୯୦୭ କିଲୋ ଗଞ୍ଜେଇ ଜବତ: ଦୁଇ ଗିରଫ

କୋରାପୁଟ,୧୦।୫(ସ୍ବ.ପ୍ର.): କୋରାପୁଟ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ମିନି ଟ୍ରକରୁ ୯୦୭ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଚଢ଼ାଉରେ ଗାଡିର ଡ୍ରାଇଭର ଓ ହେଲ୍‌ପରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏନେଇ ମଙ୍ଗଳବାର କୋରାପୁଟ ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଆନ୍ଧ୍ରରୁ ଉତ୍ତରପ୍ରଦେଶ ଯାଉଥିବା ବେଳେ ଡୁମୁରିପୁଟ ନିକଟରେ ଏକ ମିନି ଟ୍ରକ ଉପରେ କୋରାପୁଟ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଯାଞ୍ଚ କରିବା ପରେ ସେଥିରେ ଥିବା ଅନେକ ଜରି ପ୍ୟାକେଟରୁ ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୫ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗରୁ ସୂଚନା ଦିଆଯାଇଛି। ତେବେ ଏଥିରେ ସମ୍ପୃକ୍ତ ଥିବା ଡ୍ରାଇଭର ଧର୍ମବୀର ସିଂ ଓ ହେଲ୍‌ପର ଭରତ ସିଂକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଧକ୍କାରେ ଗଲା ୨ ଜୀବନ

ମାଲକାନଗିରି, ୧୩ା୨ (ଡି.ଏନ.ଏ.): ମାଲକାନଗିରି ଜିଲା ଜୟପୁର-ମାଲକାନଗିରି ମୁଖ୍ୟ ରାସ୍ତା ନାୟକଗୁଡାଠାରେ ରବିବାର ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ହୋଇଛି।...

ମୌଳିକ ସୁବିଧାରୁ ପଟ୍ଟାମୁଣ୍ଡାଇ ସହରବାସୀ ବଞ୍ଚିତ

ପଟ୍ଟାମୁଣ୍ଡାଇ,୫ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇକୁ ୧୯୮୮ରେ ରାଜ୍ୟ ସରକାର ଏନ୍‌ଏସ୍‌ସି ଓ ପରେ ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ କରିଥିଲେ। ଇତିମଧ୍ୟରେ ଏହି...

କାମ ଦେଉନି ଏମ୍‌ଡିଙ୍କ ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ,୧୩।୧୧: ସମସ୍ୟା ଏବଂ ଦୁର୍ନୀତିକୁ ନେଇ ଯାହା ପାଖରେ ଗୁହାରି କରାଯାଉଛି ସେମାନେ କିଛି ଶୁଣୁ ନାହାନ୍ତି। ବରଂ ସମସ୍ୟାର ବଳୟ ଭିତରେ ଅଭିଯୋଗକାରୀ...

ରାସ୍ତା ନିର୍ମାଣକୁ ବିରୋଧ

ରଘୁନାଥପୁର,୩୧ା୧(ଡି.ଏନ୍‌.ଏ.): ନିର୍ବାଚନ ଆଚରଣବିଧି ଲାଗୁ ସତ୍ତ୍ୱେ ରଘୁନାଥପୁର ବ୍ଲକ ଚିକିଣିଆ ପଞ୍ଚାୟତରେ ରାସ୍ତା କାର୍ଯ୍ୟ ଚାଲିଛି। ଶନିବାର ବିନା ସୂଚନା ଫଳକରେ ଚିକିଣିଆ ୯ ନଂ....

ଆସୁଛନ୍ତି ଧନଦାତ୍ରୀ: ପ୍ରତିଦିନ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ

ବଇଣ୍ଡା, ୭ା୧୦ (ଡି.ଏନ.ଏ.): ପାଖେଇ ଆସୁଛି ମା’ ଲକ୍ଷ୍ମୀଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ଠାକୁରଗଡ଼ ଗ୍ରାମ। ଚଳିତବର୍ଷ ଏଠାରେ...

ଶୁଣିଲେନି କେହି: ୬ କି.ମି. ରାସ୍ତା ମରାମତି କଲେ ଗ୍ରାମବାସୀ

ଦଶମନ୍ତପୁର,୯ା୧୧(ଡି.ଏନ୍‌.ଏ.): ଶୁଣିଲାନି ପ୍ରଶାସନ। ବାରମ୍ବାର ଜଣାଇବା ପରେ ବାଧ୍ୟ ହୋଇ ଏବେ ଗ୍ରାମବାସୀ ଶ୍ରମ ଦାନକରି ୬ କି.ମି. ଘାଟିରାସ୍ତା ମରାମତି କରିଛନ୍ତି। ଏହା ଦେଖିବାକୁ...

ଅନୁଗୋଳରେ ମହାତ୍ମା ଗାନ୍ଧୀଙ୍କ ଜିଲାସ୍ତରୀୟ ଜୟନ୍ତୀ

ଅନୁଗୋଳ ଅଫିସ,୨।୧୦: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜିଲାସ୍ତରୀୟ ଜୟନ୍ତୀ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା...

ଯୁବତୀଙ୍କୁ ବଳାତ୍କାର କରି ବନ୍ଧାହେଲେ କନଷ୍ଟେବଳ

ବାରିପଦା ଅଫିସ,୩୦ା୭: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ପୋଲିସ ବଳାତ୍କାର ଓ ପ୍ରତାରଣା ଅଭିଯୋଗରେ ଜଣେ କନଷ୍ଟେବଳକୁ ଗିରଫ କରି କୋର୍ଟ ଚାଲାଣ କରିଛି।...

Advertisement
Archives

Model This Week