୫୨୩୦ଲୋକଙ୍କ ମୃତ୍ୟୁର ଅପରାଧୀ ହେଉଛନ୍ତି ୯୩ ବର୍ଷୀୟ ବୃଦ୍ଧ

୯୩ ବର୍ଷୀୟ ଜଣେ ନାଜି ଗାର୍ଡଙ୍କୁ ଜର୍ମାନ କୋର୍ଟ ୫୨୩୦ ଜଣଙ୍କ ହତ୍ୟା ଘଟଣାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଲେ ବ୍ରୁନୋ ଦେ। ବ୍ରୁନୋ ୭୫ ବର୍ଷ ପୂର୍ବେ ଷ୍ଟଥ୍‌ଅଫ୍‌ କନ୍‌ଷନଟ୍ରେଶନ କ୍ୟାମ୍ପରେ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ସେ ସେଠାରେ ନାଜିମାନଙ୍କୁ ହତ୍ୟା କରିବାରେ ସହଯୋଗ କରୁଥିଲେ। ବ୍ରୁନୋ ଡେ ପୋଲାଣ୍ଡର ଡେକ୍ସ ପୂର୍ବରେ ଥିବା ଷ୍ଟଥଅଫ୍‌ କ୍ୟାମ୍ପରେ ୧୯୪୪ ଅଗଷ୍ଟରୁ ୧୯୪୫ ଅପ୍ରେଲ ପର୍ଯ୍ୟନ୍ତ ଗାର୍ଡ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ ମଧ୍ୟ ତାଙ୍କ ବିରୋଧରେ ମାମଲା ଚାଲିଥିଲା। ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା। ନାବାଳକ ହୋଇଥିବାରୁ ତାଙ୍କୁ ମାତ୍ର ୨ ବର୍ଷ ଦଣ୍ଡିତ କରାଯାଇଥିଲା। ପରେ ଛାଡିଦିଆଯାଇଥିଲା। କିନ୍ତୁ ମୃତକଙ୍କ ପରିବାର ଲୋକେ ପୁନର୍ବାର ସ୍ବର ଉତ୍ତୋଳନ କରିଥିଲେ। ନାଜି ଯୁଗର ଅପରାଧୀଙ୍କୁ ଦଣ୍ଡ ଦେବା ପ୍ରକ୍ରିୟା ଜର୍ମାନୀରେ ଦୀର୍ଘ ବର୍ଷ ଧରି ଚାଲିଆସୁଥିଲା। ଏହି କ୍ରମରେ ବ୍ରୁନୋଙ୍କ ନାମରେ ଆଉଥରେ କେସ୍‌ ଚାଲିଲା। ପରେ ବ୍ରୁନୋଙ୍କୁ ରାଜ୍ୟ କୋର୍ଟକୁ ହୁଇଲ୍‌ ଚେୟାରରେ ନିଆଗଲା। ଏହି ସମୟରେ ସେ ଏକ ନୀଳ ରଙ୍ଗର ମାସ୍କ ମଧ୍ୟ ପିନ୍ଧିଥିଲେ। ‘ଆପଣଙ୍କୁ ଏହି କାର୍ଯ୍ୟରେ ସାମିଲ ହେବାର ନ ଥିଲା। ମାତ୍ର ଏଥିରେ ସାମିଲ ହେଲେ। ତେଣୁ ଆପଣ ଏହାର ଅପରାଧୀ ବୋଲି ଜଜ୍‌ ଆନି ମିୟର ଗୋରିଙ୍ଗ ବ୍ରୁନୋଙ୍କୁ କହିଥିଲେ। ବ୍ରୁନୋ କୁହନ୍ତି, ଗ୍ୟାସ ଚାମ୍ବରରେ ଚିତ୍କାର କରୁଥିବା ଲୋକଙ୍କ ସ୍ବର ମୁଁ ଶୁଣିଛି। ମୃତଦେହ ବାହାରକୁ ଆସୁଥିବା ମଧ୍ୟ ଦେଖିଛି। ଏହା ପରେ ସେ କେବେ ବି ସାନ୍ତିରେ ଶୋଇପାରି ନ ଥିଲେ। ପ୍ରତିଦିନ ରାତିରେ ଭୟଙ୍କର ସ୍ବପ୍ନ ଦେଖୁଥିଲେ ବୋଲି ସେ କହିଛନ୍ତି। ନରଜି କ୍ୟାମ୍ପରେ ପ୍ରାୟ ୬୦ ହଜାର ଇହୁଦିଙ୍କ ମୃତ୍ୟୁ ଘଟିଥିଲା। ଜର୍ମାନୀ ନିକଟରେ ଥିବା ପୋଲାଣ୍ଡର ଷ୍ଟୁଟୋଭୋରେ ଅନେକ ଏକାଗ୍ରତା ଶିବିର ନିର୍ମାଣ କରାଯାଇଥିଲା। ଯେଉଁଥିରେ ଏହି ଇହୁଦୀମାନେ ନାଜି ସେନା ଦ୍ୱାରା ଦଣ୍ଡିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭୁବନେଶ୍ୱର ବିମାନବନ୍ଦରରୁ କେଜିଏ ସୁନା ଜବତ, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର,୧୭।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗ ଚଢ଼ାଉ କରି ଜଣେ ଯାତ୍ରୀଙ୍କଠାରୁ ୧ କେଜି ସୁନା ଜବତ କରିଛି।...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri