ତୃଣମୂଳସ୍ତରରେ ୫-ଟିର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ:ସରକାରୀ ସହାୟତାରୁ ବଞ୍ଚିତ ବିଧବା

ରସୁଲପୁର/ଯାଜପୁର ଟାଉନ, ୨-୯(ଡିଏନଏ)- ରାଜ୍ୟ ସରକାର ଜନସାଧାରଣଙ୍କ ହିତରେ ୫-ଟି (ଟାଇମ୍‌, ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫର୍ମରମେଶନ) ଫର୍ମୁଲାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାର ସୁଫଳ ତୃଣମୂଳସ୍ତରରେ ପହଞ୍ଚି ପାରୁନାହିଁ। କେବଳ ଜିଲା ପ୍ରଶାସନ ସଫଳତାକୁ ପ୍ରଚାର ପ୍ରସାର ଆଳରେ ୫-ଟି ମାନୁ ନ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସୀମିତ ରହିଛି। ସରକାରଙ୍କର ଏହି ଯୋଜନା କେତେଦୂର ସଫଳ ହୋଇଛି ତାହା ଅସହାୟ ବିଧବା ବବି ଦଳାଇଙ୍କ ଘଟଣାରୁ ସ୍ପଷ୍ଟ ଜଣାପଡ଼େ। ଯାଜପୁର ଜିଲା ରସୁଲପୁର ବ୍ଲକ ଅର୍ଥଗାଁ ପଞ୍ଚାୟତ ବଡଚଅପୋଇ ଗ୍ରାମର ଅସହାୟ ମହିଳା ବବି ଜିଲାରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ାଦୌଡ଼ି କରି ବି ଏଯାଏ ସ୍ବାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ହାସଲ କରିବାରେ ବିଫଳ ହୋଇଛନ୍ତି। ଯାହାକି ପ୍ରଶାସନର କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟରେ ସ୍ବଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ପ୍ରକାଶ ଯେ, ବବିଙ୍କ ସ୍ବାମୀ ଅଜିତ୍‌ ଦଳାଇ ୫ ଏପ୍ରିଲ,୨୦୧୯ରେ ଋଣବୋଝ ସହି ନ ପାରି ଆତ୍ମହତ୍ୟା କରିଥିଲେ। ଏ ସମ୍ପର୍କରେ ଯାଜପୁର ସଦର ଥାନାରେ ଏକ ମାମଲା (ନଂ-୦୪/୧୯) ରୁଜୁ ହୋଇଥିଲା। ଯାଜପୁର ଜିଲା ମୁଖ୍ୟ ଚିକିତ୍ସାକେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାକୁ ୬ମାସ ପୂରିବ; କିନ୍ତୁ ଏପର୍ଯ୍ୟନ୍ତ ବବିଙ୍କୁ ସ୍ବାମୀଙ୍କ ମୃତ ପ୍ରମାଣପତ୍ର ଖଣ୍ଡିଏ ମିଳିପାରିଲା ନାହିଁ। ଏହାଛଡ଼ା ସ୍ବାମୀଙ୍କ ମୃତ୍ୟୁ ପରେ ବବି ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ପଡୋଶୀଙ୍କ ସହାୟତାରେ ମୃତ୍ୟୁ ପ୍ରମାଣପତ୍ରଟିଏ ପାଇବା ପାଇଁ ବବିଙ୍କୁ ୫୦୦ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ତଥାପି ସ୍ବାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ମିଳିପାରୁ ନାହିଁ। ଅପମୃତ୍ୟୁ ଘଟଣାକୁ ନେଇ ପୋଲିସ ନିକଟରୁ ଫର୍ମ-୩ରେ ରିପୋର୍ଟ ଆସିବାପରେ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରାଯିବ ବୋଲି ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ମତ ରଖିଛନ୍ତି ା ଏ ନେଇ ଯାଜପୁର ସଦର ଥାନାଧିକାରୀ ବଂଶୀଧର ବେହେରାଙ୍କୁ ପଚାରିବାରୁ, ମୃତକଙ୍କ ପରିବାର ଲୋକ ଯାଜପୁର ପୌରପରିଷଦ କାର୍ଯ୍ୟାଳୟରୁ ଫର୍ମ-୩ ଆଣି ଥାନାରେ ଦେବା ପରେ ରିପୋର୍ଟ ପ୍ରଦାନ କରାଯିବ। ଏଥିସହ ଥାନାରୁ ରିପୋର୍ଟ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଯୋଗ କରାଯାଇ ଦିଆଯିବ। ଉକ୍ତ ରିପୋର୍ଟ ଆଧାରରେ ମୃତକ ପରିବାରକୁ ପ୍ରମାଣପତ୍ର ଓ ଅନ୍ୟାନ୍ୟ ମୃତ୍ୟୁକାଳୀନ ସହାୟତା ମିଳିପାରିବ ବୋଲି ପ୍ରକାଶ କରିଛନ୍ତି। ଅପରପକ୍ଷେ ଆଜି ବି ଏହି ପରିବାର ଭଙ୍ଗା କୁଡ଼ିଆରେ ବସବାସ କରୁଛନ୍ତି। ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନା ଅପହଞ୍ଚ ହୋଇଛି। ଏ ଦିଗରେ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟରେ ସ୍ବଚ୍ଛତାକୁ ନେଇ ସାଧାରଣରେ ସନ୍ଦେହ ଉପୁଜିଛି। ଏସବୁ ବାଦ୍‌ ମହିଳାଙ୍କ ୮ବର୍ଷର ପୁଅ ଜନ୍ମରୁ ଦିବ୍ୟାଙ୍ଗ ଓ ୧୧ବର୍ଷର ଝିଅ ପୁଷ୍ଟିହୀନତାର ଶିକାର ହୋଇଛନ୍ତି ା ଉଭୟ ପଞ୍ଚାୟତରେ ମାଳିଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି। ଦିବ୍ୟାଙ୍ଗ ପ୍ରମାଣପତ୍ର ଥାଇ ବି ଶିଶୁପୁତ୍ରକୁ ଭତ୍ତା ମିଳି ନାହିଁ। ଏସବୁ ଘଟଣା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆଡୁଆଳରେ ରହିଯାଇଛି। ଏହିଭଳି ନାନା ସମସ୍ୟା ଦେଇ ଗତି କରୁଥିବା ଅନୁସୂଚିତ ଜାତିର ଏହି ପରିବାର ନିକଟରେ ୩୬ନଂ ଜୋନ୍‌ର ଜିଲାପରିଷଦ ସଦସ୍ୟ ଚତୁର୍ଭୁଜ ଦ୍ୱିବେଦୀ ପହଞ୍ଚତ୍ ଥିଲେ। ମହିଳାଙ୍କ ଦୁଃଖ ଶୁଣିବା ପରେ ସୋମବାର ସେ ଯାଜପୁର ଜିଲା ସହକାରୀ ଚିକିତ୍ସାଧିକାରୀ, ଜିଲା ସମାଜ ମଙ୍ଗଳ ଅଧିକାରୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ରସୁଲପୁର ବିଡିଓଙ୍କୁ ପତ୍ର ଜରିଆରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?