ଅଗଷ୍ଟ ୧୬ରୁ ଖୋଲିବ ୯ମ ଶ୍ରେଣୀ

ଭୁବନେଶ୍ୱର,୬।୮(ବ୍ୟୁରୋ): ଆସନ୍ତା ୧୬ ତାରିଖରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ଗୁରୁବାର ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅଗଷ୍ଟ ୧୬ରୁ ସରକାରୀ, ସରକାରୀ ସହାୟତା ଏବଂ ବେସରକାରୀ ଶିକ୍ଷାନୁଷ୍ଠାନରେ ୯ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ପାଠପଢ଼ା ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି । ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ୯ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଅଫ୍‌ଲାଇନ ପାଠପଢ଼ା ଆରମ୍ଭ ହେବ। କରୋନା କଟକଣା ମଧ୍ୟରେ ସ୍କୁଲ ଖୋଲିବା ସହ ରବିବାର ଓ ଛୁଟିଦିନକୁ ଛାଡ଼ି ଅନ୍ୟ ଦିନ ସକାଳ ୯ରୁ ଅପରାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ। ସ୍କୁଲରେ ପାଠପଢା ହେଲେ ମଧ୍ୟ ଅନ୍‌ଲାଇନ ଜରିଆରେ ପଢ଼ା ଜାରି ରହିବ। ତେବେ ପିଲାମାନେ ସ୍କୁଲକୁ ଆସିବା ପୂର୍ବରୁ ମାତାପିତାଙ୍କ ଅନୁମତିି ନେବାକୁ କୁହାଯାଇଛି। ସ୍କୁଲରେ ଉପସ୍ଥାନ ଛାତ୍ରୀଛାତ୍ରଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ। ବିଭାଗ ଦ୍ୱାରା ଜୁଲାଇ ୧୭ରେ ଜାରି କରାଯାଇଥିବା ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଏଥିସହିତ ନବମ ଶ୍ରେଣୀ ପିଲାଙ୍କ ଛାତ୍ରାବାସ ମଧ୍ୟ ଅଗଷ୍ଟ ୧୭ ତାରିଖରୁ ଖୋଲିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଜୁଲାଇ ୨୬ରୁ ଦଶମ ଓ ଯୁକ୍ତ୨ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲାଯାଇ ଶିକ୍ଷାଦାନ କରାଯାଉଛି। ପରିସ୍ଥିତିକୁ ଦେଖି ପର୍ଯ୍ୟାୟ କ୍ରମେ ଅନ୍ୟ ଶ୍ରେଣୀଗୁଡ଼ିକ ଖୋଲିବା ନେଇ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା: ହୋମ କ୍ୱାରାଣ୍ଟାଇନରେ ରହିଲେ ରାୟଗଡ଼ା ସିଡିଏମ୍‌ଓ

ରାୟଗଡା ଅଫିସ,୧୦।୬-ରାୟଗଡା ଜିଲାରେ ବୁଧବାର ୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଯୁବତୀ ରହିଥିବାବେଳେ ଅନ୍ୟ ଜଣେ ପୁରୁଷ...

ପାରାଦୀପ: ଘୋଷଣାରେ ଅଟକିଛି ବହୁ ପ୍ରକଳ୍ପ

ପାରାଦୀପ,୨ା୬(ସ୍ବ.ପ୍ର.): ଓଡ଼ିଶାର ଅର୍ଥନୈତିକ ମୁଖଶାଳା କୁହାଯାଉଥିବା ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ନୂତନ ପ୍ରକଳ୍ପ କରିବେ ବୋଲି ଘୋଷଣା...

ଲ୍ୟାମ୍ପ୍‌ସ ଅଫିସରେ ତାଲାଦେଲେ ମହିଳା

ନନ୍ଦାହାଣ୍ଡି,୪ା୯(ଡି.ଏନ୍‌.ଏ.): ଚାଷୀଙ୍କୁ ୟୁରିଆ ସାର ନ ଦେଇ ଚୋରାଚାଲାଣ ହେଉଥିଲା। ଏହାର ପ୍ରତିବାଦରେ ମହିଳା ଚାଷୀମାନେ ଲ୍ୟାମ୍ପ୍‌ସ କାର୍ଯ୍ୟାଳୟରେ ଶନିବାର ତାଲା ପକାଇ ଦେଇଥିଲେ। ନବରଙ୍ଗପୁର...

ରାଜଧାନୀରେ ଆନ୍ତଃରାଜ୍ୟ କାର ଚୋରି ର଼୍ୟାକେଟ୍‌

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ବାହାର ରାଜ୍ୟରୁ ଚୋରି, ଭୁବନେଶ୍ୱରରେ ବିକ୍ରି। ସକ୍ରିୟ ରହିଥିବା ଏକ ଆନ୍ତଃରାଜ୍ୟ କାର୍‌ ଚୋରି ର଼୍ୟାକେଟକୁ ଧରିଛି କମିଶନରେଟ୍‌ ପୋଲିସ। ରବିବାର ଶହୀଦନଗର ଥାନା...

ଅତିରିକ୍ତ କମିଶନର ଦାୟିତ୍ୱ ନେଲେ ରେଖା ଲୋହାନୀ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ଅତିରିକ୍ତ କମିଶନର ଭାବେ ୧୯୯୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ରେଖା ଲୋହାନୀ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୋଲିସ ସେବା...

ଉପନିର୍ବାଚନ: ୧୧ଟା ସୁଦ୍ଧା ମତଦାନ ହାର ୨୬.୨୪ %

ଭୁବନେଶ୍ୱର,୩ା୧୧(ବ୍ୟୁରୋ): ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ କଡ଼ା କଟକଣା ମଧ୍ୟରେ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଏହି ମତଦାନ...

ଆସନ୍ତା ସପ୍ତାହରେ ବସିପାରେ କ୍ୟାବିନେଟ୍‌

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ଆସନ୍ତା ସପ୍ତାହରେ ରାଜ୍ୟ କ୍ୟାବିନେଟ ବୈଠକ ବସିପାରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚଳିତ ୧୦ ତାରିଖରେ ଭିଡିଓ କନଫରେନ୍ସରେ କ୍ୟାବିନେଟ ବୈଠକ...

ମାଟ୍ରିକ ସାର୍ଟିଫିକେଟ ପାଇଁ ଅର୍ଥ ଆଦାୟ ଅଭିଯୋଗ

ପାତ୍ରପୁର,୪ା୭(ଡି.ଏନ୍‌.ଏ.)- ରାଜ୍ୟରେ ଦଶମ ଶ୍ରେଣୀ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ୨ଦିନ ହେଲା ସାର୍ଟିଫିକେଟ ପ୍ରଦାନ କରାଯାଉଛି। ସରକାର ବିନା ଅର୍ଥରେ ଏହି ସାର୍ଟିଫିକେଟ ଦେଉଥିବାବେଳେ ପାତ୍ରପୁର...

Advertisement
Archives

Model This Week