କେବେ ଫେରିବେ ସୁନୀତା

ଭୂପୃଷ୍ଠଠାରୁ ୪୦୦ କିଲୋମିଟର ଊର୍ଦ୍ଧ୍ୱରେ ପୃଥିବୀ କକ୍ଷରେ ଅବସ୍ଥାପିତ ହୋଇଛି ଆନ୍ତର୍ଜାତିକ ସହଯୋଗିତା ଏବଂ ସହଭାଗିତାରେ ନିର୍ମିତ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’। ବିଭିନ୍ନ ଦେଶର ବିଶେଷକରି ଏହାର ନିର୍ମାଣରେ ମୁଖ୍ୟଭାଗ ନେଇଥିବା ଆମେରିକା ଏବଂ ରୁଷିଆର ମହାକାଶଚାରୀମାନେ ସେଠାକୁ ନିୟମିତ ଯାତାୟାତ କରି ମହାକାଶ ସମ୍ପର୍କିତ ଗବେଷଣାମାନ କରିଆସୁଛନ୍ତି। ଏପରିକି ଭାରତ ମଧ୍ୟ ସ୍ବାଧୀନ ଭାବେ ସେଠାକୁ ଖୁବ୍‌ଶୀଘ୍ର ଲୋକ ପଠାଇବାର ଯୋଜନା ଏବେ ଚୂଡ଼ାନ୍ତ ସ୍ତରରେ ରହିଛି।
ଗତ ଜୁନ୍‌ ୫ ତାରିଖରେ ଆମେରିକା ସେଠାକୁ ବୋଇଂ କମ୍ପାନୀ ନିର୍ମିତ ଷ୍ଟାର୍‌ଲାଇନ୍‌ର ଯାନରେ ପ୍ରେରଣ କରିଥିଲା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସୁନୀତା ଉଇଲିୟମ୍‌ସ ଏବଂ ବୁଚ୍‌ ଉଇଲମୋରେଙ୍କୁ। ଏହାଥିଲା ଏକ ସାଧାରଣ ଯାତ୍ରା ଏବଂ ମହାକାଶଚାରୀମାନେ ସେଠାରେ ମାତ୍ର ୮ଦିନ ରହି କେତେକ ପରୀକ୍ଷା ନିରୀକ୍ଷା କରିବା ଲାଗି ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଯାନଟି ସେଠାରେ ପହଞ୍ଚତ୍ଲା ପରେ ତହିଁରେ ପରିଲକ୍ଷିତ ହୋଇଥିଲା କେତେକ ତ୍ରୁଟି। ଏହାର ୪ଟି ନୋଦକ (ଥ୍ରଷ୍ଟର) ଠିକ୍‌ ରୂପେ କାମ କଲାନି, ତହିଁରୁ ହିଲିୟମ୍‌ ନିର୍ଗତ ହେବାକୁ ଲାଗିଲା ଏବଂ ତାହା ଅତ୍ୟଧିକ ଉତ୍ତପ୍ତ ହୋଇଗଲା। କେଉଁ କାରଣରୁ ଏପରି ଘଟିଲା ସେ କଥା ଆଜି ପର୍ଯ୍ୟନ୍ତ ଠିକ୍‌ ରୂପେ ନିର୍ଦ୍ଧାରିତ ହୋଇପାରି ନାହିଁ। ତେବେ ସେଥିପାଇଁ ସୁନୀତା ଏବଂ ବୁଚ୍‌ ପ୍ରାୟ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ସେଠାରେ ଅଟକ ହୋଇ ରହିଛନ୍ତି। କେବେ ଓ କିପରି ସେମାନେ ଫେରିବେ ତାହା ନିର୍ଦ୍ଦିଷ୍ଟ ଭାବେ ସ୍ଥିର ହୋଇପାରୁନାହିଁ। ସେଥିପାଇଁ ଆମେରିକାର