୮ କୁକୁରଙ୍କୁ ଗୁଳିକରି ହତ୍ୟା

କୋହିମା: ନାଗାଲାଣ୍ଡର ଏକ ଛାତ୍ର ସଙ୍ଗଠନ ପକ୍ଷରୁ ୮ ପୋଷା କୁକୁରଙ୍କୁ ଗୁଳି କରି ହତ୍ୟା କରାଯାଇଛି। କୁକୁରଙ୍କୁ ଭାକ୍ସିନ ଦେବା ପାଇଁ କୁହାଯାଇଥିଲେ ମଧ୍ୟ ମାଲିକମାନେ ଦେଇ ନ ଥିବାରୁ ଛାତ୍ର ସଙ୍ଗଠନ ଏପରି କାଣ୍ଡ ଭିଆଇଛି। ମୋନ୍‌ ଜିଲା ଡେପୁଟି କମିଶନର ଥଭାସୀଲାନ୍‌ କେ. ଶୁକ୍ରବାର ଏନେଇ ମାମଲା ରୁଜୁ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ରିପୋର୍ଟ ଆସିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ମେ’ ୧୭ରେ ଏହି କୁକୁରମାନଙ୍କୁ ହତ୍ୟା କରାଯାଇଥିଲା। ଏହାର କାରଣ ସମ୍ପର୍କରେ ବିଭିନ୍ନ ବିଷୟ ଶୁଣିବାକୁ ମିଳିଥିବା ସେ କହିଛନ୍ତି।
ପୋଲିସର କହିବା ହେଉଛି, ନୋକ୍‌ଜାଙ୍ଗ୍‌ ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌ ପକ୍ଷରୁ ମୋନ୍‌ ଜିଲାରେ ମେ’ ୮ରେ ଏକ ନୋଟିସ କରାଯାଇଥିଲା। ଆଦିବାସୀ ଅଧ୍ୟୁସିତ ନୋକ୍‌ଜାଙ୍ଗ୍‌ ଗ୍ରାମରେ ମେ’ ୧୫ ତାରିଖ ପୂର୍ବରୁ ନିଜ ନିଜ କୁକୁରଙ୍କୁ ଜଳାତଙ୍କ ଟିକା ଦେବା ପାଇଁ ଏଥିରେ କୁହାଯାଇଥିଲା। ଭାକ୍ସିନ ନ ଦେଲେ କୁକୁରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହାସତ୍ତ୍ୱେ ମାଲିକମାନେ ଭାକ୍ସିନ ନ ଦେବାରୁ କୁକୁରମାନେ ଛୋଟପିଲା ଓ ଅନ୍ୟ ଜୀବଜନ୍ତୁଙ୍କୁ କାମୁଡ଼ିବାରେ ଲାଗିଥିଲେ। ତେଣୁ ଛାତ୍ର ସଙ୍ଗଠନ କର୍ମକର୍ତ୍ତା ୮ କୁକୁରଙ୍କୁ ଗୁଳି କରିଥିବା ପୋଲିସ କହିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କେତେଜଣ କର୍ମକର୍ତ୍ତା ନିର୍ଦ୍ଦେଶ ମାନି ନ ଥିବା କୁକୁର ମାଲିକଙ୍କଠାରୁ ୫୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରିଛନ୍ତି। ମ୍ୟାନ୍‌ମାର, ଆସାମ ଓ ଅରୁଣାଚଳ ପ୍ରଦେଶ ସୀମା ସହ ସଂଲଗ୍ନ ନାଗାଲାଣ୍ଡ ମୋନ୍‌ ଜିଲାର ଜନସଂଖ୍ୟା ହେଉଛି ୨,୫୦,୨୬୦। ନାଗାଲାଣ୍ଡ ଓ ମିଜୋରାମର କେତେକ ସମ୍ପ୍ରଦାୟ ପାଇଁ କୁକୁର ମାଂସ ଏକ ସୁସ୍ବାଦୁ ବ୍ୟଞ୍ଜନ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟାକାରୀଙ୍କୁ କ୍ଷମାଦେଲେ ଖାଶୋଗୀଙ୍କ ପରିବାର

ରିୟାଧ,୨୩ା୫(ଆଇଏଏନ୍‌ଏସ୍‌): ସୌଦି ଖବରଦାତା ଜମାଲ ଖାଶୋଗୀଙ୍କ ହତ୍ୟାକାରୀମାନଙ୍କୁ ତାଙ୍କ ପରିବାର ପକ୍ଷରୁ କ୍ଷମା କରିଦିଆଯାଇଛି। ଖାଶୋଗୀଙ୍କ ପୁଅ ସଲାହଙ୍କ ଟୁଇଟର ଆକାଉଣ୍ଟରେ ଏହା ପୋଷ୍ଟ କରାଯାଇଛି।...

