Posted inଜାତୀୟ

ଏୟାର ଇଣ୍ଡିଆକୁ ୯୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ,୨୪ା୮: ବେସରକାରୀ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଟାଟା ଗ୍ରୁପ୍‌ ମାଲିକାନାରେ ଥିବା ଏୟାରଇଣ୍ଡିଆ ଉପରେ ୯୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଯୋଗ୍ୟତା ନ ଥିବା ପାଇଲଟ ବିମାନ ଉଡ଼ାଉଥିବା ତଦନ୍ତରୁ ଜଣାପଡ଼ିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ବ୍ୟତୀତ ଏୟାର ଇଣ୍ଡିଆର ନିର୍ଦ୍ଦେଶକ (ଅପରେଶନ୍ସ) ପଙ୍କୁଲ ମାଥୁର ଏବଂ ନିର୍ଦ୍ଦେଶକ (ଟ୍ରେନିଂ) ମନୀଷ ବାସବଦାଙ୍କୁ ଯଥାକ୍ରମେ ୬ ଲକ୍ଷ ଓ ୩ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏୟାର ଇଣ୍ଡିଆ ଲିଃ ଜଣେ ନନ୍‌ଟ୍ରେନର ଲାଇନ କ୍ୟାପ୍‌ଟେନ ଓ ଜଣେ ନନ୍‌-ଲାଇନ ରିଲିଜ୍‌ଡ ଫାଷ୍ଟ ଅଫିସରଙ୍କ କମାଣ୍ଡରେ ବିମାନ ଚଳାଉଥିଲା। ଏହା ନିରାପତ୍ତାର ଗୁରୁତର ଉଲ୍ଲଂଘନ ବୋଲି ଡିଜିସିଏ ଉଲ୍ଲେଖ କରିଛି। ଗତ ଜୁଲାଇ ୨୨ରେ ଡିଜିସିଏ ଏଥିପାଇଁ ସ୍ପଷ୍ଟୀକରଣ ମାଗିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ଜୁଲାଇ ୧୦ରେ ସ୍ବେଚ୍ଛାକୃତ ରିପୋର୍ଟ ମିଳିବା ପରେ ଡିଜିସିଏ ତଦନ୍ତ ଆରମ୍ଭ କରିଥିଲା। ଏୟାରଲାଇନ୍ସର ବିଭିନ୍ନ ପଦବୀରେ ଥିବା କର୍ମଚାରୀଙ୍କ ଦ୍ୱାରା ନିୟାମକ ବ୍ୟବସ୍ଥାରେ ଅନେକ ଉଲ୍ଲଂଘନ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri