Posted inଫୁରସତ

ରାତାରାତି ୨୪,୦୦୦ କରୋଡର ମାଲିକାଣୀ ହେଲେ ମହିଳା, ସେଦିନର ଘଟଣା ଜାଣି ଉଡିଯିବ ହୋସ୍‌

କୁହାଯାଏ ଭଗବାନ ଯେତେବେଳେ ଦିଅନ୍ତି, ଛପର ଫାଡିକି ଦିଅନ୍ତି। କେତେକ ଲୋକଙ୍କ ଠାରେ ଏହା ସତ୍ୟ ପ୍ରମାଣିତ ହୋଇଥାଏ। ସେମାନଙ୍କ ମଧ୍ୟରୁ ଚାଇନାର ଜଣେ ମହିଳା ଅନ୍ୟତମ। ଯାହାଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି। ଫଳରେ ସେ କୋଟି କୋଟି ଟଙ୍କାର ମାଲିକାଣି ହୋଇଥିଲେ। ଚଳିତ ବର୍ଷ ମେ’ ମାସରେ, ୟୁଆନ ଲିପିଙ୍ଗ ନାମକ ଏହି ମହିଳା ଧନୀ ହୋଇଥିଲେ ହୋଇଯାଇଥିଲେ, ଯାହାଙ୍କ ନାମ ମଧ୍ୟ ଦୁନିଆର ସବୁଠାରୁ ଧନୀ ମହିଳା ତାଲିକାରେ ସ୍ଥାନ ପାଇଥିଲା। ଏପରି ପରିସ୍ଥିତିରେ, ଆପଣଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ ଉଠଥିବ ଯେ ୟୁଆନଙ୍କ ସହ ଏମିତି କ’ଣ ହେଲା ଯେ, ସେ ରାତାରାତି ଧନୀ ହୋଇଗଲେ।

ବାସ୍ତବରେ, ଏକ ଚାଇନାର ଟୀକା ତିଆରିକାରୀ କମ୍ପାନୀ, ଶେନଜେନ କାଙ୍ଗଟାଇ ବାୟୋଲୋଜିକାଲ ପ୍ରଡକ୍ଟସ କମ୍ପାନୀର ଅଧ୍ୟକ୍ଷ ଡୁ ୱିମିନ (୫୬) ଏବଂ ତାଙ୍କର ପୂର୍ବତନ ପତ୍ନୀ ହେଉଛନ୍ତି ୟୁଆନ ଲିପିଙ୍ଗ (୪୯)। ମେ ମାସରେ ଉଭୟଙ୍କ ପାରସ୍ପରିକ ସମ୍ମତିରେ ଛାଡପତ୍ର ହୋଇଥିଲା । ଏହା ଦୁନିଆର ସବୁଠାରୁ ମହଙ୍ଗା ଛାଡପତ୍ର ମଧ୍ୟରୁ ଅନ୍ୟତମ।

ଛାଡପତ୍ର ପୂର୍ବରୁ ଡୁ ୱିମିନଙ୍କ ସମ୍ପତ୍ତି ୬.୩ ବିଲିୟନ ଡଲାର୍‌ ବା ପ୍ରାୟ ୪୭,୨୫୦ କୋଟି ଟଙ୍କା ଥିଲା, କିନ୍ତୁ ଛାଡପତ୍ର ପରେ କ୍ଷତିପୂରଣ ହିସାବରେ କମ୍ପାନୀର ୧୬୧.୩ କୋଟି ଅଂଶ ତାଙ୍କ ପତ୍ନୀ ୟୁଆନ ଲିପିଙ୍ଗଙ୍କୁ ଦେବାକୁ ପଡୁଥିଲା। ଗଲ୍ଫ ନ୍ୟୁଜ ରିପୋର୍ଟ ଅନୁଯାୟୀ, ସେହି ଶେୟାରଗୁଡିକର ମୂଲ୍ୟ ୩.୨ ବିଲିୟନ ଡଲାର୍‌ ଥିଲା ଯାହା ସେହି ସମୟରେ ପ୍ରାୟ ୨୪,୦୦୦ କୋଟି ଟଙ୍କା।

ଛାଡପତ୍ର ପରେ ଡୁ ୱିମିନଙ୍କ ମୋଟ ସମ୍ପତ୍ତି ପ୍ରାୟ ୩.୧ ବିଲିୟ ନଡଲାର୍‌ କିମ୍ବା ୨୩,୨୫୦ କୋଟି ଟଙ୍କାକୁ ହ୍ରାସ ପାଇଛି। ଏଥିରେ ବନ୍ଧକ ଶେୟାରର ମୂଲ୍ୟ ଅନ୍ତର୍ଭୂକ୍ତ କରାଯାଇ ନାହିଁ ।

ଡୁ ୱିମିନଙ୍କ ୧୯୬୩ ମସିହାରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିଲାଦିନ ଅତି ସାଧାରଣ ଥିଲା। ସେ ୧୯୮୪ ରେ ଏକ ସ୍ଥାନୀୟ ସ୍ବାସ୍ଥ୍ୟ ବିଦ୍ୟାଳୟରେ ଅଧ୍ୟୟନ ଆରମ୍ଭ କରିଥିଲେ ଏବଂ ୧୯୮୭ ରେ ଜିଆଙ୍ଗସି ପ୍ରାଦେଶିକ ସ୍ବାସ୍ଥ୍ୟ ଏବଂ ମହାମାରୀ ନିରାକରଣ ଷ୍ଟେଶନରେ ଇନ୍ସପେକ୍ଟର ଭାବରେ ତାଙ୍କର ପ୍ରଥମ ଚାକିରି ପାଇଲେ। ୧୯୯୦ ଦଶକରେ ସେ ଏକ ଟିକା କମ୍ପାନୀରେ ବିକ୍ରେତା ହେବା ପାଇଁ ଇନ୍ସପେକ୍ଟର ଚାକିରି ଛାଡି ତାଙ୍କ ଭାଗ୍ୟ ବଦଳିଗଲା ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ତାଙ୍କୁ ୧୯୯୫ ରେ କମ୍ପାନୀର ବିକ୍ରୟ ପରିଚାଳକ କରିଥିଲ। ଏହା ପରେ ସେ ୨୦୦୯ ରେ କମ୍ପାନୀ ହାସଲ କରିଥିଲେ ଏବଂ ଏହାର ଚେୟାରମ୍ୟାନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri