କଂଗ୍ରେସ ଆଗରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ବାଚସ୍ପତି ନିର୍ବାଚନ। ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ବେଳେ କେଉଁ ଦଳରୁ ବାଚସ୍ପତି ହେବେ ତାକୁ ନେଇ ଆରମ୍ଭ ହୋଇଯାଇଛି କସରତ।
ରାଜନୈତିକ ଦୃଷ୍ଟିରୁ ଦେଶର ଦ୍ୱିତୀୟ ବୃହତ୍‌ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମହାରାଷ୍ଟ୍ରରେ ଘଡ଼ିକେ ଘୋଡ଼ା ଛୁଟୁଛି। ଶରଦ ପାଓ୍ବାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ଶନିବାର ବିଧାୟକ ଦଳ ପଦରୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତ ପାଓ୍ବାରଙ୍କୁ ହଟାଇ ଦେଇଛି। ତାଙ୍କ ସ୍ଥାନରେ ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟନ୍ତ ପାଟିଲଙ୍କୁ ଅବସ୍ଥାପିତ କରାଯାଇଛି। ଏନେଇ ରାଜଭବନକୁ ଅବଗତ କରାଯାଇଛି। ଅଜିତ ଏନ୍‌ସିପି ବିଧାୟକ ଦଳ ନେତା ନ ଥିବାରୁ ତାଙ୍କର କୌଣସି ପଦକ୍ଷେପର କିଛି ସୁଫଳ ହେବ ନାହିଁ ବୋଲି ଜଣେ ଆଇନ ବିଶେଷଜ୍ଞ କହିଛନ୍ତି। ସାଧାରଣତଃ ବରିଷ୍ଠତମ ବିଧାୟକଙ୍କୁ ପ୍ରୋଟେମ୍‌ ସ୍ପିକର ବା କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରାଯାଇଥାଏ। ରାଜ୍ୟପାଳ ଭଗତ ସିଂ କୋଶିୟାରୀ ପ୍ରୋଟେମ୍‌ ସ୍ପିକରଙ୍କୁ ଶପଥପାଠ କରାଇବା ପରେ ସେ ଅବଶିଷ୍ଟ ୨୮୭ ବିଧାୟକଙ୍କୁ ଶପଥ କରାଇବେ। ଏହା ପରେ ଶାସକ ଦଳ ପାଇଁ ଯେଉଁ ବଡ଼ ରାଜନୈତିକ ଓ ସାମ୍ବିଧାନିକ ପରୀକ୍ଷା ବିଧାନସଭାରେ ହେବ ତାହା ହେଉଛି ବାଚସ୍ପତି ନିର୍ବାଚନ। ଏପରି ସ୍ଥଳେ ଭାଜପା ଏବଂ ଅଜିତ ପାଓ୍ବାର ଦାବି କରୁଥିବା ଏନ୍‌ସିପି ବିଧାୟକମାନେ ସେମାନଙ୍କ ମଧ୍ୟରୁ ବାଚସ୍ପତି ନିର୍ବାଚିତ ହୁଅନ୍ତୁ ବୋଲି ଉଦ୍ୟମ କରିବେ। ସେମାନେ ବିଫଳ ହେଲେ ସରକାର ସ୍ବତଃ ଭାଙ୍ଗିଯିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ନେତୃତ୍ୱାଧୀନ ନୂଆ ସରକାରଙ୍କ ପାଇଁ ଆସ୍ଥାଭୋଟ କେବଳ ଏକ ଔପଚାରିକତା ହୋଇଯିବ। କାରଣ ନିଜ ପକ୍ଷରୁ ଜଣକୁ ବାଚସ୍ପତି କରାଇ ନ ପାରିଲେ ଫଡ୍‌ନବିସ ସରକାର ଚଳାଇବାର ସାମ୍ବିଧାନିକତା ଓ ବୈଧ ଅଧିକାର ହରାଇସାରିଥିବେ।
ବର୍ତ୍ତମାନ ଭାଜପା ପାଖରେ ନିଜର ୧୦୫ ବିଧାୟକ ଥିବାବେଳେ ୧୭୦ରୁ ଅଧିକ ବୋଲି ଦଳ ଦାବି କରୁଛି। ଅବଶିଷ୍ଟ ଅଜିତ ପାଓ୍ବାରଙ୍କ, ସ୍ବାଧୀନ ଓ ଛୋଟ ଦଳଗୁଡ଼ିକର ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଶିବସେନା-ଏନ୍‌ସିପି-କଂଗ୍ରେସ ମଧ୍ୟ ସେମାନଙ୍କ ନିକଟରେ ୧୬୫ ବିଧାୟକ ଥିବା କହୁଛନ୍ତି। ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ ରବିବାର ଏହା ସଙ୍କେତ ଦେଇଛନ୍ତି। ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତିଙ୍କୁ ମିଶାଇ ମୋଟ ସଦସ୍ୟ ସଂଖ୍ୟା ହେଉଛି ୨୮୮। ଉଭୟ ପକ୍ଷଙ୍କ ଦାବିକୁ ହିସାବ କଲେ ନିର୍ବାଚିତ ବିଧାୟକଙ୍କ ସଂଖ୍ୟାଠାରୁ ସମର୍ଥନକାରୀ ସଦସ୍ୟଙ୍କ ସଂଖ୍ୟା ଅଧିକ। ତେଣୁ ଗୋଟିଏ ପକ୍ଷର ଦାବି ମିଛ କିମ୍ବା ବିଭ୍ରାନ୍ତକର। ତେବେ ବାହାରେ ଦୁଇପକ୍ଷ ଯାହା ଦାବି କରନ୍ତୁ ନା କାହିଁକି ବିଧାନସଭା ଭିତରେ ବାଚସ୍ପତି ନିର୍ବାଚନ ବେଳେ ମହାରାଷ୍ଟ୍ର ଓ ସାରା ଦେଶର ଜନସାଧାରଣଙ୍କ ଆଗରେ ମିଛ ଧରାପଡ଼ିବ ବୋଲି ଜଣେ ବିଶ୍ଳେଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri