ବର୍ଷକରେ କରୋନା ଟିକା ନେଇ ୯ ଜଣଙ୍କ ମୃତ୍ୟୁ, କୋଭିଶିଲ୍ଡ ନେଇ ୮-କୋଭାକ୍ସିନ ଯୋଗୁ ଜଣେ…

ନୂଆଦିଲ୍ଲୀ, ୨୧।୪ : କରୋନା ଟିକା ନେବା ପରେ ଘଟିଥିବା ପାର୍ଶ୍ୱ ପ୍ରତିକ୍ରିୟା  ଘଟଣାଗୁଡ଼ିକ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ କମିଟି (ଏଇଏଫ୍‌ଆଇ) ଅନୁଯାୟୀ, ଫେବୃଆରୀ ୨୦୨୧ରୁ ଲକ୍ଷ ଲକ୍ଷ କରୋନା ଟିକାର ଡୋଜ ଦିଆଯାଇଥିବା ବେଳେ କେବଳ ନଅ ଜଣଙ୍କର ମୃତ୍ୟୁ ଏହାକୁ ନେବା ପରେ ଘଟିଥିବା ସୂଚନା ମିଳିଛି।

କମିଟି ଅନୁଯାୟୀ, କରୋନା ଟିକା ନେବା ପରେ ଏହି ନଅ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କର ଟିକାର ପ୍ରତିକ୍ରିୟା ଯୋଗୁ ମୃତ୍ୟୁ ଘଟିଛି। ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଘଟଣା ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ଜମ୍ମୁ-କଶ୍ମୀରରେ କେରଳ, ହରିୟାଣା ଏବଂ ଚଣ୍ଡିଗଡ଼ରେ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଆଠ ଜଣ କୋଭିଶିଲ୍ଡ ଏବଂ ଜଣେ କୋଭାକ୍ସିନ ଟିକା ନେଇ ଥିଲେ।

ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ନଅ ଜଣଙ୍କଠାରେ ଟିକା ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଆନାଫିଲେକ୍ସିସ, ଥ୍ରୋମ୍ବୋସିସ ଏବଂ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ ଦେଖିବାକୁ ମିଳିଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରତି ୧୦ ଲକ୍ଷରେ ଫ୍ଲୁ ଟିକା ଯୋଗୁ ପ୍ରାୟ ୧.୩ ପ୍ରତିଶତଙ୍କଠାରେ ଆନାଫିଲେକ୍ସିସର ଆନୁମାନିକ ଘଟଣା ଦେଖିବାକୁ ମିଳିଥାଏ। ରିପୋର୍ଟରେ କୁହାଯାଇଛି, ମୋଟାମୋଟି ଭାବେ, ଟିକାକରଣର ସୁଫଳ ଅଧିକ ଥିବାବେଳେ କ୍ଷତି କମ୍‌ ରହିଥାଏ। ଏକ ସତର୍କତାମୂଳକ ପଦକ୍ଷେପ ଭାବରେ, କ୍ଷୟକ୍ଷତିର ସମସ୍ତ ଲକ୍ଷଣଗୁଡିକ ନିରନ୍ତର ଏବଂ ସମୟାନୁସାରେ ଟ୍ରାକିଂ କରାଯାଉଛି ଏବଂ ସମୀକ୍ଷା କରାଯାଉଥିବା ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଇତିମଧ୍ୟରେ ଦେଶରେ ପ୍ରଥମ, ଦ୍ୱିତୀୟ ଏବଂ ବୁଷ୍ଟର ଡୋଜ ସମେତ ୧୮୭ କୋଟି ୧୦ ଲକ୍ଷରୁ ଅଧିକ ଟିକା ପ୍ରଦାନ ସରିଛି। ସେଲୁଲାର୍‌ ଏବଂ ମଲିକୁଲାର ବାୟୋଲୋଜି (ସିସିଏମ୍ବି)ର ପୂର୍ବତନ ନିର୍ଦ୍ଦେଶକ ରାକେଶ ମିଶ୍ର କହିଛନ୍ତି ଯେ ଟିକାକରଣର ବୃହତ ମାତ୍ରାର ଡୋଜ୍‌ ପ୍ରଦାନ ସହିତ ରେକର୍ଡ ହୋଇଥିବା ପ୍ରତିକୂଳ ଘଟଣା ସଂଖ୍ୟା ବହୁତ କମ ରହିଛି। ବିଶ୍ୱବ୍ୟାପୀ ବ୍ୟବହୃତ ସମସ୍ତ ଟିକା ସୁରକ୍ଷିତ ଥିବା ଜଣାପଡିଛି। ଟିକା ମୃତ୍ୟୁ ପଛରେ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା କିମ୍ବା ଅନ୍ୟ କିଛି ଜଟିଳତା ରହିଥାଇପାରେ।

ଟିକାକରଣ ବିଭାଗ ପକ୍ଷରୁ ଇତିମଧ୍ୟରେ ମୋଟ ୧,୧୧୨ ପାର୍ଶ୍ୱପ୍ରତିକ୍ରିୟା ଘଟଣା ଏବଂ ୩୯୧ ମୃତ୍ୟୁ ସମ୍ପର୍କରେ ୧୩ ଟି ରିପୋର୍ଟ ଜାରି କରିଛି। ସେଥିମଧ୍ୟରୁ ଅଧିକାଂଶ ସଂଯୋଗ ଭାବରେ ବର୍ଗୀକୃତ ହୋଇଛି। ଟିକା ନେଇ ୯ ଜଣଙ୍କ ମୃତ୍ୟୁ ହେବା ସହିତ ପ୍ରାୟ ୪୫ ଜଣଙ୍କୁ ଆକସ୍ମିକ ଅସ୍ପଷ୍ଟ ମୃତ୍ୟୁ ଶ୍ରେଣୀଭୁକ୍ତ କରାଯାଇଛି। କାରଣ କମିଟି କ୍ଲିନିକାଲ ସୂଚନା, ପୋଷ୍ଟମର୍ଟମ ରିପୋର୍ଟ କିମ୍ବା ଅନ୍ୟ କୌଣସି ପ୍ରମାଣ ଖୋଜି ପାଇ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଜିତ ଦୀପକେଙ୍କର ବଡ ଘୋଷଣା, ‘ଆମେ ଜନ୍ତର ମନ୍ତ୍ରରେ ବସିବୁ ଏବଂ …’

ନୂଆଦିଲ୍ଲୀ,୧।୨୬: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ SIR କୁ ନେଇ ଚାଲିଥିବା ବିବାଦ ମଧ୍ୟରେ, Cockroach Janata Party (CJP) ଶୁକ୍ରବାର ମୁମ୍ବାଇରେ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

ପାଇଲଟ ସ୍ମିତଙ୍କୁ ମିଳିବ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗାନ୍ଧିନଗର,୧।୧୦: ଗୁଜରାଟ ସରକାର ସାହସୀ ପାଇଲଟ ସ୍ମିତ ମଚ୍ଛାରଙ୍କ ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସୋମନାଥ ମନ୍ଦିରରେ ବିଶେଷ ପ୍ରାର୍ଥନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?