କୋରାପୁଟ,୨୩ା୯(ସ୍ବ.ପ୍ର.): କୋରାପୁଟ ଜିଲାରୁ ବୁଧବାର ପୁଣି ୮୯ ଜଣ କରୋନାରେ ସଂକ୍ରମିତ ହୋଇଥିବା ଜିଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୬୫୨କୁ ବୃଦ୍ଧିପାଇଛି। ଚିହ୍ନଟ ୮୯ ଜଣଙ୍କ ମଧ୍ୟରେ ୬୩ ଜଣ ପୁରୁଷ ଏବଂ ୨୬ ଜଣ ମହିଳା ଅଛନ୍ତି। ସେହିପରି କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୪ ଜଣ, ପୂର୍ବ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସି ୪୬ ଜଣ ଓ ୩୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଏମାନଙ୍କ ମଧ୍ୟରୁ ଜଣେ ଆନ୍ଧପ୍ରଦେଶ ଫେରନ୍ତା, ଜଣେ ହାଇଦ୍ରାବାଦ ଜଣେ ମୟୂରଭଞ୍ଜ ଫେରନ୍ତା ଓ ଜଣେ ନବରଙ୍ଗପୁର ଫେରନ୍ତା ରହିଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ଜୟପୁର ମ୍ୟୁନିସିପାଲଟିରୁ ୧୬, କୋରାପୁଟରୁ ୨୧, ସୁନାବେଡ଼ାରୁ ୮ ଓ କୋଟପାଡ଼ ଏନ୍ଏସିରୁ ୨ ଜଣ ରହିଥିବାବେଳେ କୋରାପୁଟ ବ୍ଲକରୁ ୯, ବନ୍ଧୁଗାଁ ବ୍ଲକ ଅଞ୍ଚଳରୁ ଜଣେ, ବୈପାରୀଗୁଡ଼ାରୁ ୪, ବୋରିଗୁମ୍ମାରୁ ୨, ଦଶମନ୍ତପୁରରୁ ୪, ଜୟପୁରରୁ ୬, କୋଟପାଡ଼ରୁ ୨, ଲମତାପୁଟ ବ୍ଲକରୁ ୪, କୁନ୍ଦ୍ରା ବ୍ଲକରୁ ୩ , ଲକ୍ଷ୍ମୀପୁରରୁ ଜଣେ, ନନ୍ଦପୁରରୁ ୨ ଓ ପଟ୍ଟାଙ୍ଗି ବ୍ଲକରୁ ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, କୋରାପୁଟ