ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୮.୩୮ଲକ୍ଷ ଲୁଟ୍‌

ରାଉରକେଲା ଅଫିସ୍‌,୧୫।୩: ରାଉରକେଲା ସହରର ସେକ୍ଟର-୧୯ ଥାନା ନିକଟରୁ ଦିନଦ୍ୱିପ୍ରହରରେ ୨ଜଣ ଦୁର୍ବୃତ୍ତ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୮ଲକ୍ଷ ୩୮ହଜାର ୫୦୦ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସହରର ସେକ୍ଟର-୫ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଧନରାଜ ପେଟ୍ରୋଲ ପମ୍ପର ଜୁନିୟର ମ୍ୟାନେଜର ସୁଶାନ୍ତ କୁମାର ପରିଡା ବ୍ୟାଗ୍‌ରେ ଏହି ଟଙ୍କା ଧରି ସୋମବାର ଅପରାହ୍ନ ପ୍ରାୟ ଅଢେଇଟାରେ ସେକ୍ଟର ୧୯ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ। ଏହି ସମୟରେ ୨ଜଣ ଦୁର୍ବୃତ୍ତ ଏକ କଳାରଙ୍ଗର ପଲ୍‌ସର ବାଇକ୍‌ରେ ଆସି ସୁଶାନ୍ତ ଯାଉଥିବା ବାଇକ୍‌କୁ ଧକ୍କା ମାରିଥିଲେ। ସୁଶାନ୍ତ ପଡ଼ିଯିବାରୁ ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ବ୍ୟାଗ ଛଡାଇ ଫେରାର ହୋଇଯାଇଥିଲେ। ଏସମ୍ପର୍କରେ ସେକ୍ଟର ୧୯ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ଲୁଟ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଲୁଟେରାମାନଙ୍କୁ ଧରିବା ପାଇଁ ତନାଘନା ଉଦ୍ୟମ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼, ଛଡେଇ ନେଲେ ଭୋଟବାକ୍ସ

ଭଦ୍ରକ ଅଫିସ,୨୦।୨: ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ରବିବାର ଥିଲା ତୃତୀୟ ପର୍ଯ୍ୟାୟ ମତଦାନ। କୋହ୍ଲ ପଞ୍ଚାୟତର ୪ ନନମ୍ବର ବୁଥ୍‌ରେ ଉତ୍ତେଜନା ଦେଖାଦେଇଛି। ବାଲଟ...

ମଦ୍ୟପ ପ୍ରଧାନଶିକ୍ଷକ ପିଲାଙ୍କୁ ଡରାଇବା ଘଟଣା : ବଦଳିଲେ ୩ ଶିକ୍ଷକ

ବାଲିଗୁଡ଼ା,୪।୮(ଡି.ଏନ୍‌.ଏ.): ଜଣେ କାର୍ଯ୍ୟରତ ପ୍ରଧାନଶିକ୍ଷକ ବିଦ୍ୟାଳୟକୁ ମଦ୍ୟପାନ କରି ଆସି ପାଠ ପଢ଼ିବାକୁ ଆସିଥିବା ଛାତ୍ରୀଛାତ୍ରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାରୁ ପିଲାମାନେ ମଧ୍ୟାହ୍ନଭୋଜନ ସମୟରେ...

ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଜବତ: ବଳାତ୍କାର ପରେ ହତ୍ୟା ସନ୍ଦେହ

ବରଗଡ଼ ଅଫିସ,୪।୧: ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳର ଏକ ଜଙ୍ଗଲରୁ ସୋମବାର ଜଣେ ନାବାଳିକା(୯)ଙ୍କ ମୃତଦେହ ଜବତ କରାଯାଇଛି। ମୃତ ନାବାଳିକାଙ୍କ ଶରୀରର ମୁଣ୍ଡ,...

ବେକରେ ଛୁରି ଭୁସିଲେ କରୋନା ଆକ୍ରାନ୍ତ

କଟକ ଅଫିସ,୫।୬: କଟକ ଜିଲା ଟାଙ୍ଗୀଠାରେ ଥିବା ଏକ କୋଭିଡ୍‌ କେୟାର ସେଣ୍ଟର(ସିସିସି)ରେ ଜଣେ କରୋନା ଆକ୍ରାନ୍ତ ବେକରେ ଛୁରି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।...

ଆହାର ନ ପାଇ ଫେରୁଛନ୍ତି ଲୋକେ

ଫୁଲବାଣୀ ଅଫିସ, ୨୫ା୨-ସହରର ଗରିବ, ଦିନ ମଜୁରିଆଙ୍କୁ ୫ ଟଙ୍କାରେ ଭାତ, ଡାଲମା ଯୋଗାଇ ଦେବା ପାଇଁ ସରକାର ଆରମ୍ଭ କରିଛନ୍ତି ଆହାର ଯୋଜନା। କନ୍ଧମାଳ...

ସିର୍ଜାପାଲି ସମିତି ସଭ୍ୟ ଉପନିର୍ବାଚନ: ଚୌଧୁରୀ ଭୁଏ ବିଜୟୀ

କେସିଙ୍ଗା,୨୮।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସିର୍ଜାପାଲି ପଞ୍ଚାୟତରେ ହୋଇଥିବା ସମିତି ସଭ୍ୟ ନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ଆଜି ସକାଳେ ଭୋଟ ଗଣତି...

ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା; ଖୁବ୍‌ଶୀଘ୍ର ପର୍ଦ୍ଦାଫାଶ କରିବ ପୋଲିସ

ଅନୁଗୋଳ ଅଫିସ, ୧୧।୧୧:  ଅନୁଗୋଳ ବ୍ଲକ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ତ୍ରିପୁରା ନାଏକ(୧୯)ଙ୍କ ମୃତଦେହ ସାକସିଙ୍ଗା ରାସ୍ତା ପାର୍ଶ୍ୱରୁ ଶୁକ୍ରବାର ଅନୁଗୋଳ ପୋଲିସ ଉଦ୍ଧାର କରିବା...

ଲାଗିଛି ନିମ୍ନମାନର ଡଷ୍ଟବିନ୍‌ ଷ୍ଟାଣ୍ଡ

କାଶୀନଗର,୨୪ା୨(ଡି.ଏନ୍‌.ଏ.) ଗଜପତି ଜିଲା କାଶୀନଗର ଏନ୍‌ଏସିରେ ସଫେଇ କାର୍ଯ୍ୟ ବନ୍ଦ ରହିଥିବା ଯୋଗୁ ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଦେଖିବାକୁ ମିଳୁଛି। ଏଥିପାଇଁ ଅଞ୍ଚଳରେ ଘୁଷୁରିଙ୍କ...

Advertisement
Archives

Model This Week