Posted inଜାତୀୟ

ଲୋକଙ୍କ ମଧ୍ୟରେ ଘୃଣା ସୃଷ୍ଟି କରୁଥିବା ୭୮୧୯ ଓ୍ବେବସାଇଟ୍‌ ବନ୍ଦ

ନୂଆଦିଲ୍ଲୀ, ୧୭।୯: ଦେଶରେ ଲୋକଙ୍କ ମଧ୍ୟରେ ଘୃଣା ସୃଷ୍ଟି କରୁଥିବା ଏବଂ ମିଥ୍ୟ ଖବର ପ୍ରସାରିତ କରୁଥିବା ୭୮୧୯ ଓ୍ବେବସାଇଟ୍‌ ପେଜ୍‌ ତଥା ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି। ଏହାଦ୍ୱାରା ହିଂସାକାଣ୍ଡ ଘଟୁଥିବାରୁ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦୧୭ରୁ ୨୦୧୯ ଗତ ମଧ୍ୟରେ ୩ ବର୍ଷ ଏଭଳି କରାଯାଇଛି। ଏନେଇ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଶାମ୍‌ରୋ ଧୋତ୍ରେ ଲୋକ ସଭାରେ ସୂଚନା ଦେଇଛନ୍ତି। ସୋସିଆଲ୍‌ ମିଡ଼ିଆରେ ଏସବୁ ଓ୍ବେବସାଇଟ୍‌ ଗୁଡ଼ିକ ଦ୍ୱାରା ବିଭ୍ରାନ୍ତିକର ଖବର ପ୍ରଚାର କରାଯାଉଥିବା ସେ କହିଛନ୍ତି। ଗତ ୩ ବର୍ଷ ମଧ୍ୟରେ ଓ୍ବେବସାଇଟ୍‌ ଗୁଡ଼ିକ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଇଟି ଅଧିନିୟମ-୨୦୨୦ର ଧାରା ୬୯-(କ) ଅନ୍ତର୍ଗତ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି। ୨୦୧୭ରେ ୧୩୮୫ ଓ୍ବେବସାଇଟ୍‌ ବନ୍ଦ ହୋଇଥିବା ବେଳେ ୨୦୧୮ରେ ୨୭୯୯ ଏବଂ ୨୦୧୯ରେ ୩୬୩୫ ଓ୍ବେବସାଇଟ୍‌ ପେଜ୍‌ ତଥା ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି ବୋଲି ଧୋତ୍ରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରନ୍ତି ଅଭିନନ୍ଦନ

ନୂଆଦିଲ୍ଲୀ,୨୦।୪: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ...

୧୦ ମାସରେ ଏନ୍‌କାଉଣ୍ଟରରେ ୧୨୮ ମାଓବାଦୀଙ୍କ ମୃତ୍ୟୁ ଘଟିଛି: ଦଣ୍ଡକାରଣ୍ୟରେ ସର୍ବାଧିକ

ରାୟପୁର,୧।୧୨: ଗତ ୧୦ ମାସରେ ଦେଶର ବିଭିନ୍ନ ମାଓବାଦୀ ପ୍ରବଣ ଅଞ୍ଚଳରେ ଜାରି ରହିଥିବା ଏନ୍‌କାଉଣ୍ଟରରେ ୧୨୮ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ସର୍ବାଧିକ ୬୦...

ଗଲଓ୍ବାନ ସଂଘର୍ଷ: ଜୟଶଙ୍କର ଓ୍ବାଙ୍ଗ ୟିଙ୍କ ସହିତ ଫୋନ୍‌ରେ କଲେ ଆଲୋଚନା

ନୂଆଦିଲ୍ଲୀ, ୧୭।୬: ଲଦାଖର ଗଲଓ୍ବାନ ଘାଟିରେ ସୋମବାର ରାତିରେ ଘଟିଥିବା ସଂଘର୍ଷ ପରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଚାଇନା ପ୍ରତିପକ୍ଷ ଓ୍ବାଙ୍ଗ ୟିଙ୍କ...

ଲକ୍‌ଡାଉନ୍‌ ଲାଗୁ କରିବା ଅଧିକାର ରାଜ୍ୟ ସରକାରଙ୍କର: ଶାହା

ନୂଆଦିଲ୍ଲୀ,୧୯।୪: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। କରୋନାର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟକ ଛୋଟ ପିଲା ଏବଂ ଯୁବବର୍ଗ ଆକ୍ରାନ୍ତ ହେବା ଯୋଗୁ...

ଚାଷୀଙ୍କୁ ମେଘାଳୟ ରାଜ୍ୟପାଳଙ୍କ ସମର୍ଥନ

ନୂଆଦିଲ୍ଲୀ,୧୬।୩: କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀଙ୍କୁ ମେଘାଳୟ ରାଜ୍ୟପାଳ ସତ୍ୟପାଲ୍‌ ମଲିକ ସମର୍ଥନ କରିଛନ୍ତି। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା...

 ମୁଁ ଚେତାବନୀ ଦେଇଥିଲି, ମାତ୍ର ସେ ମଜା ଉଡ଼ାଇଥିଲେ: ରାହୁଲ

ନୂଆଦିଲ୍ଲୀ,୨।୫: ଦେଶରେ କରୋନା ସଂକ୍ରମଣ ବଢୁଥିବା ନେଇ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଚେତାବନୀ ଦେଇଥିଲେ। ମାତ୍ର ସେ ଏହାର ମଜା ଉଡ଼ାଇଥିଲେ...

୧୮ ବର୍ଷ ମଧ୍ୟରେ ୨ଶହରୁ ଅଧିକ ଅଚିହ୍ନା ମୃତଦେହ ସଂସ୍କାର କଲେଣି ନବୀନ

ପାଟନା,୮।୮: ଅଚିହ୍ନା ମୃତଦେହର ସଂଗ୍ରହ କରି ସେଗୁଡ଼ିକର ଅନ୍ତିମ ସଂସ୍କାର କରିବା ହେଉଛି ବିହାର ପାଟନାର ଜଣେ ବ୍ୟକ୍ତିଙ୍କ ନିଶା। ସେ ହେଉଛନ୍ତି ନବୀନ ଶ୍ରୀବାସ୍ତବ।...

ଇରାନରୁ ୨୩୩ ଭାରତୀୟଙ୍କୁ ନେଇ ଗୁଜରାଟ ପହଞ୍ଚିଲା ଆଇଏନ୍‌ଏସ୍‌ ଶାର୍ଦ୍ଦୁଳ

ପୋରବନ୍ଦର,୧୧।୬: ଭାରତୀୟ ନୌସେନା ଜାହାଜ ଶାର୍ଦ୍ଦୁଳ ୨୩୩ ଭାରତୀୟଙ୍କୁ ଇରାନର ବନ୍ଦର ଆବାସରୁ ଆଣି ଗୁରୁବାର ଗୁଜରାଟର ପୋରବନ୍ଦରରେ ପହଞ୍ଚିଛି। ବନ୍ଦେ ଭାରତ ମିଶନର ‘ଅପରେଶନ...

Advertisement


Archives

Model This Week

Why Dharitri