ମହାକାଶ ସଂସ୍ଥା ‘ନ୍ୟାଶନାଲ ଏରୋନଟିକ୍ସ ଏବଂ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ’ ବା ‘ନାସା’ର ବୈଜ୍ଞାନିକମାନେ ନାନାଦି ବିକଳ୍ପ କଥା ମଧ୍ୟ ଚିନ୍ତା କରିବାକୁ ଲାଗିଲେଣି। ତନ୍ମଧ୍ୟରୁ ପ୍ରଧାନଟି ବୋଇଂର ଷ୍ଟାର୍‌ଲାଇନର୍‌ ବଦଳରେ ଏହାର ପ୍ରତିଦ୍ୱନ୍ଦ୍ୱୀ ‘ସ୍ପେସ୍‌ଏକ୍‌’ (ଏଲନ୍‌ମସ୍କ) ସେଠାକୁ ପ୍ରେରିତ ହେବାକୁ ଥିବା ‘କ୍ରିଉ ଡ୍ରାଗୋନ୍‌’ ଯାନର ସେଥିପାଇଁ ବିନିଯୋଗ।
ଏହି ସମ୍ଭାବ୍ୟ ଯୋଜନା ଅନୁସାରେ ଏଥିରେ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’କୁ ପ୍ରେରିତ ହେବେ ୪ଜଣ ପରିବର୍ତ୍ତେ ଦୁଇଜଣ ମହାକାଶଚାରୀ ଏବଂ ତାହା ଫେରିବ ସେମାନଙ୍କ ସହିତ ସୁନୀତା ଏବଂ ବୁଚ୍‌ଙ୍କୁ ନେଇ। ତେବେ ଏଥିପାଇଁ ଫେବୃୟାରୀ ୨୦୨୫ ପର୍ଯ୍ୟନ୍ତ ବିଳମ୍ବ ହେବାର ସମ୍ଭାବନା ରହିଛି। ଏପରିସ୍ଥଳେ ସେ ଦୁହିଁଙ୍କୁ ସେଠାରେ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ଏବଂ ଏହି ଦୀର୍ଘକାଳୀନ ରହଣି ତାଙ୍କ ଶାରୀରିକ ଏବଂ ମାନସିକ ଅବସ୍ଥା ଉପରେ ଯେଉଁ ନାନାଦି ନକାରାତ୍ମକ ପ୍ରଭାବ ପକାଇପାରେ ବୋଲି ମନେ କରାଯାଏ, ସେଗୁଡ଼ିକ ମଧ୍ୟରେ ରହିଛି ନିମ୍ନୋକ୍ତ କେତୋଟି।
‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ ଏକ ୧୫୦ ହଜାର ନିୟୁତ ଡଲାରରେ ନିର୍ମିତ ଅତ୍ୟାଧୁନିକ ଉଡ଼ନ୍ତା ବ୍ୟବସ୍ଥା। ଏଥିରେ ମହାକାଶଚାରୀମାନେ ରହିବା, ବ୍ୟାୟାମ କରିବା, ବୈଜ୍ଞାନିକ ପରୀକ୍ଷା କରିବା ତଥା ପ୍ରାୟତଃ ସାଧାରଣ ଜୀବନଯାପନ କରିବାର ଅନ୍ୟାନ୍ୟ ବନ୍ଦୋବସ୍ତମାନ ଅଛି। ପୁନଶ୍ଚ ଯାତ୍ରୀବିହୀନ ଯାନ ସାହାଯ୍ୟରେ ସେଠାକୁ ଖାଦ୍ୟ,ପାନୀୟ ଏବଂ ଅନ୍ୟ ସମସ୍ତ ଆବଶ୍ୟକ ପଦାର୍ଥ ଯୋଗାଇ ଦିଆଯାଇ ପାରୁଛି। ତଥାପି ତନ୍ମଧ୍ୟରେ ଦୀର୍ଘକାଳ ଅତିବାହିତ କରିବା ନାନା ଦୃଷ୍ଟିରୁ ଆହ୍ବାନମୂଳକ। କାରଣ ଏହି ମହାକାଶ କେନ୍ଦ୍ରଟି ପୃଥିବୀକୁ ପ୍ରଦକ୍ଷିଣ କଲାବେଳେ ସ୍ଥାନେ ସ୍ଥାନେ ପୃଥିବୀପୃଷ୍ଠଠାରୁ ୩୦ ଗୁଣ ଅଧିକ ବିକିରଣ ମଧ୍ୟ ଦେଇ ଗତି କରିବାକୁ ପଡ଼ିଥାଏ। ଗଣନାନୁସାରେ ଏଥିମଧ୍ୟରେ ମହାକାଶଚାରୀମାନଙ୍କୁ ୫୦ରୁ ୨୦ ହଜାର ମିଲି ସିଭର୍ଟ ସ୍ତରର ବିକିରଣର ସମ୍ମୁଖୀନ ହେବାକୁ ପଡ଼େ। ଆମ ଛାତିରେ କରାଯାଉଥିବା ଏକ୍ସ-ରେ ରୁ ନିର୍ଗତ ବିକିରଣର ୩ଗୁଣ ହେଲା ୧ ସିଭର୍ଟ। ଦୀର୍ଘକାଳ ଧରି ଏହାର ସମ୍ମୁଖୀନ ହୋଇ ରହିଲେ କର୍କଟରୋଗ, ତନ୍ତୁକ୍ଷୟ, ସ୍ନାୟୁବ୍ୟବସ୍ଥା କ୍ଷତିଗ୍ରସ୍ତ ହେବା ଆଦିର ତାହା କାରଣ ହୋଇପାରେ। ପୁନଶ୍ଚ ଏହା ରକ୍ତର ଲିଂଫୋସାଇଟ୍‌ସ୍‌’କୁ କ୍ଷତିଗ୍ରସ୍ତ କରିବାରୁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଏ।
ମହାକାଶ କେନ୍ଦ୍ରର ଶୂନ୍ୟ-ମହାକର୍ଷଣ ମଧ୍ୟରେ ସାଧାରଣତଃ ମାସକୁ ପ୍ରାୟ ୧.୮% ହାରରେ ଅସ୍ଥିତନ୍ତୁର କ୍ଷୟ ଘଟିଥାଏ। ଅତଏବ ଦୀର୍ଘଦିନ ଧରି ସେଠାରେ ରହିଲେ କାର୍ଯ୍ୟ କରିବାର ସାମର୍ଥ୍ୟ ହ୍ରାସ, ହାଡ଼ପାପରା ହେବା ଏବଂ କ୍ଷତହେବାର ସମ୍ଭାବନା ବୃଦ୍ଧିପାଏ। ପୁନଶ୍ଚ ଏହା ମଧ୍ୟ ହୃତ୍‌-ଧମନୀ ରୋଗର କାରଣ ହୋଇପାରେ। ଏହାବ୍ୟତୀତ ଶରୀର ମଧ୍ୟରେ ତରଳ ପଦାର୍ଥର ପୁନଃ ଆବଣ୍ଟନ ହୁଏ। ତାହା ତା’ର ଉପରିଭାଗରେ ଅଧିକ ହୁଏ। ଫଳରେ କଥା କହିବା, ମୋଟର ନିୟନ୍ତ୍ରଣ, ସ୍ବାଦ ଓ ଗନ୍ଧବାରିବା କ୍ଷମତା ହ୍ରାସ ପାଏ ଏବଂ ଶରୀର ଭାରସାମ୍ୟରେ ପରିବର୍ତ୍ତନ ଆସେ। ଅନ୍ୟପକ୍ଷରେ ସେଠାରୁ ଫେରିବାକୁ ନେଇ ଅନିଶ୍ଚିତତା ଦେଖାଦେଲେ ତଦ୍ଦ୍ବାରା ମାନସିକ ଚାପ ବୃଦ୍ଧିପାଏ, ଯାହାକି ସ୍ମୃତିହୀନତା, ଯୁକ୍ତିଯୁକ୍ତ ଭାବେ ଚିନ୍ତା କରିବାରେ ଅକ୍ଷମତା ସହିତ ଉଚ୍ଚରକ୍ତଚାପ, ମଧୁମେହ ଆଦିର ସମ୍ଭାବନା ବୃଦ୍ଧିପ୍ରାପ୍ତ ହୁଏ।
