Posted inଜାତୀୟ

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ବଢ଼ିପାରେ କ୍ଷୀର ମୂଲ୍ୟ! ରାଜ୍ୟ ସରକାରଙ୍କୁ ୩ ଦିନିର ଅଲ୍ଟିମେଟମ ଦେଲେ…

ନୂଆଦିଲ୍ଲୀ,୧୯।୯: କର୍ନାଟକରେ ପାର୍ୱଣ ଋତୁ ପୂର୍ୱରୁ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଏଠାରେ ଖୁବ ଶୀଘ୍ର କ୍ଷୀର ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିପାରେ। ବାସ୍ତବରେ, କର୍ନାଟକର ରାଜ୍ୟ ଦୁଗ୍ଧ ଉତ୍ପାଦକ ସଂଘଗୁଡ଼ିକ କ୍ଷୀର ଦରରେ ଲିଟର ପିଛା ୮ ଟଙ୍କା ବୃଦ୍ଧି କରିବାକୁ ଦାବି କରିଛନ୍ତି। ବେଙ୍ଗାଲୁରୁ ପ୍ରେସ କ୍ଲବରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ଦାବି ଉଠାଯାଇଛି।

ସେମାନଙ୍କ କହିବା କଥା ହେଉଛି, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ କ୍ଷୀର ଉତ୍ପାଦନ କମିବା କାରଣରୁ ସେମାନଙ୍କ ଉପରେ ଚାପ ପଡୁଛି। କର୍ନାଟକ ମିଲ୍କ ପ୍ରଡ୍ୟୁସର୍ସ ଆସୋସିଏସନ ଅନୁସାରେ, ବାମୁଲ (Bamul), ଚାମୁଲ (Chamul), ମାଣ୍ଡ୍ୟା ମିଲ୍କ ଏବଂ ତୁମକୁର (Tumkur) ସମେତ ଅନେକ ବଡ଼ ମିଲ୍କ ୟୁନିଅନ ଏହି ଦାବି ସପକ୍ଷରେ ଅଛନ୍ତି। ସଂଘଗୁଡ଼ିକ ଦୁଗ୍ଧ ଉତ୍ପାଦକମାନଙ୍କୁ ଦିଆଯାଉଥିବା ସରକାରୀ ପ୍ରୋତ୍ସାହନ ରାଶି (ଇନସେଣ୍ଟିଭ) ମଧ୍ୟ ବୃଦ୍ଧି କରିବାକୁ ଦାବି କରିଛନ୍ତି।

ଏହି ଦାବିଗୁଡ଼ିକୁ ପୂରଣ କରିବା ପାଇଁ ଉତ୍ପାଦକମାନେ ସରକାରଙ୍କୁ ୩ ଦିନର ଚରମ ଚେତାବନୀ (ଅଲ୍ଟିମେଟମ) ଦେଇଛନ୍ତି। ଯଦି ଏହି ସମୟ ମଧ୍ୟରେ ସରକାର କ୍ୟାବିନେଟ ବୈଠକ ଡାକି ଏହା ଉପରେ କୌଣସି ନିଷ୍ପତ୍ତି ନ ନିଅନ୍ତି, ତେବେ ଉତ୍ପାଦକମାନେ ‘ବିଧାନ ସୌଧ’ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଶୋଭାଯାତ୍ରା ବାହାର କରିବାକୁ ଚେତାବନୀ ଦେଇଛନ୍ତି।

ବାମୁଲ ମିଲ୍କ ୟୁନିଅନର ସଭାପତି ନାଗରାଜ କହିଛନ୍ତି ଯେ, ଡାଏରୀ ଆସୋସିଏସନ ଗତ ଆଠ ମାସ ଧରି ରାଜ୍ୟ ସରକାରଙ୍କ ସହ ଆଲୋଚନା ଚଳାଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ୟୁନିଅନ୍ଗୁଡ଼ିକ ଏବେ କ୍ଷୀର ସଂଗ୍ରହ ମୂଲ୍ୟରେ ଲିଟର ପିଛା ୮ ଟଙ୍କା ବୃଦ୍ଧି କରିବାକୁ ଦାବି କରିଛନ୍ତି।

ଦୁଗ୍ଧ ସଂଘଗୁଡ଼ିକ ଅନୁସାରେ, ଦୁଗ୍ଧ ଚାଷୀମାନେ ଏବେ ପ୍ରବଳ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଗୋଟିଏ ପଟେ କମ ବର୍ଷା ଯୋଗୁଁ ଗୋରୁଗାଈଙ୍କ ପାଇଁ ସବୁଜ ଘାସର ଘୋର ଅଭାବ ଦେଖାଦେଇଛି। ଅନ୍ୟପଟେ ଗୋଖାଦ୍ୟ ଏବଂ କଞ୍ଚାମାଲ ଦରରେ ୨୫% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏହା ଉପରେ ପରିବହନ ଖର୍ଚ୍ଚ ମଧ୍ୟ ବଢ଼ିଛି; ଏ ସବୁକୁ ମିଶାଇ କ୍ଷୀର ଉତ୍ପାଦନ ଖର୍ଚ୍ଚ ଯଥେଷ୍ଟ ବଢ଼ିଯାଇଛି। ଏଭଳି ପରିସ୍ଥିତିରେ ଚାଷୀଙ୍କ ପାଇଁ ଗୋରୁଗାଈ ପାଳନ କରିବା କଷ୍ଟକର ହୋଇପଡ଼ିଛି, ଯାହାର ପ୍ରଭାବ ସେମାନଙ୍କର ମୋଟ ଉତ୍ପାଦନ ଉପରେ ମଧ୍ୟ ପଡୁଛି।

ଯଦି ରାଜ୍ୟ ସରକାର ଦୁଗ୍ଧ ସଂଘଗୁଡ଼ିକ ପକ୍ଷରୁ ଉଠାଯାଇଥିବା ଦାବିକୁ ମାନିନିଅନ୍ତି ଏବଂ ଦର ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ଦିଅନ୍ତି, ତେବେ ନବରାତ୍ରୀ ଏବଂ ଦୀପାବଳି ଠିକ ପୂର୍ୱରୁ ନନ୍ଦିନୀ ଭଳି ବ୍ରାଣ୍ଡର କ୍ଷୀର ବହୁତ ମହଙ୍ଗା ହୋଇଯିବ। ଏହାଦ୍ୱାରା କେବଳ ରୋଷେଇ ଘରର ବଜେଟ ବିଗିଡ଼ିବ ନାହିଁ, ବରଂ ପାର୍ୱଣ ଋତୁରେ ମିଠା, ଖୁଆ ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀର ଦର ମଧ୍ୟ ଆକାଶଛୁଆଁ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ

ନୂଆଦିଲ୍ଲୀ,୧୯।୯: କର୍ମଚାରୀଙ୍କ ପାଇଁ PF ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। EPFOର ବେତନ ସୀମାକୁ ମାସିକ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୪ରେ…

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?