Posted inଜାତୀୟ

ଏଲ୍‌ଏସିରେ କରୋନା ସହିତ ବି ଲଢୁଛନ୍ତି ଭାରତୀୟ ଯବାନ

ଲେହ, ୧୭।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତୀୟ ଯବାନ ଏଠାରେ ଚାଇନା ସହିତ ମୁହାଁମୁହିଁ ହୋଇଛନ୍ତି। ସେହିପରି ଭାରତୀୟ ସେନା ଏବେ କରୋନା ସହିତ ମଧ୍ୟ ଲଢ଼େଇ ଜାରି ରଖିଛି। ସୀମାରେ ଦେଶ ସୁରକ୍ଷା ଦାୟିତ୍ୱ ସହିତ କରୋନା ସଂକ୍ରମଣରୁ ଦୂରେଇ ରହିବା ଭାରତୀୟ ଯବାନଙ୍କ ଲାଗି ଉଦ୍ୟମ କରୁଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ପୂର୍ବ ଲଦାଖ ଅଞ୍ଚଳରେ ଯବାନ ପହଞ୍ଚିବାରେ ଲାଗିଛନ୍ତି। ବାୟୁସେନାର ସି-୧୭ ଗ୍ଲୋବ୍‌ମାଷ୍ଟର ଏବଂ ଆଇଏଲ୍‌-୭୬ ପରିବହନକାରୀ ବିମାନ ଦ୍ୱାରା ଯବାନଙ୍କୁ ଲଦାଖରେ ପହଞ୍ଚାଯାଉଛି। କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ଇତିମଧ୍ୟରେ ସ୍ଥଳସେନାର ୧୬ ହଜାର ୭୫୮ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୩୨ରେ ପହଞ୍ଚିଛି। ବାୟୁସେନାର ୧୩୫୬ ଏୟାରମ୍ୟାନ୍‌ଙ୍କୁ କରୋନା ସଂକ୍ରମଣ ହୋଇଛି। ଇତିମଧ୍ୟରେ ୩ ଜଣ ଏୟାରମ୍ୟାନ୍‌ଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଛି। ଅପରପକ୍ଷରେ ନୌସେନାର ୧୭୧୬ ଯବାନ କରୋନା ଆକ୍ରାନ୍ତ ହୋଇଛନ୍ତି। ନୌସେନାରେ କରୋନା ସଂକ୍ରମଣ ଯୋଗୁ କାହାର ମୃତ୍ୟୁ ଘଟି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ…

ଶ୍ରୀମନ୍ଦିର ପରିସରରେ ଦୁଇ ଭକ୍ତ ଗୋଷ୍ଠୀ ମଧ୍ୟରେ ହାତାହାତି

ପୁରୀ,୨୫ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିସରରେ ବୁଧବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦର୍ଶନକୁ ନେଇ ଦୁଇ ଗୋଷ୍ଠୀ ଭକ୍ତଙ୍କ ମଧ୍ୟରେ ହାତାହାତି…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ପୁଣି ମହଙ୍ଗା ହେଲା ଚିନି ଦର, ଜାଣନ୍ତୁ ଏବେ କେତେ ରେଟ୍‌

ନୂଆଦିଲ୍ଲୀ, ୨୬।୮: ପର୍ବପର୍ବାଣୀ ଯେତିକି ପାଖେଇ ଆସୁଛି, ଚିନି ଦର ସେତିକି କମିବା ବଦଳରେ ବଢ଼ିବାରେ ଲାଗିଛି। ଚିନି ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଚିନ୍ତା…

TMCରେ ବଡ଼ ହଲଚଲ: ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଡୁଆ ବଢ଼ିଲା! ୭ ଦିନରେ…

କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ…

ପିଏମ୍‌ ସୂର୍ଯ୍ୟଘର ଯୋଜନା: ସବ୍‌ସିଡି ଅର୍ଥ ବ୍ୟାଙ୍କ ଖାତାକୁ ଆସିବା ପାଇଁ ମନ୍ତ୍ରୀଙ୍କୁ ଗୁହାରି

କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍‌…

ସରକାରକୁ ପୁଣି ଅଲ୍ଟିମେଟମ୍‌ ଦେଲା CJP: ୩ ଦାବି ପୂରଣ ନ ହେଲେ…ସରକାରଙ୍କଠାରେ ପଶିଲା ଛନ୍‌କା

ନୂଆଦିଲ୍ଲୀ,୨୬।୮: କକ୍ରୋଚ ଜନତା ପାର୍ଟି (CJP) ପୁଣି ଥରେ ଦିଲ୍ଲୀରେ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ…

ଜମିପଟ୍ଟା ପାଇଁ ତହସିଲ ଅଫିସ ଦୌଡୁଥିଲେ ମାଲିକ, ବିଧାୟକ ପହଞ୍ଚି ସମସ୍ତଙ୍କୁ…

ମହାକାଳପଡ଼ା,୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରାଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମଙ୍ଗଳବାର ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ କୂଳନାଞ୍ଜୁରା, ବିଲ ନାଞ୍ଜୁରା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୫୦,୦୦୦ ଝିଅଙ୍କୁ ମିଳିବ ସ୍କୁଟି

ଲକ୍ଷ୍ନୌ,୨୬।୮: ଲକ୍ଷ୍ନୌରେ ‘ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନା’ର ଶୁଭାରମ୍ଭ ଏବଂ ସ୍ବତନ୍ତ୍ର ବସ ପାଇଁ ପତାକା ପ୍ରଦର୍ଶନ ଅବସରରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri