Posted inଫୁରସତ

ରାତାରାତି ୨୪,୦୦୦ କରୋଡର ମାଲିକାଣୀ ହେଲେ ମହିଳା, ସେଦିନର ଘଟଣା ଜାଣି ଉଡିଯିବ ହୋସ୍‌

କୁହାଯାଏ ଭଗବାନ ଯେତେବେଳେ ଦିଅନ୍ତି, ଛପର ଫାଡିକି ଦିଅନ୍ତି। କେତେକ ଲୋକଙ୍କ ଠାରେ ଏହା ସତ୍ୟ ପ୍ରମାଣିତ ହୋଇଥାଏ। ସେମାନଙ୍କ ମଧ୍ୟରୁ ଚାଇନାର ଜଣେ ମହିଳା ଅନ୍ୟତମ। ଯାହାଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି। ଫଳରେ ସେ କୋଟି କୋଟି ଟଙ୍କାର ମାଲିକାଣି ହୋଇଥିଲେ। ଚଳିତ ବର୍ଷ ମେ’ ମାସରେ, ୟୁଆନ ଲିପିଙ୍ଗ ନାମକ ଏହି ମହିଳା ଧନୀ ହୋଇଥିଲେ ହୋଇଯାଇଥିଲେ, ଯାହାଙ୍କ ନାମ ମଧ୍ୟ ଦୁନିଆର ସବୁଠାରୁ ଧନୀ ମହିଳା ତାଲିକାରେ ସ୍ଥାନ ପାଇଥିଲା। ଏପରି ପରିସ୍ଥିତିରେ, ଆପଣଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ ଉଠଥିବ ଯେ ୟୁଆନଙ୍କ ସହ ଏମିତି କ’ଣ ହେଲା ଯେ, ସେ ରାତାରାତି ଧନୀ ହୋଇଗଲେ।

ବାସ୍ତବରେ, ଏକ ଚାଇନାର ଟୀକା ତିଆରିକାରୀ କମ୍ପାନୀ, ଶେନଜେନ କାଙ୍ଗଟାଇ ବାୟୋଲୋଜିକାଲ ପ୍ରଡକ୍ଟସ କମ୍ପାନୀର ଅଧ୍ୟକ୍ଷ ଡୁ ୱିମିନ (୫୬) ଏବଂ ତାଙ୍କର ପୂର୍ବତନ ପତ୍ନୀ ହେଉଛନ୍ତି ୟୁଆନ ଲିପିଙ୍ଗ (୪୯)। ମେ ମାସରେ ଉଭୟଙ୍କ ପାରସ୍ପରିକ ସମ୍ମତିରେ ଛାଡପତ୍ର ହୋଇଥିଲା । ଏହା ଦୁନିଆର ସବୁଠାରୁ ମହଙ୍ଗା ଛାଡପତ୍ର ମଧ୍ୟରୁ ଅନ୍ୟତମ।

ଛାଡପତ୍ର ପୂର୍ବରୁ ଡୁ ୱିମିନଙ୍କ ସମ୍ପତ୍ତି ୬.୩ ବିଲିୟନ ଡଲାର୍‌ ବା ପ୍ରାୟ ୪୭,୨୫୦ କୋଟି ଟଙ୍କା ଥିଲା, କିନ୍ତୁ ଛାଡପତ୍ର ପରେ କ୍ଷତିପୂରଣ ହିସାବରେ କମ୍ପାନୀର ୧୬୧.୩ କୋଟି ଅଂଶ ତାଙ୍କ ପତ୍ନୀ ୟୁଆନ ଲିପିଙ୍ଗଙ୍କୁ ଦେବାକୁ ପଡୁଥିଲା। ଗଲ୍ଫ ନ୍ୟୁଜ ରିପୋର୍ଟ ଅନୁଯାୟୀ, ସେହି ଶେୟାରଗୁଡିକର ମୂଲ୍ୟ ୩.୨ ବିଲିୟନ ଡଲାର୍‌ ଥିଲା ଯାହା ସେହି ସମୟରେ ପ୍ରାୟ ୨୪,୦୦୦ କୋଟି ଟଙ୍କା।

ଛାଡପତ୍ର ପରେ ଡୁ ୱିମିନଙ୍କ ମୋଟ ସମ୍ପତ୍ତି ପ୍ରାୟ ୩.୧ ବିଲିୟ ନଡଲାର୍‌ କିମ୍ବା ୨୩,୨୫୦ କୋଟି ଟଙ୍କାକୁ ହ୍ରାସ ପାଇଛି। ଏଥିରେ ବନ୍ଧକ ଶେୟାରର ମୂଲ୍ୟ ଅନ୍ତର୍ଭୂକ୍ତ କରାଯାଇ ନାହିଁ ।

ଡୁ ୱିମିନଙ୍କ ୧୯୬୩ ମସିହାରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିଲାଦିନ ଅତି ସାଧାରଣ ଥିଲା। ସେ ୧୯୮୪ ରେ ଏକ ସ୍ଥାନୀୟ ସ୍ବାସ୍ଥ୍ୟ ବିଦ୍ୟାଳୟରେ ଅଧ୍ୟୟନ ଆରମ୍ଭ କରିଥିଲେ ଏବଂ ୧୯୮୭ ରେ ଜିଆଙ୍ଗସି ପ୍ରାଦେଶିକ ସ୍ବାସ୍ଥ୍ୟ ଏବଂ ମହାମାରୀ ନିରାକରଣ ଷ୍ଟେଶନରେ ଇନ୍ସପେକ୍ଟର ଭାବରେ ତାଙ୍କର ପ୍ରଥମ ଚାକିରି ପାଇଲେ। ୧୯୯୦ ଦଶକରେ ସେ ଏକ ଟିକା କମ୍ପାନୀରେ ବିକ୍ରେତା ହେବା ପାଇଁ ଇନ୍ସପେକ୍ଟର ଚାକିରି ଛାଡି ତାଙ୍କ ଭାଗ୍ୟ ବଦଳିଗଲା ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ତାଙ୍କୁ ୧୯୯୫ ରେ କମ୍ପାନୀର ବିକ୍ରୟ ପରିଚାଳକ କରିଥିଲ। ଏହା ପରେ ସେ ୨୦୦୯ ରେ କମ୍ପାନୀ ହାସଲ କରିଥିଲେ ଏବଂ ଏହାର ଚେୟାରମ୍ୟାନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?