ଗଡ଼ ରକ୍ଷା ଅଭିଯାନରେ ଜୁଏଲ

ସୁନ୍ଦରଗଡ଼,୧୧ା୭(ଜୟନାରାୟଣ ମେଣ୍ଡୁଳି): ଆଗାମୀ ସାଧାରଣ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଗୁଡ଼ିକ କସରତ ଆରମ୍ଭ କଲେଣି। ସେମାନଙ୍କ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ମଧ୍ୟ ଅଗ୍ରାଧିକାର ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲାରେ କେନ୍ଦ୍ର ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ମହାଜନ ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏମ୍‌ପି ଜୁଏଲ ଓରାମ ଏହା ମାଧ୍ୟମରେ ନିଜର ଗଡ଼ ରକ୍ଷା ଅଭିଯାନ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଲୋକସେବା କ୍ଷେତ୍ରରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା, ନାଗରିକ, ବୁଦ୍ଧିଜୀବୀ ଓ କର୍ମକର୍ତ୍ତାଙ୍କୁ ଭେଟି କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ଜିଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରୁଛନ୍ତି। ସୁନ୍ଦରଗଡ଼ ସାଂଗଠନିକ ଜିଲା ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କୁତ୍ରା ମଣ୍ଡଳ ପକ୍ଷରୁ ମଣ୍ଡଳ କାର୍ଯ୍ୟକାରୀ ସଭାପତି ରାଜେଶ ଲାକ୍ରା ଏବଂ ଜାମପାଲି ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ମଖୁ ଟପ୍ପୋଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାରଙ୍କ ସେବା, ସୁଶାସନ ଏବଂ ଗରିବକଲ୍ୟାଣକାରୀ ଯୋଜନାର ୯ବର୍ଷ ପୂର୍ତ୍ତ ଅବସରରେ ମହା ଜନ ସମ୍ପର୍କ ଅଭିଯାନ ଅନ୍ତର୍ଗତ ସମ୍ପର୍କରୁ ସମର୍ଥନ କାର୍ଯ୍ୟକ୍ରମରେ ପଦଯାତ୍ରା ଏବଂ ଜନସଭା ଅନୁଷ୍ଠିତ ହୋଇଥିଲା । ଏହି ଉଭୟ ମଣ୍ଡଳ କାର୍ଯ୍ୟକ୍ରମରେ ଜୁଏଲ ଯୋଗଦେଇ କୁତ୍ରା ମୁଖ୍ୟ ରାସ୍ତା ମାର୍କେଟ, ମାଳିଡ଼ିହି ଛକ, ଲୁଧାବସା, ବାହିଆମ, ବୁଢ଼ାଆମ୍ବ , ଡୁବୁକୁ , ଚମରାପଡ଼ା ଏବଂ ଗରିଆମୁଣ୍ଡା ଗ୍ରାମଠାରେ ଲିଫଲେଟ ବଣ୍ଟନ ଏବଂ ଦଳ ପକ୍ଷରୁ ଆୟୋଜିତ ବୁଢ଼ାଆମ,ଦୁବୁକି, ଚମରାପଡ଼ା ଏବଂ ଗରିଆମୁଣ୍ଡା ଗ୍ରାମରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ମୋଦିଙ୍କ ୯ବର୍ଷ ସୁସାଶନର ବାର୍ତ୍ତା ପହଞ୍ଚାଇ ଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଟକିଶୋର ମିଶ୍ର, ପୂର୍ବତନ ଜାତୀୟ ପରିଷଦ ସଭ୍ୟ ମହେନ୍ଦ୍ର ମାଝି, ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର ପ୍ରଧାନ, ଜିଲା ସାଧାରଣ ସମ୍ପାଦକ ଯଶୋବନ୍ତ ନାଏକ, ଜିଲା କୋଷାଧ୍ୟକ୍ଷ ଦିନେଶ କର, କାଂଶବାହାଲ ମଣ୍ଡଳ ସଭାପତି ପ୍ରଦୀପ ଚୌଧୁରୀ, ମଞ୍ଜୁ ମିଞ୍ଜ, ପୂର୍ବତନ ଜିଲା ସମ୍ପାଦକ ରମେଶ ହାଜରା, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଅରବିନ୍ଦ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ବିତନା ମାଝି, ସନ୍ତୋଷ ତିର୍କୀ, ବିନୋଦ ବିହାରୀ ନାଗ ଯୋଗଦେଇଥିଲେ। ସେହିପରି କୁତ୍ରା ମଣ୍ଡଳ ପକ୍ଷରୁ ଭାଜପାର ବରିଷ୍ଠ ନେତା ଦେବେନ୍ଦ୍ର ସିଂହ, ରଜନୀକାନ୍ତ ହୋତା, ଏମପିଙ୍କ ବ୍ଲକ ପ୍ରତିନିଧି ମହାରାଜ ମାଝି, ମଧୁସ୍ମିତା ରାଉତ, ପୂର୍ବତନ ମଣ୍ଡଳ ସଭାପତି ଫ୍ରାନ୍ସସିସ ମିଞ୍ଜଙ୍କ ସମେତ ଉଭୟ ମଣ୍ଡଳର ସମସ୍ତ ଜିଲା, ମଣ୍ଡଳ ପଦାଧିକାରୀ ଓ ଭାଜପା ସମର୍ଥକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?