ରୁଷ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ମସ୍କୋ,୨୪।୧୨: ରୁଷର ଏସ୍‌-୫୭(ଟି-୫୦) ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଖବର ମିଳିଛି। ଏହା ଖାବରୋଭସକ କ୍ରାଇର ଡିଜୋମଗି ଏୟାରବେସ୍‌ର ପ୍ରାୟ ୧୨୦ କିଲୋମିଟର ଦୂରରେ...

ପ୍ରେମିକାଙ୍କୁ ସର୍‌ପ୍ରାଇଜ୍‌ ଦେବା ପାଇଁ ୨୪୦୦ କିମି ଯାତ୍ରା କରି ଆସିଥିଲେ ପ୍ରେମିକ: ଆଉ ତା’ପରେ ଯାହା ଦେଖିଲେ…

ଆଜିକାଲି ପ୍ରେମରେ ଧୋକା ଏକ ସାଧାରଣ ଘଟଣା ହୋଇଗଲାଣି। କେଉଁଠି ପ୍ରେମିକା ପ୍ରେମିକଙ୍କୁ ଧୋକା ଦେଲେଣି ତ ଆଉ କେଉଁଠି ପ୍ରେମିକ ପ୍ରେମିକାଙ୍କୁ ଛାଡି ଚାଲିଯିବା...

୨୬ ବର୍ଷ ବୟସ୍କା ମହିଳାଙ୍କର ୨ଟି ଗୁପ୍ତାଙ୍ଗ-୨ଟି ଗର୍ଭାଶୟ: ଥିଲେ ବିରଳ ରୋଗରେ ପୀଡ଼ିତ…

ଓ୍ବାଶିଂଟନ,୧୧।୪: ଆମେରିକାରେ ଜଣେ ୨୬ ବର୍ଷ ବୟସ୍କା ମହିଳା ବିରଳ ରୋଗରେ ପୀଡିତ ଥିବା ଜଣାପଡ଼ିଛି। ମହିଳା ଜଣକ ଗର୍ଭବତୀ ଥିଲେ। ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ...

ଭାରତ-ବ୍ରିଟେନ ମିଳିତ ସମରାଭ୍ୟାସ: ଅଜେୟ ଓ୍ବାରିଅର-୨୦୨୦

ଲଣ୍ଡନ,୧୮।୨: ଭାରତ ଏବଂ ବ୍ରିଟେନ ମଧ୍ୟରେ ୫ମ ଥର ପାଇଁ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ମିଳିତ ସମରାଭ୍ୟାସ ଅଜେୟ ଓ୍ବାରଅର-୨୦୨୦ ବ୍ରିଟେନର ସାଲିସବୁରୀ ସମତଳ...

ପରମାଣୁ ଶକ୍ତିସମ୍ପନ୍ନ ଦେଶ ଭିକ ମାଗିବା ଲଜ୍ଜାଜନକ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସ୍‌ଲାମାବାଦ୍‌,୧୫।୧: ପରମାଣୁ ଶକ୍ତିସମ୍ପନ୍ନ ଦେଶ ଦୁର୍ବଳ ଅର୍ଥନୀତି ପାଇଁ ଅନ୍ୟ ଦେଶକୁ ଭିକ ମାଗିବା ଲଜ୍ଜାଜନକ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି। ସେ...

ବସୁଧୈବ କୁଟୁମ୍ବକମ୍‌ ଲକ୍ଷ୍ୟ

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦ୍ୱାରା ସମ୍ପର୍କ ଦୃଢ଼ ହୁଏ। ଫଳରେ ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ବିକାଶର ମାର୍ଗ ପ୍ରଶସ୍ତ ହୋଇଥାଏ। ଏହା ପରିବାର-ପରିବାର, ସମାଜ-ସମାଜ, ରାଜ୍ୟ-ରାଜ୍ୟ...

ବର ସହ ଆସିଥିବା ଯୁବକକୁ ବିବାହ କରିବାକୁ ଜିଦି କଲେ କନ୍ୟା; ଏହାପରେ କ’ଣ ହେଲା ଜାଣନ୍ତୁ…

ବାହାଘର ଲାଗି ବରଯାତ୍ରୀ ସହ କନ୍ୟା ଘରେ ପହଞ୍ଚତ୍ ସାରିଥିଲେ ବର। ଆଉ କିଛି ସମୟ ପରେ ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ...

Advertisement
Archives

Model This Week