ମହାକାଶଯୁଗର ଆଦ୍ୟଭାଗରେ ତଦନାନ୍ତିନ ସୋଭିଏଟ୍‌ ୟୁନିୟନର ମୀର୍‌ ମହାକାଶ କେନ୍ଦ୍ରରେ ଅବସ୍ଥାପିତ ଭ୍ୟାଲେରୀ ପୋଲିଆକେଭ୍‌ଙ୍କୁ ତହିଁରେ ସୁଦୀର୍ଘ ୪୩୭ ଦିନ ଅତିବାହିତ କରିବାକୁ ପଡ଼ିଥିଲା। ତାଙ୍କଠାରେ ଏସବୁ ଲକ୍ଷଣ ଦେଖାଯାଇଥିବାର ଅନେକେ ଅନୁମାନ କରନ୍ତି। ତେବେ କମ୍ୟୁନିଷ୍ଟ ଶାସନର ଲୌହ ପରଦା ଭେଦି ତାହାର ପ୍ରକୃତ ତଥ୍ୟ ବାହାରକୁ ଆସି ପାରି ନ ଥିଲା। ବରଂ ସେ ଭୂପୃଷ୍ଠରେ ଅବତରଣ କଲାପରେ କ୍ୟାପସୁଲ ମଧ୍ୟରୁ ବାହାରି କିଛିବାଟ ଚାଲି ଚାଲି ଯାଇ ତାଙ୍କ ଚେୟାର ଉପରେ ବସିଥିଲେ।
ବର୍ତ୍ତମାନ ସୁନୀତା ଓ ବୁଚ୍‌ଙ୍କୁ ଯେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ କେତେଦିନ ରହିବାକୁ ହେବ ତାହା ନିର୍ଦ୍ଦିଷ୍ଟ ରୂପେ ଜଣାପଡ଼ିନାହିଁ। ଯଦି ଷ୍ଟାରଲାଇନରକୁ ପୁନଃ କାର୍ଯ୍ୟକ୍ଷମ କରିବାରେ ବୋଇଂର ଇଞ୍ଜିନିୟର ସକ୍ଷମ ହୁଅନ୍ତି ତା’ହେଲେ ଚଳିତ ଅଗଷ୍ଟ ମାସ ଶେଷ ବେଳକୁ ସେମାନେ ଫେରିଆସିପାରନ୍ତି। ଏହା ଏତେଟା ସମ୍ଭବପର ମନେ ହେଉନାହିଁ। ଅତଏବ ଏଥିପାଇଁ ରୁଷିଆର ମହାକାଶ ସଂସ୍ଥାକୁ ସାହାଯ୍ୟ ମଗାଯାଇପାରେ। ତେବେ ଆମେରିକା ସେଥିଲାଗି କୁଣ୍ଠା ପ୍ରକାଶ କରୁଥିବାର ମନେହୁଏ। ଏପରିସ୍ଥଳେ ଏହାର ସବୁଠାରୁ ସମ୍ଭାବ୍ୟ ବିକଳ୍ପ ହେଲା ସ୍ପେସ୍‌ଏକ୍ସର ‘ଡ୍ରାଗନ୍‌କ୍ରିଉ’ ମହାକାଶଯାନ ଏବଂ ସେଥିପାଇଁ ଅପେକ୍ଷା କରିବାକୁ ହେବ ଆହୁରି ୭/୮ ମାସ। ଅତଏବ ସେମାନଙ୍କୁ ତଥା ସେମାନଙ୍କ ପରିବାରବର୍ଗ ଓ ଶୁଭେଚ୍ଛୁମାନଙ୍କୁ ସେ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ହେବ। ଇତିମଧ୍ୟରେ ସୁନୀତା ଏବଂ ତାଙ୍କ ସହକର୍ମୀ ବୁଚ୍‌ ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟ କରିବା, ବ୍ୟାୟାମ କରିବା ଏବଂ ବୈଜ୍ଞାନିକ ଗବେଷଣାମାନ କରିବାରେ ସମୟ ଅତିବାହିତ କରୁଛନ୍ତି।
ଉଷା ନିବାସ, ୧୨୪/୨୪୪୫ ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?