Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର  ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ ଶେଷରେ ୮ଟି ଦଳ ଫାଇନାଲ୍‌ରେ ନିଜର ସ୍ଥାନ ପକ୍କା କରିଛନ୍ତି। ଶନିବାର ଚୂଡ଼ାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ଦଳଗୁଡ଼ିକ ମଧ୍ୟରେ ଏକ୍ସଆଇଏମ୍ (XIM) ଭୁବନେଶ୍ୱର, ଆଇଆଇଟି (IIT) ଗୁଆହାଟୀ, ଓୟୁଟିଆର୍ (OUTR), ଏନ୍ଏଲ୍‌ୟୁଓ (NLUO) କଟକ, ଏମ୍ସ (AIIMS) ଭୁବନେଶ୍ୱର, ଇଣ୍ଡିଆନ୍ ଇନଷ୍ଟିଚିଉଟ୍ ଅଫ୍ ସାଇନ୍ସ ଏଜୁକେଶନ୍ ଆଣ୍ଡ୍ ରିସର୍ଚ୍ଚ (IISER)ବ୍ରହ୍ମପୁର,  ଆଇଆଇଟି (IIT) ଖଡ଼ଗପୁର, ହାଇଟେକ୍ ମେଡିକାଲ୍ କଲେଜ୍ ଭୁବନେଶ୍ୱର ରହିଛନ୍ତି। ଆସନ୍ତାକାଲି ହେବାକୁ ଥିବା  ଗ୍ରାଣ୍ଡ୍ ଫାଇନାଲ୍‌ରେ ଏହି ଦଳଗୁଡ଼ିକ ମଧ୍ୟରେ ବିଜେତା ପଦବୀ ହାତେଇବା ପାଇଁ ଏକ ବଡ଼ ଧରଣର ମୁକାବିଲା ଦେଖିବାକୁ ମିଳିବ।

May be an image of text that says "Raviving Cuizzing OrissaPOST RESENTS METTLE MEET 2026 A Quiz Extravaganza Senior Finalist 5 1 XIM, BHUBANESWAR 2 AIIMS, BHUBANESWAR T,GUWAHATI 3 6 OUTR, BHUBANESWAR IISER, BERHAMPUR 4 7 NLUO, COTTACK IIT, ,KHARAGPUR 8 CLIVE TTAPAM HI-TECH MEDICAL COLLEGE BHUBANESWAR O orissapostlive f orissapostlive mettlemeet f mettlemeet •LIVE GRAND FINALE 9th AUGUST 2 ONWARDS vedanta aluminium SPONSORS εИ THE WORLD FakulairanCreMrea JINDAL STEEL WSC ញម CElITE नालको NALCO AM/NS INDIA 는 ODISHA ออ.4,1ค89 アス、アトポOPウイム MCL HAMCAURLINO NTED MOMMNERALSLTD Paradeep Phosphates PARTNERS lamajbadi ociety ขีง"สะญรีโคนร่าตัง SHARITRI WEFE iC Ajanta លបស្ងម"

ପ୍ରକାଶଯୋଗ୍ୟ, ଓଡ଼ିଶାର ଛାତ୍ରୀଛାତ୍ରଙ୍କୁ ବୌଦ୍ଧିକ ପ୍ରତିଯୋଗିତା ପାଇଁ ଏକ ଉତ୍କୃଷ୍ଟ ପ୍ଲାଟ୍‌ଫର୍ମ ଯୋଗାଇଦେବା ଲକ୍ଷ୍ୟରେ ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ମେଗା କୁଇଜ ଇଭେଣ୍ଟ ‘ମେଟଲ ମିଟ୍‌-୨୦୨୬’ ଲାଗି ଶନିବାର ସକାଳ ୮.୩୦ରୁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜୁନିଅର ବର୍ଗଙ୍କ ପରେ ସିନିୟର ବର୍ଗଙ୍କ ମଧ୍ୟରେ ପ୍ରିଲିମ ରାଉଣ୍ଡ ଅନୁଷ୍ଠିତ ହେବ। ଏଥର ବି ‘ମେଟଲ ମିଟ୍‌’ରେ କୁଇଜ ମାଷ୍ଟର ଅଜୟ ପୁନିଆ ରହିଛନ୍ତି।

Image

କାର୍ଯ୍ୟକ୍ରମ ଆରମ୍ଭରେ ‘ଓଡ଼ିଶାପୋଷ୍ଟ’ ଏବଂ ‘ଧରିତ୍ରୀ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଛାତ୍ରୀଛାତ୍ରଙ୍କୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସମସ୍ତ ପ୍ରତିଯୋଗୀ ଜଣେ ଜଣେ ବିଜୟୀ ବୋଲି କହିଥିଲେ।

Image

ସେହିପରି ‘ଓଡ଼ିଶାପୋଷ୍ଟ’ ଏବଂ ‘ଧରିତ୍ରୀ’ର ସମ୍ପାଦକ ତଥାଗତ ସତପଥୀ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରି କୁଇଜିଂରେ ପୁରସ୍କାର ଅପେକ୍ଷା ଜ୍ଞାନ ଆହରଣ ସହ ନିଜକୁ ଚିହ୍ନିବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

Image

ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଭାବେ ବେଦାନ୍ତ ଆଲୁମିନିୟମ, ଦ ଓ୍ବାଲର୍‌ଡ, ନାଲ୍‌କୋ, ରାଇକେଲା ଆଇରନ ଓର୍‌ ମାଇନ୍ସ, ଜିନ୍ଦଲ୍‌, ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ, ଭାରତ ମସଲା, ଏମ୍‌ସିଏଲ୍‌, ଏମ୍‌ଜିମ୍‌ ମିନେରାଲ୍ସ ଲିମିଟେଡ୍‌, ଓଡ଼ିଶା ପର୍ଯ୍ୟଟନ, ପାରାଦୀପ ଫସ୍‌ଫେଟ୍‌ ଲିମିଟେଡ୍‌ ଆଦି ରହିଥିବା ବେଳେ ପାର୍ଟନରଶିପ୍‌ ଭାବେ ଅଜନ୍ତା ଆଡଭୋଟାଇଜର୍ସ, ସମାଜବାଦୀ ସୋସାଇଟି, ଧରିତ୍ରୀ, ଏବଂ ଡବ୍ଲ୍ୟୁଇଏଫ୍‌ଇ ଇଣ୍ଟରନେଟ ରହିଛନ୍ତି।

Image

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?