ଭୋଟର ତାଲିକାରୁ ୮୦,୦୩୦ ବାଦ୍‌ ପଡ଼ିଲେ

ଭୁବନେଶ୍ୱର, ୨୪।୧୧(ସୁନିତ୍‌ ମିଶ୍ର): ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭଠାରୁ ଗତ ୨୧ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାରେ ଯୋଗହୋଇଥିବା ଓ ବାଦ୍‌ ପଡ଼ିଥିବା ଭୋଟରଙ୍କ ଜିଲାୱାରି ତଥ୍ୟ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦାନ କରାଯାଇଛି। ବରଗଡ଼ ଜିଲା ଭୋଟର ତାଲିକାରେ ୧୨,୭୦୧ ଜଣ ଭୋଟର ଯୋଗ ହୋଇଥିବାବେଳେ ୬୨୫୧ ଜଣ ଏଥିରୁ ବାଦ୍‌ ପଡ଼ିଛନ୍ତି। ସେହିପରି ଝାରସୁଗୁଡ଼ା ଜିଲାରେ ୫୧୬୦ ଜଣ ଯୋଗ ହୋଇଥିବା ବେଳେ ୪୬୨ ଜଣ ବାଦ୍‌ ପଡିଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲାରେ ୧୪୧୩୩ ଜଣ ଯୋଗ ଓ ୨୪୬୭ ଜଣ ବାଦ୍‌, ସମ୍ବଲପୁରରେ ୪୫୩୩ ଜଣ ଯୋଗ ଓ ୧୨୪୯ ଜଣ ବାଦ୍‌, ଦେବଗଡ଼ରେ ୧୬୬୨ ଜଣ ଯୋଗ ଓ ୩୩୯ ଜଣ ବାଦ୍‌, କେନ୍ଦୁଝରରେ ୧୦୨୪୮ ଜଣ ଯୋଗ ଓ ୨୩୧୯ ଜଣ ବାଦ୍‌, ମୟୂରଭଞ୍ଜରେ ୧୩୫୯୬ ଜଣ ଯୋଗ ଓ ୧୩୮୮ ଜଣ ବାଦ୍‌, ବାଲେଶ୍ୱରରେ ୧୪୭୫୯ ଜଣ ଯୋଗ ଓ ୪୯୭୩ ଜଣ ବାଦ୍‌, ଭଦ୍ରକରେ ୧୧୫୬୬ ଜଣ ଯୋଗ ଓ ୬୬୯୭ ଜଣ ବାଦ୍‌, ଯାଜପୁରରେ ୮୩୪୨ ଜଣ ଯୋଗ ଓ ୨୨୦୯୧ ଜଣ ବାଦ୍‌, ଢେଙ୍କାନାଳରେ ୮୨୪୫ ଜଣ ଯୋଗ ଓ ୩୨୯ ଜଣ ବାଦ୍‌ ପଡ଼ିଛନ୍ତି। ଏହିପରି ମୋଟ୍‌ ୩୦୧୧୧୫ ଜଣ ଭୋଟର ତାଲିକାରେ ଯୋଗ ଦେଇଥିବାବେଳେ ମୋଟ୍‌ ୮୦,୦୩୦ ଜଣ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି। ଏ ସମ୍ପର୍କରେ ସବିଶେଷ ସୂଚନା ସମ୍ପୃକ୍ତ ଜିଲାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?