Posted inଫୁରସତ

ବିଶ୍ୱର ସବୁଠାରୁ ଭୟଙ୍କର ଲ୍ୟାବ

କରୋନା ବା କୋଭିଡ-୧୯ ଭାଇରସକୁ ନେଇ ଚାଇନର ଏକ ଲ୍ୟାବ କନ୍ସିରେସି ଥିଓରିକୁ ନେଇ ଚର୍ଚ୍ଚାରେ ରହିଛି । ଉହାନ ସ୍ଥିତ ଏହି ଲ୍ୟାବକୁ ନେଇ କିଛି ଦେଶ ସନ୍ଦେହ ପ୍ରକାଶ କରିଛନ୍ତି କି ଏହି ଲ୍ୟାବରେ କରୋନା ଭାଇରସ ଉପରେ କାମ ହେଉଛି । ଯାହାକୁ ଖାମଖିଆଲି ଭାବେ ଅବା ଜାଣିଶୁଣି ଲିକ୍‌କରି ଦିଆଯାଇଛି । ହେଲେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିପାରି ନାହିଁ । କିନ୍ତୁ ବିଶ୍ୱରେ ଏମିତି ଏକ ଲ୍ୟାବ ବିଷୟରେ ଆଲୋଚନା କରାଯାଏ ଯାହା ଚାଇନାର ଉହାନ ଲ୍ୟାବଠାରୁ ବି ଭୟଙ୍କର । ୧୯୩୦-୧୯୪୫ ମଧ୍ୟରେ ରୟାଲ ଜାପାନିଜ ଫୋର୍ସର ସେନା ପିଙ୍ଗ୍‌ଫାଙ୍ଗରେ ଏକ ଲ୍ୟାବରୋଟୋରୀ ତିଆରି କରିଥିଲେ । ଏହି ଲ୍ୟାବର ନାମ ‘ୟୁନିଟ-୭୩୧’ ରଖାଯାଇଥିଲା । ଅବଶ୍ୟ ଚାଇନାର ଏହାସହ କୌଣସି ସମ୍ପର୍କ ନ ଥିଲା, ହେଲେ ଲ୍ୟାବରେ କରାଯାଉଥିବା ପରୀକ୍ଷା ଚାଇନାର ଲୋକଙ୍କ ଉପରେ କରାଯାଉଥିଲା । ଜାପାନ ସରକାରଙ୍କ ଆର୍କାଇଭ ଡିପାର୍ଟମେଣ୍ଟରେ ଥିବା ତଥ୍ୟରେ ‘ୟୁନିଟ-୭୩୧’ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି । ଏହାସହ କିଛି ତଥ୍ୟକୁ ନଷ୍ଟ କରି ଦିଆଯାଇଥିବା ମଧ୍ୟ କୁହାଯାଏ । କୁହାଯାଏ ‘ୟୁନିଟ-୭୩୧’ ଲାବରୋଟୋରୀରେ କିଛି ଭୟଙ୍କର ପରୀକ୍ଷଣ କରାଯାଇଛି ଯାହା ଜଣେ ସବଳ ବ୍ୟକ୍ତିଙ୍କୁ ବି ଡରାଇ ଦେଇପାରେ । ଜୀବିତ ଲୋକଙ୍କୁ କଷ୍ଟ ବା ଯାତନା ଦେବା ଲାଗି ଏହି ଲ୍ୟାବରେ ଫୋଷ୍ଟବାଇଟ୍ ଟେଷ୍ଟିଂ Frostbite testing  କରାଯାଉଥିବା କୁହାଯାଏ । ୟୋଶିମୁରା ହିସାତୋ ନାମକ ଜଣେ ବୈଜ୍ଞାନିକ ଏଭଳି ପରୀକ୍ଷଣରୁ ବହୁ ମଜା ଉଠାଉଥିବା କୁହାଯାଏ । ଏହି ପରୀକ୍ଷଣ ମାଧ୍ୟମରେ ଜମା ହୋଇଥିବା ତାପମାତ୍ରା ଶରୀର ଉପରେ କି ପ୍ରଭାବ ପକାଉଛି ତାହାକୁ ହିତାସୋ ପରିଲକ୍ଷିତ କରୁଥିଲେ । ଏହାର ଯାଞ୍ଚ ପାଇଁ ଜଣେ ବ୍ୟକ୍ତିଙ୍କ ହାତଗୋଡ ବାନ୍ଧି ଥଣ୍ଡା ପାଣିରେ ବୁଡାଇ ଦିଆଯାଉଥିଲା । ଯେତେବେଳେ ଜଣେ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଶରୀର ଥଣ୍ଡା ପଡି ଯାଉଥିଲା ସେତେବେଳେ ପୁଣିଥରେ ତାଙ୍କୁ ଗରମ ପାଣିରେ ବୁଡାଇ ଦିଆଯାଉଥିବା କୁହାଯାଏ । ଏମିତି ଭାବେ କିଛି ପ୍ରକ୍ରିୟା ଏହି ଲ୍ୟାବରେ କରାଯାଉଥିଲା । ତେବେ ଏଠାରେ ଜୀବନ୍ତ ମଣିଷ ଦେହରେ ପ୍ରାଣଘାତୀ ଭାଇରସ ଛଡାଯାଉଥିଲା ବୋଲି କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri