Posted inଜାତୀୟ

କଂଗ୍ରେସର ୮ ବିଧାୟକ ସାମ୍ବିଧାନିକ ନିୟମ ଅନୁଯାୟୀ ଭାଜପାରେ ହୋଇଛନ୍ତି ସାମିଲ: ଗୋଆ ବାଚସ୍ପତି…

ପଣଜୀ,୧୨।୧୦ : ନିକଟରେ ଗୋଆରେ ଆଠ ଜଣ କଂଗ୍ରେସ ବିଧାୟକଙ୍କ ଭାଜପାରେ ଯୋଗଦାନ ସମ୍ପର୍କରେ ଗୋଆ ବିଧାନସଭା ବାଚସ୍ପତି ରମେଶ ତାଭଡକର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ସାମ୍ବିଧାନିକ ନିୟମ ଅନୁଯାୟୀ ସମସ୍ତ କଂଗ୍ରେସ ନେତା ଭାଜପାରେ ସାମିଲ ହୋଇଛନ୍ତି।

ସେପ୍ଟେମ୍ବର ୧୪ରେ ଗୋଆର ୧୧ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଆଠ ଜଣ ଭାଜପାରେ ଯୋଗ ଦେଇଥିଲେ। କଂଗ୍ରେସ ବିଧାନସଭା ପାର୍ଟିର ଭାଜପା ସହିତ ମିଶ୍ରଣ ପାଇଁ ସେ ଏକ ପ୍ରସ୍ତାବ ପାରିତ କରାଯାଇଥିଲା। ଗତ ମାସରେ ହୋଇଥିବା ରାଜନୈତିକ ବିକାଶ ବିଷୟରେ ପଚରାଯାଇଥିବାବେଳେ ତାଭହକର କହିଛନ୍ତି ଯେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଏହି ମିଶ୍ରଣ ହୋଇଛି।

ତାଭଡକର କହିଛନ୍ତି ଯେ ସାମ୍ପ୍ରତିକ ସମୟରେ ରାଜନୀତିର ପ୍ରକୃତି ବଦଳିଛି ଏବଂ ରାଜନୀତି ବର୍ତ୍ତମାନ ଅଧିକ ଜୀବନ୍ତ ହୋଇଛି। ସେ କହିଛନ୍ତି ଯେ କଂଗ୍ରେସ ଦଳରୁ ବିଚ୍ଛିନ୍ନ ହୋଇଥିବା ଦୁଇ ତୃତୀୟାଂଶ ବିଧାୟକ ଭାଜପା ସହିତ ମିଶିଛନ୍ତି। ଯେତେବେଳେ କଂଗ୍ରେସରେ ଏଭଳି ଘଟିଥିଲା ସେତେବେଳେ ସେ ଦିଲ୍ଲୀରେ ଥିଲେ। କିନ୍ତୁ ସେହି ଦିନ ସେ ରାଜ୍ୟ ରାଜଧାନୀ ପଣଜୀକୁ ଫେରି ସମସ୍ତ ଔପଚାରିକତା ପୂରଣ କରିଥିଲେ।

ହଠାତ ଏହା ଘଟିଛି ବୋଲି ସେ କହିଛନ୍ତି। ମୁଁ ଭାବୁଛି ସେମାନେ ମଧ୍ୟ ହଠାତ ଏହି ନିଷ୍ପତ୍ତି ନେଇଛନ୍ତି। କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରି ଅନ୍ୟ ଦଳକୁ ସ୍ଥାନାନ୍ତର ହେବା ପାଇଁ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକଙ୍କ ପାଇଁ ଏହା ଏକ ସୁସ୍ଥ ପରମ୍ପରା କି ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ବିଧାୟକମାନେ ହୁଏତ ଅନୁଭବ କରିଥିବେ ଯେ ସେମାନଙ୍କ ଦଳ କଂଗ୍ରେସ ସେମାନଙ୍କୁ ନ୍ୟାୟ ଦେଉନାହିଁ। ତେଣୁ ସେମାନେ ଭାଜପାକୁ ଆସିବାକୁ ଯୋଜନା କରିଥାଇ ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରସ୍ତାବକୁ ନୀତୀଶଙ୍କ ପ୍ରତ୍ୟାଖ୍ୟାନ:ସରକାରରେ ସାମିଲ ହେଲାନି ଜେଡିୟୁ

ନୂଆଦିଲ୍ଲୀ, ୩୧।୫ : କେନ୍ଦ୍ର ସରକାରରେ ସାମିଲ ହେବା ପ୍ରସ୍ତାବକୁ ଜେଡିୟୁ ନେତା ନୀତୀଶ କୁମାର ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥର ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ...

ଜନବହୁଳ ଦେଶ ମୁହାଁ ଭାରତ: ଏପ୍ରିଲରେ ଭାରତର ଜନସଂଖ୍ୟା ୧୪୩ କୋଟି ଛୁଇଁବ…

ନୂଆଦିଲ୍ଲୀ,୧୮।୧ : ବିଶ୍ୱର ବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ଚାଇନା ଜନସଂଖ୍ୟା ହ୍ରାସର ସମ୍ମୁଖୀନ ହେଉଛି। ଗତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଚାଇନାର...

ତୃଣମୂଳ କଂଗ୍ରେସକୁ ବଦନାମ କରିବାକୁ ଚାଲିଛି ଷଡଯନ୍ତ୍ର: ମମତା

କୋଲକାତା,୧୪।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ ବିରୋଧରେ ଏକ ଷଡଯନ୍ତ୍ର ରଚାଯାଇ...

ସକ୍ରିୟ ମାମଲା ୯୫ ହଜାର ତଳେ…

ନୂଆଦିଲ୍ଲୀ, ୨୫।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ...

ସରକାରଙ୍କ ମିଛ ଧରାଇବା ନାଗରିକଙ୍କ କର୍ତ୍ତବ୍ୟ

ନୂଆଦିଲ୍ଲୀ, ୨୯।୮: ସତ୍ୟ ପାଇଁ କେବଳ ସରକାରଙ୍କ ଉପରେ ନିର୍ଭର କରିହେବ ନାହିଁ। ଶାସନରେ ରହିବାକୁ ସରକାରଗୁଡ଼ିକ ଅନେକ ସମୟରେ ମିଥ୍ୟାର ଆଶ୍ରୟ ନେଉଥିବା ଦେଖାଯାଇଥାଏ।...

କେରଳରେ ବନ୍ୟା: ଗଲାଣି ୫ ଜୀବନ, ଅନେକ ନିଖୋଜ

ଥିରୁଭାନନ୍ତପୁରମ୍‌, ୧୬।୧୦: ଆରବ ଏବଂ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ କେରଳରେ ଶୁକ୍ରବାର ରାତିରୁ ପ୍ରବଳ ବର୍ଷା ଲାଗିରହିଛି। ଏନେଇ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ...

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଜମି ବିକ୍ରି ମାମଲା

ନୂଆଦିଲ୍ଲୀ, ୨୬ା୩: ଶ୍ରୀମନ୍ଦିର ଜମି ବିକ୍ରି କରିବାକୁ ନେଇ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା...

୩-୪ ଡଲାରରେ ଟିକା ଯୋଗାଇବ ସେରମ୍‌

ନୂଆଦିଲ୍ଲୀ, ୫।୧(ପି.ଟି.): ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା ଦ୍ୱାରା ବିକଶିତ ତଥା ଭାରତର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରସ୍ତୁତ କରୋନା ଟିକା ‘କୋଭିଶିଲ୍ଡ’ ସରକାରଙ୍କୁ ସ୍ବତନ୍ତ୍ର ମୂଲ୍ୟ...

Advertisement
Archives

Model This Week