Posted inଫୁରସତ

ବିଶ୍ୱର ସବୁଠାରୁ ଭୟଙ୍କର ଲ୍ୟାବ

କରୋନା ବା କୋଭିଡ-୧୯ ଭାଇରସକୁ ନେଇ ଚାଇନର ଏକ ଲ୍ୟାବ କନ୍ସିରେସି ଥିଓରିକୁ ନେଇ ଚର୍ଚ୍ଚାରେ ରହିଛି । ଉହାନ ସ୍ଥିତ ଏହି ଲ୍ୟାବକୁ ନେଇ କିଛି ଦେଶ ସନ୍ଦେହ ପ୍ରକାଶ କରିଛନ୍ତି କି ଏହି ଲ୍ୟାବରେ କରୋନା ଭାଇରସ ଉପରେ କାମ ହେଉଛି । ଯାହାକୁ ଖାମଖିଆଲି ଭାବେ ଅବା ଜାଣିଶୁଣି ଲିକ୍‌କରି ଦିଆଯାଇଛି । ହେଲେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିପାରି ନାହିଁ । କିନ୍ତୁ ବିଶ୍ୱରେ ଏମିତି ଏକ ଲ୍ୟାବ ବିଷୟରେ ଆଲୋଚନା କରାଯାଏ ଯାହା ଚାଇନାର ଉହାନ ଲ୍ୟାବଠାରୁ ବି ଭୟଙ୍କର । ୧୯୩୦-୧୯୪୫ ମଧ୍ୟରେ ରୟାଲ ଜାପାନିଜ ଫୋର୍ସର ସେନା ପିଙ୍ଗ୍‌ଫାଙ୍ଗରେ ଏକ ଲ୍ୟାବରୋଟୋରୀ ତିଆରି କରିଥିଲେ । ଏହି ଲ୍ୟାବର ନାମ ‘ୟୁନିଟ-୭୩୧’ ରଖାଯାଇଥିଲା । ଅବଶ୍ୟ ଚାଇନାର ଏହାସହ କୌଣସି ସମ୍ପର୍କ ନ ଥିଲା, ହେଲେ ଲ୍ୟାବରେ କରାଯାଉଥିବା ପରୀକ୍ଷା ଚାଇନାର ଲୋକଙ୍କ ଉପରେ କରାଯାଉଥିଲା । ଜାପାନ ସରକାରଙ୍କ ଆର୍କାଇଭ ଡିପାର୍ଟମେଣ୍ଟରେ ଥିବା ତଥ୍ୟରେ ‘ୟୁନିଟ-୭୩୧’ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି । ଏହାସହ କିଛି ତଥ୍ୟକୁ ନଷ୍ଟ କରି ଦିଆଯାଇଥିବା ମଧ୍ୟ କୁହାଯାଏ । କୁହାଯାଏ ‘ୟୁନିଟ-୭୩୧’ ଲାବରୋଟୋରୀରେ କିଛି ଭୟଙ୍କର ପରୀକ୍ଷଣ କରାଯାଇଛି ଯାହା ଜଣେ ସବଳ ବ୍ୟକ୍ତିଙ୍କୁ ବି ଡରାଇ ଦେଇପାରେ । ଜୀବିତ ଲୋକଙ୍କୁ କଷ୍ଟ ବା ଯାତନା ଦେବା ଲାଗି ଏହି ଲ୍ୟାବରେ ଫୋଷ୍ଟବାଇଟ୍ ଟେଷ୍ଟିଂ Frostbite testing  କରାଯାଉଥିବା କୁହାଯାଏ । ୟୋଶିମୁରା ହିସାତୋ ନାମକ ଜଣେ ବୈଜ୍ଞାନିକ ଏଭଳି ପରୀକ୍ଷଣରୁ ବହୁ ମଜା ଉଠାଉଥିବା କୁହାଯାଏ । ଏହି ପରୀକ୍ଷଣ ମାଧ୍ୟମରେ ଜମା ହୋଇଥିବା ତାପମାତ୍ରା ଶରୀର ଉପରେ କି ପ୍ରଭାବ ପକାଉଛି ତାହାକୁ ହିତାସୋ ପରିଲକ୍ଷିତ କରୁଥିଲେ । ଏହାର ଯାଞ୍ଚ ପାଇଁ ଜଣେ ବ୍ୟକ୍ତିଙ୍କ ହାତଗୋଡ ବାନ୍ଧି ଥଣ୍ଡା ପାଣିରେ ବୁଡାଇ ଦିଆଯାଉଥିଲା । ଯେତେବେଳେ ଜଣେ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଶରୀର ଥଣ୍ଡା ପଡି ଯାଉଥିଲା ସେତେବେଳେ ପୁଣିଥରେ ତାଙ୍କୁ ଗରମ ପାଣିରେ ବୁଡାଇ ଦିଆଯାଉଥିବା କୁହାଯାଏ । ଏମିତି ଭାବେ କିଛି ପ୍ରକ୍ରିୟା ଏହି ଲ୍ୟାବରେ କରାଯାଉଥିଲା । ତେବେ ଏଠାରେ ଜୀବନ୍ତ ମଣିଷ ଦେହରେ ପ୍ରାଣଘାତୀ ଭାଇରସ ଛଡାଯାଉଥିଲା ବୋଲି କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?