Posted inଜାତୀୟ

୨୦୧୯ ଲୋକ ସଭା ନିର୍ବାଚନ: ୮୨୦ କୋଟି ବ୍ୟୟ କରିଥିଲା କଂଗ୍ରେସ

ନୂଆଦିଲ୍ଲୀ,୯ା୧୧: ଗତ ଲୋକ ସଭା ନିର୍ବାଚନରେ ଭାଜପାର ଅର୍ଥବଳ ଆଗରେ ଆମେ ସୀମିତ ସମ୍ବଳରେ ଲଢ଼ିପାରିଲୁ ନାହିଁ ବୋଲି କଂଗ୍ରେସ ଯେଉଁ ଅଭିଯୋଗ କରିଆସୁଥିଲା ତାହା ଏବେ ଭୁଲ୍‌ ପ୍ରମାଣିତ ହୋଇଛି। ସାଧାରଣ ନିର୍ବାଚନ ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ଓଡିଶା, ତେଲଙ୍ଗାନା ଓ ସିକିମ୍‌ ବିଧାନସଭା ନିର୍ବାଚନରେ କଂଗ୍ରେସ ୮୨୦ କୋଟି ଟଙ୍କା ବ୍ୟୟ କରିଥିବା ଜଣାପଡିଛି। ୨୦୧୪ ନିର୍ବାଚନ ବେଳେ କଂଗ୍ରେସ ୫୧୬ କୋଟି ଓ ଭାଜପା ୭୧୪ କୋଟି ଟଙ୍କା ବ୍ୟୟ କରିଥିଲା। ୨୦୧୯ ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ ଭାଜପା ଏପର୍ଯ୍ୟନ୍ତ ହିସାବ ଦାଖଲ କରିନାହିଁ।
ଅକ୍ଟୋବର ୩୧ରେ କଂଗ୍ରେସ ତା’ର ନିର୍ବାଚନ ଖର୍ଚ୍ଚ ବିବରଣୀ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଥିଲା। ଏଥିରେ ଦଳୀୟ ପ୍ରଚାରରେ ୬୨୬.୩ କୋଟି ଏବଂ ପ୍ରାର୍ଥୀମାନଙ୍କ ପାଇଁ ୧୯୩.୯ କୋଟି ବ୍ୟୟ ହୋଇଥିବା ଉଲ୍ଲେଖ ଅଛି। ନିର୍ବାଚନ ତାରିଖ ଘୋଷଣାଠାରୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ କଂଗ୍ରେସକୁ ପାଖାପାଖି ୮୫୬ କୋଟି ଟଙ୍କା ଦଳୀୟ ଚାନ୍ଦା ଓ ଅନ୍ୟାନ୍ୟ ସୂତ୍ରରୁ ମିଳିଥିଲା ବୋଲି ଉକ୍ତ ବିବରଣୀରେ କୁହାଯାଇଛି।
ଅନ୍ୟ ଦଳଗୁଡ଼ିକ ମଧ୍ୟରେ ତୃଣମୂଳ କଂଗ୍ରେସ ଲୋକ ସଭା ନିର୍ବାଚନରେ ୮୩.୬ କୋଟି ବ୍ୟୟ କରିଥିବାବେଳେ ବିଏସ୍‌ପି ୫୫.୪ କୋଟି, ଏନ୍‌ସିପି ୭୨.୩ କୋଟି ଏବଂ ସିପିଏମ୍‌ ୭୩.୧ ଲକ୍ଷ ଟଙ୍କା ବ୍ୟୟ କରିଥିବା ସେମାନଙ୍କ ନିର୍ବାଚନୀ ବ୍ୟୟ ବିବରଣୀରୁ ଜଣାପଡିଛି।
ନିର୍ବାଚନ ଲଢ଼ିବାକୁ ଦଳ ପାଖରେ ଟଙ୍କା ନ ଥିଲା ବୋଲି ମେ ମାସରେ କଂଗ୍ରେସ ସୋସିଆଲ ମିଡିଆ ମୁଖ୍ୟ ଦିବ୍ୟ ସ୍ପନ୍ଦନ ଗଣମାଧ୍ୟମକୁ କହିଥିଲେ। ତେବେ ସାଧାରଣ ନିର୍ବାଚନ ବେଳେ ଦଳୀୟ ପ୍ରଚାର ପାଇଁ ୬୨୬.୩୬ କୋଟି ଖର୍ଚ୍ଚ କରାଯାଇଥିଲାବେଳେ ସେଥିରୁ ୫୭୩ କୋଟି ଚେକ୍‌ ମାଧ୍ୟମରେ ଓ ଅବଶିଷ୍ଟ ୧୪.୩୩ କୋଟି ନଗଦ ଆକାରରେ ପୈଠ ହୋଇଥିବା ଜଣାପଡିଛି। କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ବିଜ୍ଞାପନରେ ୩୫୬ କୋଟି ବ୍ୟୟ କରିଥିଲାବେଳେ ପୋଷ୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ବାବଦରେ ୪୭ କୋଟି ଓ ତାରକା ପ୍ରଚାରକମାନଙ୍କ ଯାତାୟାତରେ ୮୬.୮୨ କୋଟି ଟଙ୍କା ବ୍ୟୟ ହୋଇଛି। ଏହି ଦଳ ଓଡ଼ିଶା ଓ ଛତିଶଗଡରେ ୪୦ କୋଟି ବ୍ୟୟ କରିଥିଲାବେଳେ ଉତ୍ତରପ୍ରଦେଶରେ ୩୬ କୋଟି, ମହାରାଷ୍ଟ୍ରରେ ୧୮ କୋଟି, ପଶ୍ଚିମବଙ୍ଗରେ ପାଖାପାଖି ୧୫ କୋଟି ଏବଂ କେରଳରେ ୧୩ କୋଟି ଟଙ୍କା ଖର୍ଚ୍ଚ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri