Posted inଜାତୀୟ

ଅଜଣା ସୂତ୍ରରୁ ଆଞ୍ଚଳିକ ଦଳର ଆୟ ୮୮୭.୫୫ କୋଟି

ନୂଆଦିଲ୍ଲୀ,୧୭ା୫: ୨୦୨୧-୨୨ ଆର୍ଥିକବର୍ଷରେ ଆଞ୍ଚଳିକ ଦଳଗୁଡ଼ିକ ଅଜଣା ସୂତ୍ରରୁ ୮୮୭.୫୫ କୋଟି ଟଙ୍କା ଆୟ କରିଛନ୍ତି, ଯାହାକି ସେମାନଙ୍କ ମୋଟ ଆୟର ୭୬% ବୋଲି ଆସୋସିଏଶନ୍‌ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ପକ୍ଷରୁ ସୂଚନା ଦିଆଯାଇଛି।
ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ଏଡିଆର୍‌ ଏହାର ରିପୋର୍ଟରେ ଦର୍ଶାଇଛି ଯେ, ୨୦୨୦-୨୧ରେ ଆଞ୍ଚଳିକ ଦଳଗୁଡ଼ିକର ଆୟ ୫୩୦.୭୦ କୋଟି ଟଙ୍କା ଥିଲା। ସେଥିରୁ ୨୬୩.୯୩ କୋଟି ଅର୍ଥାତ୍‌ ୪୯.୭୩% ଅଜ୍ଞାତ ଉତ୍ସରୁ ଆସିଥିଲା। ୨୦୨୧-୨୨ରେ ଏହା ୮୮୭.୫୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ ୨୦,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଚାନ୍ଦାକୁ ‘ଜ୍ଞାତ ଉତ୍ସ’ରୁ ଆସିଥିବା ଧରାଯାଏ। ଏତେ ପରିମାଣର ଚାନ୍ଦା ଦେଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ବିବରଣୀକୁ ଦଳଗୁଡ଼ିକ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ନିକଟରେ ଦାଖଲ କଣ୍ଟ୍ରିବ୍ୟୁଶନ୍‌ ରିପୋଟର୍‌ସରେ ଉଲ୍ଲେଖ କରିଥାଆନ୍ତି। ଅନ୍ୟପକ୍ଷେ ଦଳଗୁଡ଼ିକ ନିଜର ବାର୍ଷିକ ଅଡିଟ୍‌ ରିପୋର୍ଟରେ ଆୟର ଯେଉଁ ସୂତ୍ର ସମ୍ପର୍କରେ ସୂଚନା ଦେଇ ନ ଥାଆନ୍ତି, ତାକୁ ‘ଅଜଣା ଉତ୍ସ’ ବୋଲି ବିବେଚନା କରାଯାଏ। ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ୨୦,୦୦୦ ଟଙ୍କାରୁ କମ୍‌ ଚାନ୍ଦା ଦେଇଥିବା ବ୍ୟକ୍ତି ବା ସଙ୍ଗଠନର ନାମ ପ୍ରଘଟ କରିବାକୁ ବାଧ୍ୟ ନୁହନ୍ତି। ଏଡିଆର୍‌ କହିଛି, ଏଭଳି ଅଜଣା ଉତ୍ସ ମଧ୍ୟରେ ଇଲେକ୍ଟୋରାଲ ବଣ୍ଡ୍‌, କୁପନ୍‌ ବିକ୍ରି, ରିଲିଫ୍‌ ପାଣ୍ଠି, ବିବିଧ ଆୟ ଓ ସଭାରୁ ସଂଗୃହୀତ ଅର୍ଥ ଅନ୍ତର୍ଭୁକ୍ତ। ଏପରି ସ୍ବେଚ୍ଛାକୃତ ଦାନ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରାଯାଇ ନ ଥାଏ। ଏଡିଆର୍‌ ଆହୁରି କହିଛି ଯେ ରାଜନୈତିକ ଦଳଗୁଡ଼ିକ ଅଜଣା ଉତ୍ସରୁ ୮୮୭.୫୫ କୋଟି ଟଙ୍କା ପାଇଛନ୍ତି, ଯାହାକି ସେମାନଙ୍କ ମୋଟ ଆୟର ୭୬.୧୫%। ୮୮୭.୫୫ କୋଟିରୁ ୯୩.୨୬% ଅର୍ଥାତ୍‌ ୮୨୭.୭୬ କୋଟି ଟଙ୍କା ଇଲେକ୍ଟୋରାଲ ବଣ୍ଡ୍‌ରୁ ଆସିଛି। ୨୭ଟିି ଆଞ୍ଚଳିକ ଦଳ କୁପନ୍‌ ବିକ୍ରିରୁ ୪.୩୨% (୩୮.୩୫ କୋଟି), ସ୍ବେଚ୍ଛାକୃତ ଦାନ(୨୦,୦୦୦ରୁ କମ୍‌) ୨.୪୦% (୨୧.୨୯ କୋଟି ଟଙ୍କା) ପାଇଛନ୍ତି। ପ୍ରାରମ୍ଭରେ ୫୪ଟି ଆଞ୍ଚଳିକ (ସ୍ବୀକୃତିପ୍ରାପ୍ତ) ଦଳକୁ ବିଶ୍ଳେଷଣରେ ସାମିଲ କରାଯାଇଥିଲା। ତେବେ ସେଗୁଡ଼ିକ ମଧ୍ୟରୁ ୨୮ଟି ଦଳ ନିଜ ବାର୍ଷିକ ସମୀକ୍ଷା ରିପୋର୍ଟ ଦାଖଲ କରିଛନ୍ତି। ଅବଶିଷ୍ଟ ଦଳଗୁଡ଼ିକ ୨ଟି ରିପୋର୍ଟ ମଧ୍ୟରୁ ଗୋଟିଏ ଲେଖାଏ ଦାଖଲ କରିଛନ୍ତି। ୨୦୨୧-୨୨ରେ ୨୭ ଆଞ୍ଚଳିକ ଦଳର ମୋଟ ଆୟ ୧,୧୬୫.୫୮ କୋଟି ଟଙ୍କା ଥିଲା। ସେଥିରୁ ୧୨.୪୮% ଅର୍ଥାତ୍‌ ୧୪୫.୪୨ କୋଟି ଟଙ୍କା ଅଜ୍ଞାତ ସୂତ୍ରରୁ ମିଳିଥିଲା। ସଦସ୍ୟତା ସଂଗ୍ରହ, ବ୍ୟାଙ୍କ ସୁଧ ଓ ମୁଦ୍ରିତ ସାମଗ୍ରୀ ବିକ୍ରି ଭଳି ଅନ୍ୟାନ୍ୟ ଉତ୍ସରୁ ଦଳଗୁଡ଼ିକ ୧୩୨.୬୧ କୋଟି ଟଙ୍କା (୧୧.୩୮%) ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

‘କାନ ଖୋଲି ଶୁଣି ନିଅ, ଯେପର୍ଯ୍ୟନ୍ତ ମୋଦି ବଞ୍ଚିଛନ୍ତି’

ନୂଆଦିଲ୍ଲୀ,୨୫ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶୁକ୍ରବାର ଉତ୍ତରପ୍ରଦେଶର ୮ଟି ଆସନରେ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ...

ସମସ୍ତ ମୁସଲମାନଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ନେଇ କର୍ନାଟକ ସରକାରଙ୍କ ବୟାନରେ ସନ୍ତୁଷ୍ଟ ନୁହେଁ ଏନସିବିସି

ବେଙ୍ଗାଲୁରୁ,୨୫।୪: ନ୍ୟାସନାଲ କମିଶନ ଫର ବ୍ୟାକଓ୍ବାର୍ଡ କ୍ଲାସେସ (ଏନସିବିସି) ସଂରକ୍ଷଣ ସୁବିଧା ଯୋଗାଇବା ପାଇଁ କର୍ନାଟକର ସମସ୍ତ ମୁସଲମାନ ସମ୍ପ୍ରଦାୟକୁ ଓବିସି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ...

୨୦୨୪ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ମହଙ୍ଗା ଇଲେକ୍ସନ, ୨୦୧୯ ତୁଳନାରେ ଖର୍ଚ୍ଚ ହେଉଛି ୨ ଗୁଣା ଅଧିକ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗିବା ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ର୍ନିବାଚନ ଇଭେଣ୍ଟ ହେବାକୁ ଯାଉଛି। ଏନଜିଓ ସେଣ୍ଟର ଫର...

ଏହି ଲୋକ ସଭା ଆସନରେ ସ୍ବାମୀଙ୍କୁ ଟକ୍କର ଦେବେ ସ୍ତ୍ରୀ

ଲକ୍ଷ୍ନୌ,୨୫।୩୪: ଉତ୍ତରପ୍ରଦେଶର ଇଟାୱା ଲୋକ ସଭା ଆସନରେ ପ୍ରତିଯୋଗିତା ରୋଚକ ହୋଇଛି। ବର୍ତ୍ତମାନର ଏମ୍‌ପି ରାମ ଶଙ୍କର କ୍ୟାଥେରିଆଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଭାଜପା...

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ କଂଗ୍ରେସ ମନିଫେଷ୍ଟୋ ଉପରେ ପ୍ରଶ୍ନ ଉଠାଉଛନ୍ତି। କିଛି ଦିନ ପୂର୍ବେ...

‘୨୦୨୫ ସୁଦ୍ଧା ଭାଜପା ସଂରକ୍ଷଣ ଉଚ୍ଛେଦ କରିବ’: ରେବନ୍ଥ ରେଡ୍ଡୀଙ୍କ ବଡ଼ ଦାବି

ହାଇଦ୍ରାବାଦ,୨୫।୪: ମୁସଲମାନମାନଙ୍କ ପାଇଁ କୋଟାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୈତିକ ଵାକଯୁଦ୍ଧ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଅଭିଯୋଗ କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri