୯ରେ ହୋଇପାରେ ମହାପ୍ରଭୁଙ୍କ ବନକଲାଗି

ପୁରୀ,୨ ।୮(ଅଜିତ ମହାନ୍ତି): ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଦୀର୍ଘ ୧ ମାସ ଧରି ଲାଗିରହିଥିବା ବିବାଦ ଅନିଶ୍ଚିତତା ମଧ୍ୟରେ ରହିଛି। ନୀଳାଦ୍ରି ବିଜେ ପରଠାରୁ ହୋଇ ନ ଥିବା ବନକଲାଗି ନୀତି ଆସନ୍ତା ୯ତାରିଖ(ବୁଧବାର)ରେ ହୋଇପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ କୁହାଯାଇ ନାହିଁ। ଏପରି କି ପ୍ରଶାସନ ତାଙ୍କୁ ଯେଉଁଦିନ ବନକଲାଗି କରିବା ପାଇଁ ନିର୍ଦ୍ଦେଶ ଦେବ, ସେମାନେ ମାନିବେ
ବୋଲି କହିଛନ୍ତି। ସୂଚନାଯୋଗ୍ୟ, ନୀଳାଦ୍ରି ବିଜେ ପରେ ମହାପ୍ରଭୁଙ୍କ ବନକଲାଗି ହେବା କଥା। ମାତ୍ର କେଉଁବାରରେ ମହାପ୍ରଭୁଙ୍କ ବନକଲାଗି ହେବ ତାକୁ ନେଇ ଦତ୍ତ ମହାପାତ୍ର ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ଦେଖାଦେଇଥିଲା। ଦତ୍ତମହାପାତ୍ର ସେବକମାନେ ରେକର୍ଡ ଅଫ୍‌ ରାଇଟସ୍‌ ଅନୁଯାୟୀ ବନକଲାଗି ଗୁରୁବାର କରିବାକୁ କହୁଥିବା ବେଳେ ୨୦୧୮ ମସିହାରେ ଅନୁଷ୍ଠିତ ହୋଇଥିବା ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ବୁଧବାର ବନକଲାଗି କରିବା ପାଇଁ ପ୍ରଶାସନ କହିଥିଲା। ଉଭୟ ନିଜ ଜିଦରେ ଅଟଳ ରହିଥିଲେ। ଫଳରେ ପ୍ରଶାସନ ପକ୍ଷରୁ ଦତ୍ତ ମହାପାତ୍ର ନିଯୋଗକୁ ନୋଟିସ କରାଯାଇଥିଲା। ଏପରିକି ବନକଲାଗି ପାଇଁ ଗୁରୁବାର ଯାଇଥିବା ଦତ୍ତମହାପାତ୍ର ସେବକମାନଙ୍କୁ ପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଦେଶ ନ ଥିବାରୁ ଫେରିବାକୁ ପଡ଼ିଥିଲା। ବିବାଦ ଅଧିକ ବଢ଼ିବାରୁ ନୀତି ସବ୍‌କମିଟି ବୈଠକ କରାଯାଇ ଆଲୋଚନା ହୋଇଥିଲା। ମାତ୍ର ଉକ୍ତ ବୈଠକରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନ ଥିଲା। ତେଣୁ ମଙ୍ଗଳବାର ପରିଚାଳନା କମିଟି ବୈଠକରେ ସମସ୍ୟାର ସମାଧାନ ହେବ ବୋଲି ଆଶ କରାଯାଇଥିଲା। କିନ୍ତୁ କୌଣସି କାରଣରୁ ପରିଚାଳନା କମିଟି ବୈଠକ ମଙ୍ଗଳବାର ସ୍ଥଗିତ ରହିଥିଲା। ଅପରପକ୍ଷେ ନୀତି ସବ୍‌କମିଟ୍‌ି ବୈଠକ ପରେ ଦତ୍ତ ମହାପାତ୍ରମାନେ ନରମିଥିବା ପରିଲିଖିତ ହୋଇଥିଲା। ପରେ ପ୍ରଶାସନ ଯାହା ନିର୍ଦ୍ଦେଶ ଦେବ ସେହି ଦିନ ବନକଲାଗି କରିବେ ବୋଲି ସୂଚନା ଦେଇଥିଲେ। ଏ ନେଇ ସେମାନେ ପ୍ରଶାସନକୁ ଲିଖିତ ଭାବରେ ଜଣାଇଛନ୍ତି।
ବୁଧବାର ବନକଲାଗି ହେବା ସମ୍ପର୍କରେ ନୀତି ପ୍ରଶାସନ ଜିତେନ୍ଦ୍ର ସାହୁ କହିଛନ୍ତି, ୨ ତାରିଖ ବୁଧବାର ଶ୍ରୀମନ୍ଦିରରେ ନକ୍ଷତ୍ର ବନ୍ଦାପନା ଥିବାରୁ ମହାପ୍ରଭୁଙ୍କ ବନକଲାଗି ହୋଇପାରିବ ନାହିଁ। ସେହିପରି ୩ ତାରିଖ ଗୁରୁବାର ମାଜଣା ଏବଂ ଏକାନ୍ତ ନୀତି ରହୁଥିବାରୁ ବନକଲାଗି ନୀତିରେ ବିଳମ୍ବ ପରିଲିଖିତ ହେବାକୁ ଥିବାରୁ ସେଦିନ ବି ନୀତି ହେବା ସମ୍ଭବ ନୁହେଁ। ତେଣୁ ଆସନ୍ତା ୯ ତାରିଖ ବୁଧବାର ବନକଲାଗି କରାଯିବ। ହେଲେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ଲିଖିତ ଭାବେ ନିର୍ଦ୍ଦେଶ ଦିଆଯାଇନାହିଁ। ଅନ୍ୟପଟେ ଦତ୍ତ ମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତମହାପାତ୍ର କହିଛନ୍ତି, ପ୍ରଶାସନ ଯେବେ ତାଙ୍କୁ ମହାପ୍ରଭୁଙ୍କ ବନକଲାଗି ପାଇଁ ନିର୍ଦ୍ଦେଶ ଦେବ, ସେମାନେ ମହାପ୍ରଭୁଙ୍କ ବନକଲାଗି କରିବୁ। ୯ ତାରିଖରେ ବନକଲାଗି ପାଇଁ ପ୍ରସ୍ତୁତ ରହିଛୁ। ଏଠାରେ ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୂର୍ବରୁ କହିଥିଲେ, ଯଦି ବୁଧବାର କୌଣସି ବିଶେଷ ନୀତି ରୁହେ, ତେବେ ଗୁରୁବାର ବନକଲାଗି କରାଯିବ। ତେବେ ଚଳିତ ବୁଧବାର ନକ୍ଷତ୍ର ବନ୍ଦାପନା ଥିବାରୁ ମହାପ୍ରଭୁଙ୍କ ବନକଲାଗି ହେବ ନାହିଁ। ମାତ୍ର ଗୁରୁବାର ବନକଲାଗି ନକରି ପୁଣି ଗୋଟିଏ ସପ୍ତାହ ଘୁଞ୍ଚାଇବାର କାରଣ କ’ଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପ୍ରଶାସନ ପକ୍ଷରୁ ଗୁରୁବାର ମାଜଣା ଏକାନ୍ତ ନୀତି ଥିବା ଦର୍ଶାଇ ବୁଧବାର ବନକଲାଗି କରିବା ପାଇଁ ସ୍ଥିର କରିଥିବା ନେଇ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri