ଗଣତନ୍ତ୍ରର ଝଲକ ଦେଖାଏ ଚତୁର୍ଥ ସ୍ତମ୍ଭ: ମହାକାଳପଡ଼ା ପ୍ରେସ୍‌ କ୍ଲବ୍‌ ପକ୍ଷରୁ ନବମ ବାର୍ଷିକ ଜାତୀୟ ପ୍ରେସ୍‌ ଦିବସ ପାଳିତ

ମହାକାଳପଡ଼ା, ୧୬/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗଣତନ୍ତ୍ରର ସୁରକ୍ଷା ଓ ରାଷ୍ଟ୍ର ଗଠନରେ ଚତୁର୍ଥ ସ୍ତମ୍ଭର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗଣତନ୍ତ୍ର ଓ ଚତୁର୍ଥ ସ୍ତମ୍ଭ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ। ଜାତୀୟ ପ୍ରେସ୍‌ ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ କିଆରବାଙ୍କସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସଭାଗୃହରେ ମହାକାଳପଡ଼ା ପ୍ରେସ୍‌ କ୍ଲବ୍‌ ପକ୍ଷରୁ ନବମ ବାର୍ଷିକ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ ଓ ବିଡିଓ ମନୋଜ କୁମାର ନାୟକ ଯୋଗଦେଇ ଅଗ୍ରପୂଜ୍ୟ ଗଜାନନଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ।

ସମାଜରେ ଗଣତନ୍ତ୍ରକୁ ଆଲୋକିତ କରିବାରେ ଚତୁର୍ଥ ସ୍ତମ୍ଭ ତଥା ଖବରଦାତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତୃଣମୂଳ ସ୍ତରରେ ପତ୍ରକାରମାନେ ନିଷ୍ଠା, ଧୈର୍ଯ୍ୟ, ନିର୍ଭୀକତା, ସ୍ୱଚ୍ଛତା ଓ ସାହସର ସହିତ ନିଜ ଜୀବନକୁ ବାଜି ଲଗାଇ ଖବର ପରିବେଷଣ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ବନ୍ୟା, ବାତ୍ୟା, ମରୁଡ଼ି, ଭୂକମ୍ପ ଓ ଅନ୍ୟାନ୍ୟ ଦୁର୍ବିପାକ ସମୟରେ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ଖବରଦାତାମାନେ ନିରପେକ୍ଷ ଓ ବାସ୍ତବ ଖବର ଲୋକଙ୍କ ନିକଟରେ ପହଞ୍ଚାଇଥାନ୍ତି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ପତ୍ରକାରମାନଙ୍କ ବିଭିନ୍ନ ସମସ୍ୟା ଅତିଥିମାନଙ୍କ ଦୃଷ୍ଟିକୁ ଅଣାଯାଇଥିଲା। ସେସବୁର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅତିଥିମାନେ ପ୍ରତିଶ୍ରୁତି ଦେଇଥିଲେ।

ପ୍ରେସ୍‌ କ୍ଲବ୍‌ ସଭାପତି ଅରକ୍ଷିତ ନାଥଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମ୍ପାଦକ ଅଶୋକ କୁମାର ସ୍ୱାଇଁ ପ୍ରେସ୍‌ ଦିବସ ସମ୍ପର୍କିତ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ କବିତା ବେହେରା ଏବଂ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ ପ୍ରଧାନ, ବିଜୟ କୁମାର ନାଥ, ରମେଶ ଚନ୍ଦ୍ର ସାହାଣୀ ଓ ଅମୀୟ ଚୌଧୁରୀ ପ୍ରମୁଖ ଜାତୀୟ ପ୍ରେସ୍‌ ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ଉପସ୍ଥିତ ପ୍ରେସ୍‌ କ୍ଲବ୍‌ ସଦସ୍ୟ ତଥା ଖବରଦାତାମାନଙ୍କ ମଧ୍ୟରେ ସଞ୍ଜୟ ଦାସ, କଳ୍ପତରୁ ସାମଲ, ପ୍ରତାପ ଚନ୍ଦ୍ର ସ୍ୱାଇଁ, ବିରଞ୍ଚି ନାରାୟଣ ଦାସ, ଲକ୍ଷ୍ମୀକାନ୍ତ ସ୍ୱାଇଁ, ଶ୍ରୀମନ୍ତ ଦାସ, ସୁବାସ ସ୍ୱାଇଁ, ହେମନ୍ତ ସ୍ୱାଇଁ, ପ୍ରଦୀପ ସ୍ୱାଇଁ, ନୟନମଣି ସାମଲ, ସୁଶାନ୍ତ ରାଉତ, ବିଘ୍ନେଶ୍ୱର ସେଠୀ ଓ ଜନ୍ମେଜୟ ମଲ୍ଲିକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରେସ୍‌ କ୍ଲବ୍‌ ପକ୍ଷରୁ ଖବରକାଗଜ ବିତରକ ଯତୀନ୍ଦ୍ର ନାଥ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସଭା ପୂର୍ବରୁ ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡ. ଦୁର୍ଗା ପ୍ରସନ୍ନ ନାୟକ ଦିଲ୍ଲୀରେ ଥିବାରୁ ଭିଡିଓ ବାର୍ତ୍ତା ମାଧ୍ୟମରେ ଜାତୀୟ ପ୍ରେସ୍‌ ଦିବସ ଅବସରରେ ଶୁଭକାମନା ଓ ଶୁଭେଚ୍ଛା ଜଣାଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ପାଇଁ ଓମ ପ୍ରକାଶଙ୍କ ପ୍ରସ୍ତୁତି: ଓଡ଼ିଶାର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟ

କର୍ଲାମୁଣ୍ଡା,୧୬।୧୧(ପ୍ରଦୀପ କୁମାର ସାହୁ):କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ପଶ୍ଚିମ ଓଡ଼ିଶାର…

ଆଞ୍ଚଳିକସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍‌ଯାପିତ: ଭବାନୀପାଟଣା ଚାମ୍ପିୟନ

ରିଷିଡ଼ା,୧୬ା୧୧(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ରିଷିଡ଼ାସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ତ୍ରିଦିବସୀୟ ଆଞ୍ଚଳିକସ୍ତରୀୟ କବାଡି ପ୍ରତିଯୋଗିତା…

ଟେଷ୍ଟ କ୍ରିକେଟରୁ ଅବସର ନେଇ ବଡ଼ ଭୁଲ କରିଦେଲେ କୋହଲି-ଶାମି: କପିଳଙ୍କ ଚାଞ୍ଚଲ୍ୟକର ଦାବି, କହିଲେ-୧୦ ବର୍ଷ ପରେ…

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟର ଦିଗ୍ଗଜ ବ୍ୟାଟର ବିରାଟ କୋହଲି ଏବଂ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। କୋହଲି ୨୦୨୫ ଜୁନରେ…

ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ପୁଣି ଆହତ ହେଲେ ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ ଦଳର ଅନେକ ଷ୍ଟାର୍‌ ଖେଳାଳି ଏବେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ରେ ଖେଳୁଥିବା ନଜର ଆସୁଛନ୍ତି। ଏହି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ…

ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ବିୟୋଗରେ ଗୁଣପୁର ଓକିଲ ସଂଘର ଶୋକସଭା

ଗୁଣପୁର, ୧୬।୧୧ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ୭୫ ବର୍ଷ ବୟସରେ ଶନିବାର ପରଲୋକ ଘଟିଥିଲା।…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ: ୨୮ ତମ୍ବୁ ଘର ସହ ପଞ୍ଚତାରକା ହୋଟେଲ୍‌ର ସୁବିଧା

ଦାରିଙ୍ଗବାଡ଼ି, ୧୬।୧୧ (ଅରୁଣ ସାହୁ): ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କନ୍ଧମାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ। ଚଳିତ ବର୍ଷର ଇକୋ ରିଟ୍ରିଟକୁ ରାଜ୍ୟ ପର୍ଯ୍ୟଟନ…

ଗର୍ଭରେ ଆଲିଆ ଭଟ୍ଟ ଥିବାବେଳେ ଗୋଟିଏ ଦିନରେ ୧୦୦ ସିଗାରେଟ ଟାଣୁଥିଲେ ମା’ ସୋନି ରାଜଦାନ, ନିଜେ ଖୋଲିଲେ ଗୁମର

ମୁମ୍ବାଇ:ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ସୋନି ରାଜଦାନ ନିଜ ଦମ୍‌ଦାର ଅଭିନୟ ପାଇଁ ବେଶ ପରିଚିତ। ଦୀର୍ଘଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ସୋନି ନିଜ ଚରିତ୍ରକୁ…

କେନ୍ଦୁଝରରେ ଚାଞ୍ଚଲ୍ୟ: ଜୀବନ ଯୁଦ୍ଧରେ ହାରିଗଲେ ବଳାତ୍କାର ପୀଡିତା, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ…

କେନ୍ଦୁଝର,୧୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ଅଞ୍ଚଳରେ ଜଣେ ୪୫ ବର୍ଷୀୟା ଜୁଆଙ୍ଗ ଆଦିମ ଜନଜାତି ବିଧବା ମହିଳା ବଳାତ୍କାରର ଶିକାର ହୋଇଥିଲେ। ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?