୮୨ ଲକ୍ଷ ଇପିଏଫ୍‌ ପେନ୍‌ସନ୍‌ଧାରୀ ସାମାଜିକ ସୁରକ୍ଷାରୁ ବଞ୍ଚିତ, ୧୦୦୦ ଟଙ୍କା ସମୁଦ୍ରକୁ ଶଙ୍ଖେ

ଭଞ୍ଜନଗର,୭ା୯(ବାବୁଲା ପ୍ରଧାନ): ଏକ ଜନମଙ୍ଗଳ ରାଷ୍ଟ୍ରରେ ସରକାର ସମସ୍ତ ନାଗରିକଙ୍କ ସାମାଜିକ ସୁରକ୍ଷା ଚିନ୍ତା କରିବା କଥା। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନିଗମରୁ ଅବସର ନେଇଥିବା କର୍ମଚାରୀଙ୍କ ପ୍ରତି ସରକାର ଅବହେଳା କରୁଛନ୍ତି। ବର୍ତ୍ତମାନ ଦେଶରେ ୮୨ ଲକ୍ଷ ଇପିଏଫ୍‌ ପେନ୍‌ସନ୍‌ଧାରୀ ସାମାଜିକ ସୁରକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏନେଇ ରବିବାର ଗଞ୍ଜାମ ଜିଲା ଭଞ୍ଜନଗର ବେଲେଶ୍ୱର ପୀଠରେ ଅଲ୍‌ ଓଡ଼ିଶା ଇପିଏଫ୍‌ ପେନସନର୍ସ ଆସୋସିଏଶନ ପକ୍ଷରୁ ଅନୁଷ୍ଠିତ ସାଧାରଣ
ବୈଠକରେ ତାହା ଅଭିଯୋଗ ହୋଇଛି। ଏଥିସହ ବୈଠକରେ କର୍ମଚାରୀମାନେ ସେମାନଙ୍କ ଅନେକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଦେଶରେ ୮୨ ଲକ୍ଷ ଇପିଏଫ୍‌ ପେନ୍‌ସନ୍‌ଧାରୀ ଅଛନ୍ତି। ସେଥିମଧ୍ୟରୁ ୩୭ ଲକ୍ଷ ପେନ୍‌ସନ୍‌ଧାରୀଙ୍କୁ ମାସକୁ ହଜାରେ ଟଙ୍କା ଲେଖାଏ ପେନସନ ସରକାର ଦେଉଛନ୍ତି। ମହଙ୍ଗା ଯୁଗରେ ମାସକୁ ୧୦୦୦ ଟଙ୍କା ସମୁଦ୍ରକୁ ଶଙ୍ଖେ। ଜଣେ ବୃଦ୍ଧ ବ୍ୟକ୍ତି ନିଜ ପରିବାରକୁ କିଭଳି ଚଳାଇବେ? କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ଆମ ଦାବିକୁ ଶୁଣନ୍ତୁ। ନଚେତ୍‌ ଆଗାମୀ ଦିନରେ ଦାବି ହାସଲ ପାଇଁ ଇପିଏଫ୍‌ କାର୍ଯ୍ୟାଳୟକୁ ଧସେଇ ପସିବୁ ବୋଲି ଅଲ ଓଡ଼ିଶା ଇପିଏଫ୍‌ ପେନ୍‌ସନର୍ସ ଆସୋସିଏଶନ ସାଧାରଣ ସମ୍ପାଦକ ତଥା
କେନ୍ଦ୍ର ଉପସଭାପତି ଭାଗ୍ୟଧର ବ୍ରହ୍ମା ତାହା କହିଛନ୍ତି।

ସଂଘର ତିନୋଟି ମୁଖ୍ୟ ଦାବି ହେଲା ସର୍ବନିମ୍ନ ପେନ୍‌ସନ୍‌ ୯ ହଜାର ଟଙ୍କା କରିବା, ମହଙ୍ଗା ଭତ୍ତା ପ୍ରଦାନ ସହ ସ୍ବାସ୍ଥ୍ୟବୀମା ପ୍ରଦାନ, ଇପିଏଫ ଆକାଉଣ୍ଟରେ ୬୭ ଲକ୍ଷ କୋଟି ଟଙ୍କା ଗଚ୍ଛିତ ଅଛି। ଉକ୍ତ ଟଙ୍କାକୁ ଫିକ୍ସିଡ ଡିପୋଜିଟ୍‌ କରି ଯଦି ପେନ୍‌ସନ୍‌ ମଧ୍ୟ ଦିଆଯିବ ତେବେ ପେନ୍‌ସନଧାରୀମାନେ ବହୁତ ଟଙ୍କା ପାଇବେ। କିନ୍ତୁ ସରକାର ତାହା କରାଇ ଦେଉନାହାନ୍ତି ବୋଲି ଅଲ୍‌ ଓଡ଼ିଶା ଇପିଏଫ୍‌ ପେନସନର୍ସ ଆସୋସିଏଶନ ଉପଦେଷ୍ଟା ନଟବର ଆଚାର୍ଯ୍ୟ ସଭାରେ ଅଭିଯୋଗ କରିଥିଲେ।

୧୯୯୫ ମସିହା ପୂର୍ବରୁ ନିଗମ କର୍ମଚାରୀଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା ନଥିଲା। ୧୬.୧୧. ୧୯୯୫ରେ ତତ୍କାଳୀନ କେନ୍ଦ୍ର ସରକାର ନିଗମ କର୍ମଚାରୀଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା କରିଥିଲେ। କର୍ମଚାରୀଙ୍କ ଦରମାରୁ ଇପିଏଫ୍‌ ବାବଦକୁ କଟୁଥିବା ଟଙ୍କାକୁ ଆଧାର କରି ପେନ୍‌ସନ୍‌ ବ୍ୟବସ୍ଥା ହୋଇଥିଲା। ଏହିଭଳି ପେନ୍‌ସନ୍‌ଧାରୀମାନେ ବହୁତ କମ ଟଙ୍କା ପାଉଥିଲେ। ୨୦୧୪ରେ ସର୍ବନିମ୍ନ ପେନସନ ୧ ହଜାର ଟଙ୍କା କରାଯାଇଥିଲା। ୨୦୧୪ ପରଠୁ ଆଉ ପେନ୍‌ସନ୍‌ ବୃଦ୍ଧି ପାଇନାହିଁ। ଯାହାକି ଚିନ୍ତାଜନକ ବିଷୟ। ଏଥିସହ ଚାକିରି କାଳରେ ବକେୟା ରହିଥିବା ବିଭିନ୍ନ ସୁବିଧା ପ୍ରଦାନ କରାଯାଉ। ରାଜ୍ୟରେ ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର ଓ କେନ୍ଦୁଝରଠାରେ ଇପିଏଫ୍‌ କାର୍ଯ୍ୟାଳୟ ଅଛି। କିନ୍ତୁ ବ୍ରହ୍ମପୁର କାର୍ଯ୍ୟାଳୟ ପକ୍ଷରୁ ଉକ୍ତ କର୍ମଚାରୀଙ୍କୁ ହଇରାଣ କରାଯାଉଛି। କୋର୍ଟ ନିର୍ଦ୍ଦେଶ ପ୍ରକାରେ ସଂଶୋଧିତ ପେନ୍‌ସନ୍‌ ପ୍ରଦାନ କରାଯାଉନାହିଁ ବୋଲି କିଛି ବକ୍ତା ଅଭିଯୋଗ କରିଥିଲେ। କର୍ମଚାରୀମାନେ ଦୀର୍ଘବର୍ଷ ଧରି ସରକାରଙ୍କ ସେବା କରୁଛନ୍ତି। ଅବସର ପରେ ସେମାନଙ୍କ ବିକାଶ କଥା ଚିନ୍ତା କରାଯାଉନାହିଁ। ରାଜ୍ୟରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଏହିଭଳି କର୍ମଚାରୀ ଅଛନ୍ତି। ବନ ନିଗମରେ ୨୦୦୬ରୁ ୨୦୧୦ ମଧ୍ୟରେ ଷଷ୍ଠ ବେତନ କମିଶନର ବର୍ଦ୍ଧିତ ବକେୟା ଟଙ୍କା ଆଜି ପର୍ଯ୍ୟନ୍ତ ମିଳିବାକୁ ନାହିଁ।
ତାହାକୁ ତୁରନ୍ତ ପ୍ରଦାନ କରାଯାଉ ବୋଲି ବୈଠକରେ ଯୋଗଦେଇ ବକ୍ତାମାନେ କହିଥିଲେ। ରାଜ୍ୟ ସଭାପତି ବିଜୟ କୁମାର ଜେନା, ନିଗମ ମହାସଂଘର ରାଜ୍ୟ ସଭାପତି ସରୋଜ କାନ୍ତ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ପ୍ରକାଶ କୁମାର ପଟ୍ଟନାୟକ, ଓଡ଼ିଶା ବନ ନିଗମ କର୍ମଚାରୀ ସଂଘର ଉପଦେଷ୍ଟା ଅକ୍ଷୟ ବିଶ୍ବାଳ, ରାଜ୍ୟ ସଡ଼କ ପରିବହନ ନିଗମ ପ୍ରଶାନ୍ତ କୁମାର ରାଉତ, ମତ୍ସ୍ୟ ଓ ପଶୁପାଳନ ବିକାଶ, ଜୀବନ ବୀମା ନିଗମର କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

୫ ରାଶିଙ୍କ ଉପରେ ଧନବର୍ଷା କରିବେ ଶନି! ଅକ୍ଟୋବର ପ୍ରଥମ ସସ୍ତାହରୁ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିପାରେ। ଏହି ପରିବର୍ତ୍ତନ ଯୋଗୁ ବୃଷ, ସିଂହ, ତୁଳା, ମକର…

ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ

ଲକ୍ଷ୍ନୌ,୨୪।୯: ଉତ୍ତରପ୍ରଦେଶର ଅମରୋହାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଏକ ଫାର୍ମହାଉସ୍‌ରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?